Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମୋଗଲଙ୍କ ନାମରେ ନାମିତ ସ୍ଥାନଗୁଡିକ ଚିହ୍ନଟ କରାଯାଇ ଏହାର ପୁନଃନାମକରଣ କରାଯିବା ଉଚିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମୋଗଲଙ୍କ ନାମରେ ନାମିତ ସ୍ଥାନଗୁଡିକ ଚିହ୍ନଟ କରାଯାଇ ଏହାର ପୁନଃନାମକରଣ କରାଯିବା ଉଚିତ



କୋଲକାତା: ଜାନୁଆରୀ ୨୮ ତାରିଖ ଦିନ ବଦଳିଥିଲା ମୋଗଲ ଗାର୍ଡେନର ନାଁ । ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନର ନାଁ ପରିବର୍ତ୍ତନ କରାଯାଇ ଏହାର ନାଁ ‘ଅମୃତ ଉଦ୍ୟାନ’ ରଖାଯାଇଥିଲା । ତେବେ ଏଭଳି ଐତିହାସିକା ନାଁକୁ କେନ୍ଦ୍ର ସରକାର ବଦଳାଇବାରୁ ବିରୋଧୀ ଏହାର ବିରୋଧ କରିବା ଆରମ୍ଭ କରିଛନ୍ତି । ହେଲେ ବିଜେପି ଏହି ପଦକ୍ଷେପକୁ ସଠିକ ବୋଲି କହିଛି । ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଜାନୁଆରୀ ୨୮ ତାରିଖ ଦିନ କହିଛନ୍ତି ଯେ ମୋଗଲଙ୍କ ନାମରେ ନାମିତ ସ୍ଥାନଗୁଡିକ ଚିହ୍ନଟ କରାଯାଇ ଏହାର ପୁନଃନାମକରଣ କରାଯିବା ଉଚିତ । ସେ କହିଛନ୍ତି ଯେ “ସେମାନେ (ମୋଗଲ) ଏତେ ସଂଖ୍ୟକ ହିନ୍ଦୁଙ୍କୁ ହତ୍ୟା କରିଥିଲେ ଏବଂ ମନ୍ଦିରଗୁଡିକୁ ନଷ୍ଟ କରିଦେଇଥିଲେ । ସେମାନଙ୍କ ନାମରେ ନାମିତ ସମସ୍ତ ସ୍ଥାନ ଚିହ୍ନଟ କରାଯାଇ ନୂଆ ନାମକରଣ କରାଯିବା ଉଚିତ । ଯଦି ପଶ୍ଚିମବଙ୍ଗରେ ବିଜେପି କ୍ଷମତାକୁ ଆସେ ତେବେ ଆମେ ଏକ ସପ୍ତାହ ମଧ୍ୟରେ ସମସ୍ତ ବ୍ରିଟିଶ ଏବଂ ମୋଗଲ ନାମ ହଟାଇବୁ ।” ତେବେ ଚଳିତ ବର୍ଷ ୩୧ ଜାନୁଆରୀରୁ ୩୦ ମାର୍ଚ ପର୍ଯ୍ୟନ୍ତ ଅମୃତ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ । ସା?ର୍ ଏଡ୍?ୱିନ ଲୁଟିୟନ୍ସ ୧୯୧୭ରେ ଭାଇସରାୟ ହାଉସ୍? ନିର୍ମାଣ ଆରମ୍ଭ କରିଥିଲେ । ଏହି ଭବନର ସେ?ନ୍ଦର୍ଯ୍ୟ ବଢ଼ାଇବା ପାଇଁ ସ୍ୱତନ୍ତ୍ର ବଗିଚାର ପରିକଳ୍ପନା କରାଯାଇଥିଲା ଏବଂ ଏହି ଉଦ୍ୟାନ ଗଢ଼ିଉଠିଥିଲା । ଏହାକୁ ଦେଖିବା ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସନ୍ତି । ଏଠାରେ ୧୩୮ ପ୍ରକାରର ଗୋଲାପ, ୧୦,୦୦୦ରୁ ଅଧିକ ଟୁଲିପ ବଲ୍ୱ ଏବଂ ୭୦ଟି ପ୍ରଜାତିର ପ୍ରାୟ ୫୦୦୦ ଋତୁକାଳୀନ ଫୁଲ ରହିଛି । ଏହି ଉଦ୍ୟାନ ସାଧାରଣ ଲୋକଙ୍କ ପାଇଁ ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ଖୋଲା ଯାଇଥିଲା । ସେବେଠାରୁ ଏହା ପ୍ରତିବର୍ଷ ବସନ୍ତ ଋତୁରେ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥାଏ ।

Leave a Reply