Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପୁଞ୍ଚ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ଲିଙ୍କ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୁଞ୍ଚ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ଲିଙ୍କ୍

ପୁଞ୍ଚ: ଗୁରୁବାର ପୁଞ୍ଚରେ ଏକ ସାମରିକ ଗାଡି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନୀ ଷଡଯନ୍ତ୍ରର ଖୁଲାସା ହୋଇଛି । ଏହି ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ମଧ୍ୟରୁ ୩ ଜଣ ପାକିସ୍ତାନ ସହ ଜଡିତ ଥିବା ସନେ୍ଦହ କରାଯାଉଛି । ଜୈଶ ସମର୍ଥôତ ଆତଙ୍କବାଦୀ ସଂଗଠନ ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ (ପିଏଏଫ୍ଏଫ୍) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ପୁଞ୍ଚରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏପର୍ଯ୍ୟନ୍ତ ପୋଲିସ ୬ଜଣଙ୍କୁ ଗିରଫ କରିଛି । ଘଟଣାସ୍ଥଳରେ ପହଞ୍ଚିବା ପରେ ଏନଆଇଏ ମଧ୍ୟ ପ୍ରମାଣ ସଂଗ୍ରହ କରିଛି । ଅନ୍ୟପକ୍ଷରେ ସୁରକ୍ଷା ଏଜେନ୍ସି ସନେ୍ଦହ କରୁଛି ଯେ ଆକ୍ରମଣ ପରେ ସମସ୍ତ ଆତଙ୍କବାଦୀ ଏକ ଗାଡିରେ ଘଟଣାସ୍ଥଳରୁ ଖସି ପଳାଇଥିଲେ । ଏହି ଆକ୍ରମଣରେ ଚାରିରୁ ପାଞ୍ଚ ଆତଙ୍କବାଦୀ ଜଡିତ ଥାଇପାରେ ବୋଲି ଏଜେନ୍ସି କହିଛି । ଗୁରୁବାର ଜାମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀମାନେ ଗ୍ରେନେଡ ଫିଙ୍ଗିବା ପରେ ସେନା ଗାଡିରେ ନିଆଁ ଲାଗିଯିବା ଯୋଗୁଁ ପାଞ୍ଚ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ । ଏଥିରେ ପ୍ରାଣ ହରାଇଥିବା ଯବାନମାନେ ରାଷ୍ଟ୍ରିୟ ରାଇଫଲ୍ସ ୟୁନିଟର ଏବଂ ଏହି ଅଞ୍ଚଳରେ ଆତଙ୍କବାଦ ବିରୋଧୀ କାର୍ଯ୍ୟ ପାଇଁ ନିୟୋଜିତ ହୋଇଥିଲେ ।

Leave a Reply