Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୁଡୁ ମୁସଲିମର ବରଗଡ଼ ଲିଙ୍କ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୁଡୁ ମୁସଲିମର ବରଗଡ଼ ଲିଙ୍କ୍

ବରଗଡ଼: ଉତ୍ତରପ୍ରଦେଶର ପୂର୍ବତନ ସାଂସଦ ତଥା ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦର ମୁଖ୍ୟ ସହଯୋଗୀ ଗୁଡ଼ୁ ମୁସଲିମ୍ ଓଡ଼ିଶାର ବରଗଡ଼ ଜିଲ୍ଲାର ସୋହେଲାଠାରେ କିଛି ଦିନ ଲୁଚିଥିବାର କଥାଏବେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଲିଙ୍କରେ ବରଗଡ଼ରେ ୟୁପି ଏସଟିଏଫ ପକ୍ଷରୁ ଚଢଉ କରାଯାଇଛି । ଏନେଇ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ,ଗତକାଲି ୟୁପି ଏସଟିଏଫର ଟିମ୍ ବରଗଡ଼ ଆସିଥିଲା । ଏହି ଟିମ୍ ରାଜା ଖାନ୍ ନାମକ ଜଣେ ବ୍ୟକ୍ତିକୁ ପଚରାଉଚରା କରିଛି । ରାଜାର ଘର ଛତିଶଗଡ଼ ମହାସମୁନ୍ଦ ଜିଲ୍ଲାରେଏବଂ ବରଗଡ଼ ଜିଲ୍ଲା ସୋହେଲାରେ ତାର ବ୍ୟବସାୟ ରହିଛି । ସ୍ଥାନୀୟ ପୁଲିସର ସହାୟତାରେ ତାକୁ ପଚରାଉଚରା ହୋଇଛି । ଟେଲିଫୋନ ଟ୍ରାକିଂ ଅ ।ଧାରରେ ଜେରା ହୋଇଛି । ରାଜାର ଗୁଡୁ ମୁସଲିମ ସହ ଲିଙ୍କ ଥିବା ଜଣାଯାଇଛି । ଏଣେ ଗୁଡ଼ୁ ମୁସଲିମର ଡ୍ରାଇଭରକୁ ଏସଟିଏଫ୍ ଟିମ୍ ଧରିଥିବା ଜଣାଯାଇଛି । ଗୁଡ଼ୁ ମୁସ୍ଲିମ୍ ପୁରୀରେ ଥିବାନେଇ ଚର୍ଚ୍ଚା ହେଉଥିଲା । କର୍ଣ୍ଣାଟକରୁ ପୁରୀକୁ ·ଲିଅ ।ସି ସେ ଏଠାରେ ଅ ।ତ୍ମଗୋପନ କରିଥିଲା । ଗୋଇନ୍ଦା ରିପୋର୍ଟ ଅ ।ଧାରରେ ଉତ୍ତରପ୍ରଦେଶ ଏସଟିଏଫ୍ ଟିମ୍ ପୁରୀରେ ଅ ।ସି ଚଢ଼ଉ କରିବା ପୂର୍ବରୁ ସେ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଫଳରେ, ଏସଟିଏଫ୍ ଟିମକୁ ଖାଲି ହାତରେ ଫେରିବାକୁ ପଡ଼ିଛି । ଏବେ ଏହିଭଳି ଘଟଣାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏସଟିଏଫ୍ ଟିମ୍ ପୁରୀ ପୁଲିସର କେଣସି ସହାୟତା ନେଇନଥିବା ଏସ୍ପି ଡା. କେ. ବିଶାଳ ସିଂହ କହିଛନ୍ତି ।

ହସ୍ତଗତ ସୂଚନା ଅନୁସାରେ, ଗ୍ୟାଙ୍ଗଷ୍ଟରରୁ ବିଧାୟକ

ଓ ସାଂସଦ ହୋଇ ଶେଷରେ ଆତତାୟୀମାନଙ୍କ

ଗୁଳିଚୋଟରେ ନିହତ ହୋଇଥିବା ଅତିକ ଅହମଦଙ୍କର

ଘନିଷ୍ଠ ସହଯୋଗୀ ତଥା ଉତ୍ତର ପ୍ରଦେଶର କୁଖ୍ୟାତ

ଅପରାଧୀ ଗୁଡୁ ମୁସଲିମର ମୋବାଇଲ ଟ୍ରାକିଂ କରି ସେ

ପୁରୀରେ ରହିଥିବା ଉତ୍ତରପ୍ରଦେଶ ପୁଲିସ ଜାଣିବାକୁ

ପାଇଥିଲା । ପ୍ରୟାଗରାଜରେ ଉମେଶ ପାଲଙ୍କୁ ହତ୍ୟା

କରିବା ପରେ ଗୁଡୁ ୫ଦିନ କାଳ ଝାନ୍ସିରେ ରହିଥିଲା ।

ସେଠାରୁ ମିରଟ ଯାଇଥିଲା । ଓଡ଼ିଶାର ପୁରୀକୁ ଅ ।ସିବା

ପୂର୍ବରୁ ସେ କର୍ଣ୍ଣାଟକରେ ଥିବା ଏହି ଟ୍ରାକିଂରୁ

ଜଣାପଡ଼ିଥିଲା । ଅତିକଙ୍କ ପୁଅ ଅସଦ ଓ ସହଯୋଗୀ

ଗୁଲାମର ଏନକାଉଣ୍ଟର୍ ପରଠୁ ସେ ଅଣ୍ଡର୍ଗ୍ରାଉଣ୍ଡ

ହୋଇଯିବା ସହିତ ପୁରୀ ·ଲିଅ ।ସିଥିଲା । ତେବେ,

ମୋବାଲଇ୍ ଫୋନ୍ ଟ୍ରାକିଂ କରି ଉତ୍ତରପ୍ରଦେଶ ଏସଟିଏଫ୍

ଟିମ୍ ପୁରୀରେ ପହଞ୍ଚିବା ବେଳକୁ ସେ ଏଠାରୁ ଫେରାର

ହୋଇଯାଇଛି ବୋଲି ଚର୍ଚ୍ଚା ହେଉଛି ।

ଏଣେ ଏନେଇ ପୁଲିସ ଡିଜି ସୁନୀଲ ବଂଶଲ

ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ୟୁପି ଏସଟିଏଫର

ଏକ ଟିମ ଦୁଇଦିନ ତଳେ ଅ ।ସିଥିଲେ । ସେମାନେ

ବରଗଡ଼ରେ ରହିଥିଲେ । ଅ ।ମକୁ ସେମାନେ ସାହାଯ୍ୟ

ପାଇଁ ଅନୁରୋଧ କରିଥିଲେ । ଆମ ପ୍ରୋଟୋକଲ ଅନୁଯାୟୀ,

ଆମେ ତାଙ୍କୁ ସାହାଯ୍ୟ ଦେଇଛୁ । ସେମାନେ ଯାହା ପଚରାପଚରି

କରିବା କଥା ତାକୁ ଶେଷ କରି ଫେରି ଯାଇଛନ୍ତି ା

Leave a Reply