Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚୀନ ଗତ ପାଞ୍ଚ ବର୍ଷ ଧରି କଠିନ ପରିସ୍ଥିତି ଦେଇ ଗତି କରୁଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚୀନ ଗତ ପାଞ୍ଚ ବର୍ଷ ଧରି କଠିନ ପରିସ୍ଥିତି ଦେଇ ଗତି କରୁଛି

ନୂଆଦିଲ୍ଲୀ : ଚୀନର ଜିଡିପିକୁ ନେଇ ଏକ ବଡ଼ ତଥ୍ୟ ସେଠାକାର ସରକାରୀ ଡାଟାରୁ ସାମନାକୁ ଆସିଛି । ଚୀନର ରାଷ୍ଟ୍ରୀୟ ପରିସଂଖ୍ୟାନ ବ୍ୟୁରୋ ଅନୁସାରେ ଦେଶର ବାର୍ଷିକ ଜିଡିପି ବୃଦ୍ଧି ୩ ପ୍ରତିଶତ ରହିଛି, ଯାହା ୨୦୨୨ର ୫.୫ ପ୍ରତିଶତର ସରକାରୀ ଲକ୍ଷ୍ୟ ଠାରୁ ବହୁତ କମ । ଚୀନର ଧିମେଇ ଯାଇଥିବା ଆର୍ଥିକ ଅଭିବୃଦ୍ଧି ଦୁନିଆରେ ଆର୍ଥିକ ମାନ୍ଦାବସ୍ଥାର ଆଶଂକାକୁ ବଳ ଦେବ । ଫାଇନାନସିଆଲ ପୋଷ୍ଟର ରିପୋର୍ଟ ଅନୁସାରେ, ଡାଭୋସରେ ଆୟୋଜିତ ବିଶ୍ୱ ଆର୍ଥିକ ମଞ୍ଚ ୨୦୨୩ରେ ଚୀନର ଉପ-ପ୍ରଧାନମନ୍ତ୍ରୀ ଲିୟୁ ହୈ ଚୀନ ଏବଂ ବିଶ୍ୱ ଅର୍ଥବ୍ୟବସ୍ଥା ସାମନାରେ ଥିବା ଚିନ୍ତା ଏବଂ ଆହ୍୍ୱାନ ଉପରେ ମତ ରଖିଥିଲେ । ଏଥିରେ ସେ କହିଥିଲେ ଯେ ଚୀନ ଗତ ପାଞ୍ଚ ବର୍ଷ ଧରି କଠିନ ପରିସ୍ଥିତି ଦେଇ ଗତି କରୁଛି । ଫାଇନାନସିଆଲ ପୋଷ୍ଟର ରିପୋର୍ଟ ଅନୁସାରେ କରୋନା ମହାମାରୀ ଚୀନର ବିକାଶକୁ ଧିମେଇ ଦେଇଛି । ୨୦୨୨ ଅକ୍ଟୋବରରେ ଆଇଏମଏଫ ଦ୍ୱାରା ପ୍ରକାଶିତ ପୂର୍ବାନୁମାନ ତୁଳନାରେ ଚୀନର ଜିଡିପି ବୃଦ୍ଧି କମ ରହିଛି । ଆଇଏମଏଫର ଭବିଷ୍ୟତବାଣୀରେ ଚୀନର ଜିଡିପି ଅଭିବୃଦ୍ଧି ହାର ପ୍ରାୟ ୪.୪ ପ୍ରତିଶତ ରହିବା ନେଇ ଅନୁମାନ କରାଯାଇଥିଲା । ୨୦୨୧ରେ ଡଲାର ତୁଳନାରେ ଚୀନ କରେନ୍ସି ଦୁର୍ବଳ ହେବା ଏହା ପଛର ପ୍ରମୁଖ କାରଣ ଥିଲା । ୧୯୭୪ରେ ଜିଡିପି ଅଭିବୃଦ୍ଧି ହାର ୨.୩ ପ୍ରତିଶତ ରେକର୍ଡ ହେବା ପରେ ଏହା ଚୀନ ଅର୍ଥବ୍ୟବସ୍ଥାରେ ଏହା ସବୁଠୁ ଦୁର୍ବଳ ପ୍ରଦର୍ଶନ । ଅର୍ଥାତ ଚୀନର ଜିଡିପି ଅଭିବୃଦ୍ଧି ଗତ ୪୮ ବର୍ଷରେ ସବୁଠୁ କମ ରହିଛି । ଉଲ୍ଲେଖଯୋଗ୍ୟ ଯେ କରୋନା ମାହାମାରୀ ଯୋଗୁଁ ଚୀନର ଅର୍ଥନୀତି ଅତି ଦୁର୍ବଳ ହୋଇ ପଡିଛି । କରୋନା କଟକଣା ଯୋଗୁଁ ଚୀନର ଆର୍ଥିକ ବିକାଶ ହାର ପ୍ରଭାବିତ ହୋଇଛି । ଚୀନର ଜିଡିପି ଅଭିବୃଦ୍ଧି ହାର ଭାରତର ଆନୁମାନିକ ହାର ୭ ପ୍ରତିଶତରୁ ଅଧା ରହିଛି ୟ ବିଶ୍ୱ ବ୍ୟାଙ୍କ ଏବଂ ଆଇଏମଏଫ ଭାରତର ଜିଡିପି ଅଭିବୃଦ୍ଧି ହାର ୬.୯ ପ୍ରତିଶତ ରହିବା ନେଇ ପୂର୍ବାନୁମାନ କରିଛନ୍ତି ।

Leave a Reply