Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମହିମା ଧର୍ମର ଖ୍ୟାତି ବୃଦ୍ଧି ନିମନ୍ତେ ସହମତି ଭିତ୍ତିରେ ନୀତିକାନ୍ତି ବିବାଦର ସମାଧାନ କରିବା ପାଇଁ ଉଭୟ ବକ୍କଳଧାରୀ ଏବଂ କୌପୁନୀଧାରୀ ସନ୍ୟାସୀମାନଙ୍କ ମଧ୍ୟରେ ସହମତି ପ୍ରକାଶ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମହିମା ଧର୍ମର ଖ୍ୟାତି ବୃଦ୍ଧି ନିମନ୍ତେ ସହମତି ଭିତ୍ତିରେ ନୀତିକାନ୍ତି ବିବାଦର ସମାଧାନ କରିବା ପାଇଁ ଉଭୟ ବକ୍କଳଧାରୀ ଏବଂ କୌପୁନୀଧାରୀ ସନ୍ୟାସୀମାନଙ୍କ ମଧ୍ୟରେ ସହମତି ପ୍ରକାଶ

ଢେଙ୍କାନାଳ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସୱାନ ହଲ୍ ଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ସହମତି ଭିତିରେ ମହିମା ପୀଠରେ ନୀତିକାନ୍ତି ବିବାଦର ସମାଧାନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ବିଧାୟକ ସୁଧୀର କୁମାର ସାମଲ, ଉଭୟ ପକ୍ଷରେ ସନ୍ୟାସୀମାନେ ପୂର୍ବ ନିଷ୍ପତି ଅନୁଯାୟୀ, ତ୍ୟାଗ ମନୋଭାବ ନେଇ ବିବାଦ ମୁକ୍ତ ହୋଇ ମହିମା ଗୋସାଇଁଙ୍କ ଉପାସନା କରିବାକୁ ନିବେଦନ କରିଛନ୍ତି । ମହିମା ଗାଦିର ସର୍ବାଙ୍ଗୀନ ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ସରକାରଙ୍କ ଯୋଜନା ରହିଛି ବୋଲି ସେ ପ୍ରକାଶ କରିଛନ୍ତି । ସହମତି ଭିତିରେ ଏବଂ ଆଇନ ଅନୁସାରେ ନୀତିକାନ୍ତି ବିବାଦର ସ୍ଥାୟୀ ସମାଧାନ ପାଇଁ ଉଭୟ ପକ୍ଷରେ ସନ୍ୟାସୀମାନେ ଯନôବାନ ହେବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ବିବାଦକୁ ବୃଦ୍ଧି ନକରି ସହମତ ହୋଇ ଶାନ୍ତିପୂର୍ଣ୍ଣ ଭାବରେ ଉପାସନା – ରୀତିନୀତି କରିବାକୁ ଆରକ୍ଷୀ ଅଧୀକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର ସାଧୁ ସନ୍ଥମାନଙ୍କୁ ପରାମର୍ଶ ଦେଇଛନ୍ତି । ପରସ୍ପରକୁ ଗ୍ରହଣ କରି ଶାନ୍ତିପୂର୍ଣ୍ଣ ଭାବେ ସମସ୍ତ ଧାର୍ମିକ କାର୍ଯ୍ୟ ସମ୍ପାଦନ କରିବାକୁ ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧାରାଣୀ ଧଳ ଅନୁରୋଧ କରିଛନ୍ତି । ଉଭୟ ବକ୍ଳଧାରୀ ଓ କୌପୁନୀଧାରୀଙ୍କ ପ୍ରମୁଖ ପାଗଳା ବାବା ଓ ରଘୁ ବାବା, ଉପୁଜିଥିବା ସମସ୍ତ ସମସ୍ୟାଗୁଡିକୁ ଆପୋଷ ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Leave a Reply