Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାହୁଲଙ୍କୁ ପୁଣି ଲାଗିଲା ଝଟକା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାହୁଲଙ୍କୁ ପୁଣି ଲାଗିଲା ଝଟକା

ସୁରତ ସେସନ୍ସ କୋର୍ଟରୁ ନିରାଶ ହୋଇଛନ୍ତି ରାହୁଲ । ‘ମୋଦି ସରନେମ’ ସମ୍ପର୍କରେ ଦେଇଥିବା ଆପତ୍ତିଜନକ ଟିପ୍ପଣୀ ପାଇଁ ତଳ କୋର୍ଟ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ୍? ଦଣ୍ଡାଦେଶ ଦେଇଥିବା ବେଳେ ଏହା ଉପରେ ରୋକ ଲଗାଇବାକୁ ମନା କରି ଦେଇଛନ୍ତି ସେସନ୍ସ କୋର୍ଟ । ସେସନ୍ସ କୋର୍ଟଙ୍କ ଏହି ରାୟ ବିରୋଧରେ ଏବେ ହାଇକୋର୍ଟ ଯିବ କଂଗ୍ରେସ । ୨୦୧୯ରେ କର୍ଣ୍ଣାଟକରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରି ‘ମୋଦି ସରନେମ’କୁ ନେଇ ବିବାଦୀୟ ବୟାନ ଦେଇଥିଲେ ରାହୁଲ । ଠକେଇ ଅଭିଯୁକ୍ତ ନୀରବ ମୋଦି, ଲଳିତ ମୋଦିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁକୁ ଯୋଡ଼ି ସବୁ ମୋଦି ଚୋର ବୋଲି ସେ କହିଥିଲେ । ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଗୁଜରାଟର ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେସ ମୋଦି । ରାହୁଲଙ୍କ ବୟାନ ପୂରା ମୋଦି ସମାଜ ପାଇଁ ଅପମାନ ବୋଲି ସେ ଅଭିଯୋଗ କରିଥିଲେ । ଏହାକୁ ନେଇ ରାହୁଲ ଗାନ୍ଧିଙ୍କ ନାଁରେ ଏକ ଅପରାଧିକ ମାନହାନୀ ମାମଲା ରୁଜୁ ହୋଇଥିଲା । ଏହାର ଶୁଣାଣି କରି ସୁରତର ଏକ କୋର୍ଟ ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ । ଏହାର ଦିନକ ପରେ ରାହୁଲଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ହୋଇଯାଇଥିଲା । ଏହାକୁ ନେଇ ବିବାଦ ଚାଲିଥିବା ବେଳେ ରାହୁଲ ଗାନ୍ଧି ଉକ୍ତ ରାୟକୁ ସୁରତର ସେନନ୍ସ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ତଳ କୋର୍ଟଙ୍କ ରାୟରେ ତ୍ରୁଟି ରହିଛି, ତେଣୁ ଏହା ଉପରେ ରୋକ ଲଗାଯାଉ ବୋଲି ରାହୁଲ ଗାନ୍ଧି ନିଜ ଆବେଦନରେ ଉଲ୍ଲେଖ କରିଥିଲେ । ଏହାର ଶୁଣାଣି କରି ସେସନ୍ସ କୋର୍ଟ ରାହୁଲଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି ।

Leave a Reply