Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବନ୍ଧା ହେଲେ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବନ୍ଧା ହେଲେ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ


ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍କୁ ମିଳିଲା ବଡ ସଫଳତା । ବନ୍ଧା ହେଲେ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ । ଏମାନଙ୍କ ପରିଚୟ ପଞ୍ଜାବ ଗୁରଦାସପୁରର ବାସିନ୍ଦା ଜଗବୀର ଓରଫ ଜଗା ଏବଂ ଗୁରପ୍ରିତ ବୋଲି ଜଣାପଡିଛି । ଉଭୟ ଦାଦା ପୁଅ ଭାଇ । ଏମାନେ ଦୁହେଁ ପଞ୍ଜାବରେ ଆତଙ୍କବାଦୀ ଷଡଯନ୍ତ୍ର ରଚୁଥିଲେ । ଏମାନଙ୍କ ଟାର୍ଗେଟ୍ରେ ଜଣେ ରାଜନେତା ଥିଲେ । ତେବେ ଏହାପୂର୍ବରୁ ଏହି ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉଦ୍ୟମକୁ ପଣ୍ଡ କରିଦେଇଛି ଦିଲ୍ଲୀ ପୁଲିସ । କୋର୍ଟ ଏହି ଦୁଇ ଜଣଙ୍କୁ ୧୪ ଦିନିଆ ହେପାଜତକୁ ପଠାଇ ଦେଇଛନ୍ତି । ସୂଚନା ମୁତାବକ, ପଞ୍ଜାବ ପୁଲିସ ସୌର୍ଯ୍ୟ ଚକ୍ରରେ ସମ୍ମାନୀତ ବଲବିନ୍ଦର ସିଂହ ଓରଫ ସାଂଧୁଙ୍କ ହତ୍ୟା ଅଭିଯୋଗରେ ଗୁରବିନ୍ଦର ସିଂହ ଓ ତାଙ୍କର ଦୁଇ ସହଯୋଗୀ ସନ୍ଦୀପ ସିଂହ ଏବଂ ଗୁରପ୍ରିତ ସିଂହଙ୍କୁ ୨୦୨୨ ଅଗଷ୍ଟ ୯ ତାରିଖରେ ଗିରଫ କରିଥିଲା । ଏମାନଙ୍କୁ ଗିରଫ କରିବା ବେଳେ ଏକ ଚାଷ ଜମିରୁ ଆରଡିଏକ୍ସ, ଆଇଇଡି, ହ୍ୟାଣ୍ଡ ଗ୍ରେପେଡ, ୩୭ ଲକ୍ଷ ନଗଦ ଟଙ୍କା, ୬୩୪ ଗ୍ରାମ ହେରୋଇନ୍ ଓ ବ୍ୟାପକ ହଥିଆର ଜବତ ହୋଇଥିଲା । ଏସବୁ ପାକିସ୍ତାନରୁ ଭାରତ ଆସିଥିଲା । ଏହାପରେ ପଞ୍ଜାବ ପୁଲିସ ସୁଲତାନପୁର ଲୋଧି ଥାନାରେ ମାମଲା ରଜୁ କରିଥିଲା । ପୁଲିସ ଗୁରବିନ୍ଦରଙ୍କ ସହଯୋଗୀ ଜଗବୀର ଓ ଗୁରପ୍ରିତଙ୍କ ତଲାସି ଜାରି ରଖିଥିଲା । ସ୍ପେଶାଲ ସେଲ୍ର କାଉଂଟର ଇଟେଂଲିଜେନ୍ସ ଏହି ଦୁଇ ଜଣଙ୍କୁ ଗତ ସପ୍ତାହରେ ଦିଲ୍ଲୀରୁ ଗିରଫ କରିଥିଲା । ଗିରଫ ପରେ ପଚରାଉଚରା ବେଳେ ୨୦୨୨ ଅଗଷ୍ଟ ୧୫ ତାରିଖରେ ପଞ୍ଜାବରେ ଏମାନେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଯୋଜନା କରିଥିବା ଜଣାପଡିଥିଲା ।

Leave a Reply