Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜାମ୍ମୁକାଶ୍ମୀରରୁ ସମ୍ପୂର୍ଣ୍ଣ ନିପାତ ହେବ ଆତଙ୍କବାଦ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜାମ୍ମୁକାଶ୍ମୀରରୁ ସମ୍ପୂର୍ଣ୍ଣ ନିପାତ ହେବ ଆତଙ୍କବାଦ

ଶ୍ରୀନଗର,୨୭ା୧: ଜାମ୍ମୁକାଶ୍ମୀରରୁ ସମ୍ପୂର୍ଣ୍ଣ ନିପାତ ହେବ ଆତଙ୍କବାଦ । ଆତଙ୍କୀ ମୂଳପୋଛ ପାଇଁ ଗଠନ ହୋଇଛି ଟେର୍ର ମନିଟରିଂ ଗ୍ରୁପ୍ । ସରକାରୀ କର୍ମଚାରୀଙ୍କୁ ଭାରି ପଡ଼ିବ ଆତଙ୍କୀଙ୍କ ସହ ସମ୍ପର୍କ ା ତିନି ବର୍ଷରେ ଟ୍ରିପଲ୍ ଆଟାକ୍ ପ୍ଲାନ୍ ପ୍ରସ୍ତୁତ ହୋଇଛି । ପ୍ରଥମେ ଷ୍ଟେଟ୍ ଇନଭେଷ୍ଟିଗେଟିଂ ଏଜେନ୍ସି, ପରେ ଷ୍ଟେଟ୍ ଇନଭେଷ୍ଟିଗେଟିଂ ୟୁନିଟ୍ ଆଉ ଏବେ ଟେର୍ର ମନିଟରିଂ ଗ୍ରୁପ୍ ଗଠନ କରାଯାଇଛି । ଏହି ୟୁନିଟ ସନ୍ଦିଗ୍ଧ ପୋଲିସ କର୍ମୀ, ସରକାରୀ କର୍ମଚାରୀ ଉପରେ ନଜର ରଖିବ । ସୂଚନା ଅନୁଯାୟୀ, ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଟାର୍ଗେଟ୍ ଏବେ ପୋଲିସ କର୍ମୀ, ସରକାରୀ କର୍ମଚାରୀ ଓ ଅର୍ଦ୍ଧସାମରିକ ବଳ ରହିଛନ୍ତି । ଯାହାଙ୍କୁ ଉସୁକାଇ ଲାଭ ଉଠାଇବାକୁ ଚାହୁଁଛନ୍ତି ଆତଙ୍କବାଦୀ ସଂଗଠନ । ଆତଙ୍କୀଙ୍କ ଏପରି ଇଚ୍ଛାକୁ ପଣ୍ଡ କରିବାକୁ ସୁରକ୍ଷା ଏଜେନ୍ସି ପକ୍ଷରୁ ଟେର୍ର ମନିଟାରିଂ ଗ୍ରୁପ ଗଠନ କରାଯାଇଛି । ଯାହାକୁ ଜାମ୍ମୁ-କାଶ୍ମୀର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଜାମ୍ମୁ-କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳର ଗୃହ ବିଭାଗ ଅନୁଯାୟୀ, ଟେରର ମନିଟାରିଂ ଗ୍ରୁପରେ ଜଣେ ବରିଷ୍ଠ ପୋଲିସ ଅଧୀକ୍ଷକ, ୬ ପୋଲିସ ଉପ-ଅଧୀକ୍ଷକ, ୬ଜଣ ନିରୀକ୍ଷକ, ୬ଜଣ ହେଡ୍ କନେଷ୍ଟବଲ୍ ଏବଂ ଜଣେ ସହକାରୀ ରହିବେ । ଟେରର ମନିଟାରିଂ ଗ୍ରୁପ ଜାମ୍ମୁ-କାଶ୍ମୀର ପ୍ରଶାସନ ଅଧୀନରେ ରହିବ । ଏମାନେ ସନ୍ଦିଗ୍ଧ ପୋଲିସ କର୍ମଚାରୀଙ୍କ ଉପରେ ନଜର ରଖିବେ । ଆତଙ୍କବାଦୀଙ୍କ ସହିତ ସମ୍ପର୍କ ରଖୁଥିବା ପୋଲିସ କର୍ମଚାରୀ, ଶିକ୍ଷକ ଓ ଅନ୍ୟ ସରକାରୀ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଟେରର ମନିଟାରିଂ ଗ୍ରୁପ । ଟେର୍ର ଫଣ୍ଡିଂ ସହିତ ଜଡ଼ିତ ରାଜନୈତିକ ନେତାଙ୍କ ଉପରେ ଏହି ଗ୍ରୁପ ନଜର ରଖିବା ସହିତ ଚିହ୍ନଟ କରି ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରିପୋର୍ଟ ପ୍ରସ୍ତୁତ କରିବ । ଟିଏମଜିରେ ଜାମ୍ମୁକାଶ୍ମୀର ପୋଲିସ, ଆଇବି, ସିବିଆଇ, ଏନଆଇଏ ଏବଂ ଆୟକର ବିଭାଗର ପ୍ରତିନିଧି ରହିବେ । ଏହା ପୂର୍ବରୁ ଗଠନ ହୋଇଥିବା ଷ୍ଟେଟ୍ ଇନଭେଷ୍ଟିଗେଟିଂ ଏଜେନ୍ସି, ପରେ ଷ୍ଟେଟ୍ ଇନଭେଷ୍ଟିଗେଟିଂ ୟୁନିଟ୍ ଜାମ୍ମୁକାଶ୍ମୀରରେ ଭ୍ରଷ୍ଟାଚାର ଓ ଆତଙ୍କବାଦ ଉପରେ ଯାଞ୍ଚ କରୁଛି ।

Leave a Reply