Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜାମ୍ମୁ-କାଶ୍ମୀରରେ ଆକ୍ସନ ମୋଡ ରେ ଭାରତୀୟ ସେନା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜାମ୍ମୁ-କାଶ୍ମୀରରେ ଆକ୍ସନ ମୋଡ ରେ ଭାରତୀୟ ସେନା

କାଶ୍ମୀର : ଜାମ୍ମୁ-କାଶ୍ମୀର ପୁଞ୍ଝ ସେକ୍ଟରରେ ଆତଙ୍କୀ ହମଲାରେ ୫ ଯବାନ ସହିଦ ହେବା ପରେ ଆକ୍ସନ ମୋଡ୍ ରେ ଆସିଛି ସେନା । ଭାରତୀୟ ସୁରକ୍ଷାବଳ ଖୋଜୋ ଔର ମାରୋ ମିଶନ୍ ଆରମ୍ଭ କରିଛି । ଡ୍ରୋନ୍ଓ ହେଲିକପ୍ଟର ସହାୟତାରେ ୭ ଆତଙ୍କବାଦୀଙ୍କୁ ଖୋଜୁଛି ସେନା । ଦେଖିବା ମାତ୍ରେ ଏନକାଉଣ୍ଟର କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଗୁରୁବାର ସେନାରଟ୍ରକ୍ ଉପରେ ଗ୍ରେନେଡ୍ ମାଡ଼ କରିଥିଲେ ଆତଙ୍କୀ । ଯେଉଁଥିଲେ ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟର ୫ ଯବାନ ସହିଦ ହୋଇଥିଲେ । ସହିଦ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ମଧ୍ୟ ଅଛନ୍ତି । ଝଙଏ ଟିମ୍ ଘଟଣାସ୍ଥଳରେ ଯାଞ୍ଚ କରିଛି । ପୁଞ୍ଝ ସେକ୍ଟରର ଭିମବେର ଗଲି ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଥିଲାୟ ପୁଞ୍ଚ୍ଠା ରୁ ୯୦ କିଲୋମିଟର ଏବଂ ଏଲଓସି ଠାରୁ ମାତ୍ର ୭ କିଲୋମିଟର ଦୂରହମଲା ହୋଇଥିଲା । ଏହି ଘଟଣା ପରେ ଆକ୍ଟିଭ୍ ହୋଇଛି ଭାରତୀୟ ସୁରକ୍ଷାବଳ । ୬ରୁ ୭ ଜଣ ପାକିସ୍ତାନୀ ଆତଙ୍କବାଦୀ ଏହି ଅଞ୍ଚଳରେ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିବା ପରେ ସନ୍ଧାନୀ କୁକୁର, ଡ୍ରୋନ୍ ଏବଂ ହେଲିକପ୍ଟର ଦ୍ୱାରା ପୂରା ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ ଜାରି ରଖିଛି ସେନା । ଗତ ବର୍ଷ ଆତଙ୍କବାଦୀ ଆକ୍ରମଣରେ ୩୧ଜଣ ଯବାନ ସହିଦ ହୋଇଥିଲେ । ଏହାରବଦଲା ନେଇ ଭାରତୀୟ ସେନା ୧୭୨ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି । ଜାମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ ୨୦୧୯ରେ ୮୦ଜଣଯବାନ ସହିତ ହୋଇଛନ୍ତି । ସେହିପରି ସୁରକ୍ଷାବଳ ଏହାର ଜବାବ ଦେଇ ୧୫୭ଜଣ ଆତଙ୍କୀଙ୍କୁ ମାରିଛି । ସେହିପରି ୨୦୨୦ରେ ୬୨ଜଣ ଯବାନ ସହିଦ ହୋଇଥିବା ବେଳେ ୨୨୧ଜଣ ଆତଙ୍କୀଙ୍କୁ ମାରିଥିଲା ସେନା ।୨୦୨୧ରେ ଆତଙ୍କବାଦୀ ହମଲାରେ ୪୩ଜଣ ଯବାନ ସହିଦ ହୋଇଥିବାବେଳେ ୧୮୨ ଅତଙ୍କୀ ନିହତ ହୋଇଛନ୍ତି ।

Leave a Reply