Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତରେ ହେବ ଆଇଫୋନ ନିର୍ମାଣ ହବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତରେ ହେବ ଆଇଫୋନ ନିର୍ମାଣ ହବ


ନୂଆଦିଲ୍ଲୀ : ଭାରତରେ ଆଇଫୋନ୍ ପ୍ରଡକ୍ସନକୁ ବଢ଼ାଇବ ଆମେରିକା କମ୍ପାନୀ ଆପଲ । ଚୀନ୍ ଭରସାରେ ଆଉ ରହିବ ନାହିଁ କମ୍ପାନୀ । ଚୀନ ଉପରରୁ ର୍ନିଭରତା ହ୍ରାସ କରୁଛନ୍ତି କମ୍ପାନୀ କର୍ତୃପକ୍ଷ । ଆଇଫୋନ୍ ହେଉ କି ଅନ୍ୟ କୌଣସି ଆପଲ୍ ପ୍ରଡକ୍ଟ କମ୍ପାନୀ ନିଜର ଉତ୍ପାଦନ, ଚୀନରୁ ବାହାରେ କରିବାକୁ ·ହୁଁଛି । ଆଇଫୋନ୍ କମ୍ପାନୀ ଚୀନରୁ ପ୍ରଡକ୍ସନ ବନ୍ଦ କରିବା ସହିତ ର୍ନିଭରତା ମଧ୍ୟ ଧୀରେ ଧୀରେ ହ୍ରାସ କରୁଛି । ଅନ୍ୟପଟେ ଏହାର ବଡ଼ ଫାଇଦା ଭାରତକୁ ହେବାକୁ ଯାଉଛି । ଚୀନ୍, ଭାରତ ଏବଂ ଆଇଫୋନ୍ । ଏହି ତିନି ନାଁ ଏକ ନୂଆ ବଜାର ସମୀକରଣକୁ ଓଲଟପାଲଟ କରିପାରିବେ । ଆଇଫୋନ ଦୁନିଆର ସବୁଠାରୁ ବଡ଼ ଟେକ୍ନୋଲୋଜି କମ୍ପାନୀ । ପ୍ରତିବର୍ଷ ହଜାରେ କୋଟିରୁ ଅଧିକ ଟଙ୍କାରବ୍ୟବସାୟ କରୁଛି । ଚୀନ୍ ଆପଲ୍ ଫୋନର ବଡ଼ ର୍ନିମାତା ଦେଶ । ହେଲେ କରୋନା ବଦାଇ ଦେଇଛି ଚିତ୍ର । ଚୀନରେ ଉତ୍ପାଦନ ହାର ଏବେ କମିବାରେ ଲାଗିଛି । ଏହି ଉତ୍ପାଦନ ଏବେ ଭାରତରେ ବଢ଼ାଇବାରେ ଲାଗିଛି କମ୍ପାନୀ । ଏକ ରିପୋର୍ଟ ଅନୁଯାୟୀ, ୨୦୨୭ ସୁଦ୍ଧା ପୂରା ବିଶ୍ୱରେ ମେଡ୍ ଇନ ଇଣ୍ଡିଆ ଆଇଫୋନ୍ ମିଳିବ ବୋଲି ପ୍ରକାଶ ପାଇଛି । ୨୦୨୫ ସୁଦ୍ଧା ୨୫ ପ୍ରତିଶତ ଫୋନ୍ ଭାରତରେଉତ୍ପାଦନ ହେବ । ଏହାର ଚର୍ଚ୍ଚା କେବଳ ଭାରତ ବଜାରରେ ଚୀନ ମାକେର୍ଟ ମଧ୍ୟ ଶୁଣିବାକୁ ମିଳିଛି । କୋଭିଡ୍ ପାଇଁ ଆଇଫୋନ୍ର ସବୁଠାରୁ ବଡ଼ ଆସେମ୍ବଲ୍ ପ୍ଲାଟ ପ୍ରଭାବିତ ହୋଇଛି । ଫଳରେ କମ୍ପାନୀକୁ ପ୍ରତି ସପ୍ତାହରେ ଆରବ ଡଲାର କ୍ଷତି ସହିବାରୁ ପଡ଼ିଥିଲା । ଗତ କିଛି ବର୍ଷ ହେଲା ଆପଲ୍ ଚୀନରୁ ନିଜର ଉତ୍ପାଦନ ହ୍ରାସ କରିବାରେ ଲାଗିଛି । ଅନ୍ୟପଟେଭାରତରେ ଆଇଫୋନ୍ ସବୁଠାରୁ ବଡ଼ ଉତ୍ପାଦନ ସେଂଟର ଭାବେ ନିଜର ପରିଚୟ ସୃଷ୍ଟି କରିବାକୁ ·ହୁଁଛି । ବ୍ଲମବର୍ଗର ରିପୋର୍ଟ ଅନୁସାରେ, ବର୍ତମାନ ଭାରତରେ ୨.୨୭ ଆପଲ ସପ୍ଲାଏ ଫେସିଲିଟି ରହିଛି । ଅର୍ଥାତô ଆଇଫୋନ ଉତ୍ପାଦନରେ ଭାରତ ବର୍ତମାନ ଅଷ୍ଟମ ସ୍ଥାନରେ ରହିଛି । ପ୍ରଥମେ ଆମେରିକା, ଚୀନ, ଜାପାନ, ଜର୍ମାନୀ, ୟୁକେ, ତାଇୱାନ, ଫ୍ରାନ୍ସ ଓ ଦକ୍ଷିଣ କୋରିଆ ରହିଛି । ତେବେ ଭାରତର ଏହି ଛବି ତୁରନ୍ତ ବଦଳିବାକୁ ଯାଉଛି । ସାଉଥ ·ଇନା
ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ଅନୁସାରେ, ୨୦୨୭ ପରେ ବିଶ୍ୱର ପ୍ରତ୍ୟେକ ଦୁଇଟି ଫୋନ୍ରୁ ଗୋଟିଏ ଭାରତରେ ର୍ନିମାଣ ହୋଇଥିବା । ଏହା ପୂର୍ବରୁ
ଜେପି ମୋରଗାନ ଅନୁମାନ କରି କହିଥିଲେ ଯେ ୨୦୨୫ ପରେ ବିଶ୍ୱର ୨୫ ପ୍ରତିଶତ ଆଇଫୋନ୍ ର୍ନିମାଣ ହେବ ।

Leave a Reply