Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମଦମୁକ୍ତ ଗ୍ରାମ ପାଇଁ ମହିଳାମାନଙ୍କ ପ୍ରୟାସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମଦମୁକ୍ତ ଗ୍ରାମ ପାଇଁ ମହିଳାମାନଙ୍କ ପ୍ରୟାସ

ତେନ୍ତୁଳି ଖୁଣ୍ଟି : ନବରଙ୍ଗପୁର ଜିଲ୍ଲା ତେନ୍ତୁଳି ଖୁଣ୍ଟି ବ୍ଲକ୍ ଅନ୍ତର୍ଗତ ଅଞ୍ଚଳ ଗୁମ୍ମା ପଞ୍ଚାୟତ ର ମହିଳା ମାନେ ମଦ ବିକ୍ରିକୁ ବିରୋଧ କରି ଅଣ୍ଟା ଭିଡିଛନ୍ତି । ଅଞ୍ଚଳ ଗୁମ୍ମା ପଞ୍ଚାୟତର ବିଗତ କିଛି ଦିନ ହେବ ମଦ ବିକ୍ରିକୁ ବିରୋଧ କରି ମହିଳାମାନେ ଲୋକମାନଙ୍କୁ ସଚେତନ କରିବା ସହ ମଦ ବିକ୍ରି କରୁ ଥିବା ବ୍ୟବସାୟୀ ମାନଙ୍କୁ ବାରଣ କରିଥିଲେ । ଗତ କିଛି ଦିନ ହେବ ଚିତ୍ରକୋଟ ଓ ଅଞ୍ଚଳ ଗୁମା ଗ୍ରାମର ମହିଳାମାନେ ମଦ ବିକ୍ରିକୁ ବିରୋଧ କରି ଗ୍ରାମରେ ଘର ଘର ବୁଲି ବାରଣ କରିଥିଲେ । ତଥାପି ମଦ ବିକ୍ରି ଜାରି ରହିଲା । ଫଳରେ ଗ୍ରାମର ମହିଳାମାନେ । ତେନ୍ତୁଳି ଖୁଣ୍ଟି ପୋଲିସ ଓ ଅବକାରୀ ବିଭାଗକୁ ଜଣାଇ ଥିଲେ । ପୋଲିସ ଓ ଅବକାରୀ ବିଭାଗର ମିଳିତ ଭାବରେ ଚିତ୍ରକୋଟ ଗ୍ରାମରେ ଚଢ଼ାଉ ହୋଇ ଥିଲେ । ଏହାକୁ ନେଇ ଚିତ୍ର କୋଟ ଗ୍ରାମର ମହିଳା ମାନେ ନବରଙ୍ଗପୁର ଜିଲ୍ଲାପାଳ ଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇ ଥିଲେ । ସେହିପରି ଅଞ୍ଚଳ ଗୁମ୍ମା ରେ ମଧ୍ୟ ମଦ ବିକ୍ରିକୁ ବିରୋଧ କରି ମହିଳା ମାନେ ସଜାଗ ହେବ ସହ ମଦ ବିକ୍ରିକୁ ବନ୍ଦ କରିବା ପାଇଁ ମଦ ବ୍ୟବସାୟୀ ମାନଙ୍କୁ କହି ଥିଲେ । କିନ୍ତୁ ମଦ ବିକ୍ରି ବନ୍ଦ ହୋଇ ପାରିଲା ନାହିଁ । ତେଣୁ ଅଞ୍ଚଳ ଗୁମ୍ମାର ପ୍ରାୟ ୩୦ଜଣ ମହିଳା ତେନ୍ତୁଳି ଖୁଣ୍ଟି ଥାନାକୁ ଯାଇ ଆଇ ଆଇସିଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଥାନା ଅଧିକାରୀ ଟଙ୍କଗିରି ଭୋଇଙ୍କୁ ଲିଖୁତ ଅଭିଯୋଗ ପତ୍ର ପ୍ରଦାନ କରି ଗ୍ରାମରେ ତୁରନ୍ତ ବେଆଇନ ଦେଶୀ ବିଦେଶୀ ମଦକାରବାର ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି । ନଚେତ ମହିଳା ମାନେ ନିଜେ ଘର ଘର ବୁଲି ମଦ ହାଣ୍ଡି ଭାଙ୍ଗିବେ ବୋଲି କହିଛନ୍ତି । ଅଞ୍ଚଳଗୁମ୍ମା ମହିଳାଙ୍କ କହିବା ଅନୁଯାୟୀ ଗ୍ରାମରେ ଅନେକ ପରିବାର ବେଆଇନ ମଦ କାରବାର କରୁଛନ୍ତି । ବାରମ୍ବାରଭ କହିବା ପରେ ମଧ୍ୟ ଶୁଣୁନାହାନ୍ତି । ଗ୍ରାମରେ ମଦ ବନ୍ଦ ପାଇଁ ମହିଳା ମାନେ ପ୍ରୟାସ ଜାରି ରଖୁଛନ୍ତି ତଥାପି ମଦ ମାଫିଆ ଶୁଣୁନାହାନ୍ତି । ଓଲଟା ମହିଳାମାନଙ୍କୁ ଧମକଚମକ ଦେଉଛନ୍ତି । ଯୁବକମାନେ ନିଶାସକ୍ତ ହୋଇ ପଥଭ୍ରଷ୍ଟ ହେଉଛନ୍ତି । ଅଞ୍ଚଳଗୁମ୍ମାର ବିଭିନ୍ନ ସ୍ଥାନରେ ମଦ ବ୍ୟବସାୟ ହେଉଛି । ବାରଣ କଲେ ପୋଲିସ ଆମ ହାତରେ ରହିଛି, କିଏ କିଛି କରି ପାରିବେନି ବୋଲି ମଦ ବ୍ୟବସାୟୀମାନେ ଧମକ ଦେଉଛନ୍ତି । ଏଣୁ ଗ୍ରାମରେ ସମ୍ପୂର୍ଣ୍ଣ ମଦ ବନ୍ଦ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିବା ମହିଳାମାନେ ପ୍ରକାଶ କରିଛନ୍ତି । ପୋଲିସ କିମ୍ବାଅବକାରୀ ବିଭାଗ କୌଣସି ପଦକ୍ଷେପ ଗ୍ରହଣ ନକଲେ ନିଜେମହିଳାମାନେ ଘର ଘର ବୁଲି ମଦ ବନ୍ଦ ହାଣ୍ଡି ଭାଙ୍ଗିବେ ବୋଲି କହିଛନ୍ତି । ଯଦି କୌଣସି ଅପ୍ରୀତିକାର ପରିସ୍ଥିତି ସୃଷ୍ଟି ହେଲେ ସେଥୂପାଇଁ ପ୍ରଶାସନ ଦାୟୀ ରହିବେ ବୋଲି ମହିଳାମାନେପ୍ରକାଶ କରିଛନ୍ତି । ତେବେ ଅଞ୍ଚଳଗୁମ୍ମା ଗ୍ରାମର ମହିଳାମାନଙ୍କଏଭଳି ପଦକ୍ଷେପକୁ ଥାନା ଅଧିକାରୀ ଶ୍ରୀ ଭୋଇ ସ୍ୱାଗତ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Leave a Reply