Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହୋଶଙ୍ଗାବାଦ ରେଳଷ୍ଟେସନର ହେଲା ‘ନର୍ମଦାପୁରମ’ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହୋଶଙ୍ଗାବାଦ ରେଳଷ୍ଟେସନର ହେଲା ‘ନର୍ମଦାପୁରମ’


ଭୋପାଳ: ପଶ୍ଚିମ କେନ୍ଦ୍ରୀୟ ରେଳବାଇର ଭୋପାଳ ରେଳ ଡିଭିଜନ ହବିବଗଂଜ ପରେ ହୋଶଙ୍ଗାବାଦ ରେଳ ଷ୍ଟେସନର ନାମ ବଦଳାଇ ନର୍ମଦାପୁରମ ନାମରେ ନାମିତ କରିଛି । ପୂର୍ବରୁ ହୋଶଙ୍ଗାବାଦ ଜିଲ୍ଲା ପୂର୍ବରୁ ନର୍ମଦାପୁରମ ନାମରେ ନାମିତ ହୋଇସାରିଥିବାବେଳେ ବର୍ତ୍ତମାନ ରେଳ ଷ୍ଟେସନର ନାମ ମଧ୍ୟ ପରିବର୍ତ୍ତନ କରାଯାଇଛି । ଷ୍ଟେସନର ନାମ ବଦଳାଇବା ସହିତ କୋଡ୍ ମଧ୍ୟ ପରିବର୍ତ୍ତନ କରାଯାଇଛି । ପଶ୍ଚିମ କେନ୍ଦ୍ରୀୟ ରେଳବାଇ ପକ୍ଷରୁ ହୋଶଙ୍ଗାବାଦ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରିବାକୁ ବିଜ୍ଞପ୍ତି ଜାରି କରାଯାଇଛି । ବର୍ତ୍ତମାନ ଏହି ଷ୍ଟେସନ୍ “ନର୍ମଦାପୁରମ” ଭାବରେ ପରିଚିତ ହେବ । ସୂଚନାଯୋଗ୍ୟ ଯେ, ଯେହେତୁ ରାଜ୍ୟ ସରକାର ହୋଶଙ୍ଗାବାଦ ଜିଲ୍ଲାର ନାମ ନର୍ମଦାପୁରମ୍ ବୋଲି ଘୋଷଣା କରିଥିଲେ, ସେତେବେଳେ ହୋଶଙ୍ଗାବାଦ ଷ୍ଟେସନର ନାମକୁ ନର୍ମଦାପୁରମରେ ପରିବର୍ତ୍ତନ କରିବାକୁ ଦାବି ହୋଇଥିଲା । ଯାହା ପରେ ଷ୍ଟେସନର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଉଲ୍ଲେଖ ଥାଉ କି ଯେ ୨୦୨୧ ମସିହାରେ ହବିବଗଞ୍ଜ ଷ୍ଟେସନର ନାମ ବଦଳାଇ ରାନୀ କମଲାପତି ଷ୍ଟେସନ କରାଯାଇଥିଲା । ଉଲ୍ଲେଖ ଥାଉ କି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ରାସ୍ତାରେ ମଧ୍ୟପ୍ରଦେଶର ସରକାର ଏବେ ସହର ଏବଂ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରୁଛନ୍ତି । ଇତିହାସରେ ଲିପିବଦ୍ଧ ହୋଇଥିବା ଏହି ସହରଗୁଡ଼ିକର ପୁରୁଣା ପରିଚୟକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଫେରାଉଛନ୍ତି । ଏହି ପର୍ଯ୍ୟାୟରେ, ମଧ୍ୟପ୍ରଦେଶର ଜୀବନରେଖା କୁହାଯାଉଥିବା ନର୍ମଦା କୂଳରେ ଅବସ୍ଥିତ ସହର ହୋଶଙ୍ଗାବାଦର ନାମ ନର୍ମଦାପୁରମରେ ପରିବର୍ତ୍ତନ କରାଯାଇଥିଲା ।

Leave a Reply