ଭୁବନେଶ୍ୱର,୨୨/୪: ନାରୀ ଶ୍ରଦ୍ଧା, ପ୍ରେମ, ଭକ୍ତି, ସେବା, ମମତା, ସମରସତା, ଏକାତ୍ମତା, ତ୍ୟାଗ, ବଳିଦାନ, ସମର୍ପଣ ଓ ସମନ୍ୱୟ, ପରିବର୍ତନଶୀଳତା, କର୍ମଠତା, ସହିଷ୍ଣୁତା ଓ ସମନ୍ୱୟର ସାକ୍ଷାତ ପ୍ରତିମୂର୍ତି । ଅତୀତରେ ଆମ ଦେଶର ମହିୟସୀ ମହିଳାମାନେ ଏହି ଗୁଣର ଅଧିକାରୀ ହୋଇ ଆମର ମହାନ ସଂସ୍କୃତିର ବାହକ ହୋଇଛନ୍ତି । ସେମାନଙ୍କୁ ଆଦର୍ଶ ରୂପେ ଆଜି ସ୍ୱୀକାର କରି ଭବିଷ୍ୟତ ପୀଢି ନିର୍ମାଣ କରିବାର ଆବଶ୍ୟକତା ଅଛି ବୋଲି ଝାଡଖଣ୍ଡର ପୂର୍ବତନ ପୋଲିସ ମହାନିଦେ୍ର୍ଦଶିକା (ଆଇପିଏସ) ଶ୍ରୀମତୀ ନିର୍ମଳା କୌର ଆଜି ସଂଧ୍ୟାରେ ଆୟୋଜିତ ଏକ ପ୍ରବୁଦ୍ଧ ମହିଳା ସମ୍ମିଳନୀରେ ମତ ପ୍ରକାଶ କରିଛନ୍ତି ।



ଏହି ସମ୍ମିଳନୀରେ ମୁଖ୍ୟବକ୍ତାରୂପେ ଯୋଗ ଦେଇ ଶ୍ରୀମତୀ କୌର ‘ରାଷ୍ଟ୍ର ନିର୍ମାଣରେ ନାରୀ’ ଶୀର୍ଷକ ବିଷୟ ଉପରେ ଗଭୀର ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆଇ.ସି.ଏମ୍.ଆଇ.ର ନିଦେ୍ର୍ଦଶିକା ଡଃ ସଂଘମିତ୍ରା ପତି ନାରୀ ଅବଳା ନୁହେଁ ସବଳା । ଆଜି ଯୁଗରେ ନାରୀ ସଶକ୍ତିକରଣ ନାମରେ ଯେଉଁ ପାଶ୍ଚାତ୍ୟର ଅନ୍ଧାନୁକରଣ କରାଯାଉଛି ତାହାକୁ ସମାଲୋଚନା କରିଥିଲେ ।
ଏହି ସମ୍ମିଳନୀରେ ‘ ସମର୍ଥା ’ର ସଂଯୋଜିକା ଶ୍ରୀମତୀ ସାନୁଜା ମେଘମାଳା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶ୍ରୀମତୀ ଆରତୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଜ୍ୟୋତିମୟୀ ସାହୁ, ତପସ୍ୱୀନୀ ମହାନ୍ତ, ସୁଶ୍ରୀ ଦୀପ୍ତିମୟୀ, ଡଃ ସ୍ଥିତିପ୍ରଜ୍ଞା, ଅଙ୍କିତା ଦେବ ପ୍ରମୁଖଙ୍କ ସହଯୋଗରେ ସମ୍ମିଳନୀ ସଫଳ ହୋଇଥିଲା ।