Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋମାଂସ ରାନ୍ଧିବାକୁ ନେଇ ଉତ୍ତେଜନା ଥାନାରେ ଏତଲା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋମାଂସ ରାନ୍ଧିବାକୁ ନେଇ ଉତ୍ତେଜନା ଥାନାରେ ଏତଲା

ତିହିଡି : ଭଦ୍ରକଚାନ୍ଦବାଲି ରାସ୍ତା ପାଶ୍ୱର୍ରେ ଥିବା ସତ୍ସଙ୍ଗ ବିହାର ନିକଟରେ କେତେକ ପ୍ରବାସୀ ସଂଖ୍ୟାଲଘୁ ଶ୍ରେଣୀର ବ୍ୟକ୍ତି ଗୋମାଂସ ରାନ୍ଧୁଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଉଚିତ୍ ସମୟରେ ତିହିଡ଼ି ଥାନା ଅଧିକାରୀ ଏମଡି ହାଫିଜ୍ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ଉତ୍ତେଜନା ନିୟନ୍ତ୍ରଣ ହୋଇଥିବା ଜଣାପଡ଼ିଛି । ଏ ସମ୍ପର୍କରେ ବଜରଙ୍ଗ ଦଳ ପକ୍ଷରୁ ସୌମଜ୍ୟଜିତ୍ ସାହାଣୀ ତିହିଡ଼ି ଥାନାରେ ଦେଇଥିବା ଅଭିଯୋଗରୁ ଜଣାପଡ଼ିଛି ଯେ, ଗୁରୁବାର ମଧ୍ୟାହ୍ନରେ ସତ୍ସଙ୍ଗ ବିହାର ନିକଟରେ ଥିବା ଏକ ଘରେ ମୁର୍ସିଦାବାଦ ଅଞ୍ଚଳର କିଛି ସଂଖ୍ୟାଲଘୁ ବ୍ୟକ୍ତି ଗୋମାଂସ ରାନ୍ଧୁଥିଲେ । ଏ ସମ୍ପର୍କରେ ବଜରଙ୍ଗ ଦଳର କିଛି କର୍ମକର୍ତ୍ତା ଖବର ପାଇ ସେଠାରେ ପହଞ୍ଚି ଗୋମାଂସ ରାନ୍ଧିବାକୁ ବିରୋଧ କରିଥିଲେ । ଯାହାଫଳରେ ସେଠାରେ ବହୁ ହିନ୍ଦୁ ଉପସ୍ଥିତ ହୋଇଯିବାରୁ ଉତ୍ତେଜନା ଦେଖା ଦେଇଥିଲା । ଏ ସମ୍ପର୍କରେ ତିହିଡ଼ି ପୁଲିସ୍ କେସ୍ ନଂ ୧୭୫/ ୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି ।

Leave a Reply