Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋଧ୍ରା ଟ୍ରେନ୍ ପୋଡି ଘଟଣା : ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ୪ ଜଣଙ୍କ ଜାମିନ୍କୁ କୋର୍ଟ ନାମଞ୍ଜୁର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋଧ୍ରା ଟ୍ରେନ୍ ପୋଡି ଘଟଣା : ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ୪ ଜଣଙ୍କ ଜାମିନ୍କୁ କୋର୍ଟ ନାମଞ୍ଜୁର

ନୂଆଦିଲ୍ଲୀ: ୨୦୦୨ରେ ଗୁଜୁରାଟର ଗୋଧ୍ରାସ୍ଥିତ ସାବରମତୀ ଏକ୍ସପ୍ରେସର ଏକ କୋଚରେ ନିଆଁ ଲଗାଇ ୫୯ ଜଣଙ୍କୁ ହତ୍ୟା କରିବା ନେଇ ଦୋଷୀ ସାବ୍ୟସ୍ତ ହୋଇଥିବା ୮ ଜଣଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଏହି ସମସ୍ତ ଲୋକଙ୍କୁ ନିମ୍ନ ଅଦାଲତ ଏବଂ ହାଇକୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ୧୭- ୧୮ ବର୍ଷ ଜେଲରେ ରହିବା ଆଧାରରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ତେବେ ନିମ ଅଦାଲତ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଥିବା ଏବଂ ହାଇକୋର୍ଟଙ୍କ ଦ୍ୱାରା ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ୪ ଜଣଙ୍କ ଜାମିନ୍କୁ କୋର୍ଟ ନାମଞ୍ଜୁର କରିଛନ୍ତି । ଏହି ମାମଲାରେ ସମୁଦାୟ ୩୧ ଦୋଷୀମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ନିମ୍ନ ଅଦାଲତ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଥିବାବେଳେ ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥିଲା । ଅକ୍ଟୋବର ୨୦୧୭ରେ ଗୁଜୁରାଟ ହାଇକୋର୍ଟ ୧୧ ଜଣଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଥିଲେ । ଏଥିସହିତ ନିମ୍ନ ଅଦାଲତରୁ ଆଜୀବନ କାରାଦଣ୍ଡ ପାଇଥିବା ୨୦ ଜଣଙ୍କ ଦଣ୍ଡକୁ ହାଇକୋର୍ଟ ସଂରକ୍ଷିତ ରଖିଥିଲେ । ଏହି ସମସ୍ତ ଲୋକଙ୍କ ଆବେଦନ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି ।

Leave a Reply