Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପୁରୁଷ ହକି ବିଶ୍ୱକପ୍-୨୦୨୩ରେ ନିର୍ଣ୍ଣାୟକ ମୁକାବିଲାରେ ଭାରତ ବିଜୟୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୁରୁଷ ହକି ବିଶ୍ୱକପ୍-୨୦୨୩ରେ ନିର୍ଣ୍ଣାୟକ ମୁକାବିଲାରେ ଭାରତ ବିଜୟୀ

ନିର୍ଣ୍ଣାୟକ ମୁକାବିଲାରେ ଭାରତ ବିଜୟୀ
ଭୁବନେଶ୍ୱର: ପୁରୁଷ ହକି ବିଶ୍ୱକପ୍-୨୦୨୩ରେ ଗୁରୁବାର ଭାରତ ବିଜୟୀ ହୋଇଛି । ଭାରତୀୟ ଟିମ୍ ୪-୨ ଗୋଲ୍ରେ ୱେଲ୍ସକୁ ପରାସ୍ତ କରିଛି । ପୂର୍ବରୁ ପୁଲ-ଡି’ରେ ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ଯାଇସାରିଛି । କଳିଙ୍ଗ ଷ୍ଟାଡିୟମ୍ରେ ଟିମ୍ ଇଣ୍ଡିଆ ତରଫରୁ ଶାମଶେର୍ ସିଂହ ପ୍ରଥମ ଗୋଲ୍ ଦେଇଥିଲେ । ସେ ୨୧ ମିନିଟରେ ପେନାଲ୍ଟି ଗୋଲ ଦେଇ ଭାରତକୁ ଆଗୁଆ କରିଥିଲେ । ଦ୍ୱିତୀୟ କ୍ୱାର୍ଟରେ ଆକାଶଦୀପ ସିଂହ ଅନ୍ୟ ଏକ ଗୋଲ ଦେଇ ଭାରତକୁ ୨-୦ ଗୋଲ୍ରେ ଅଗ୍ରଣୀ କରାଇଥିଲେ । ଆକାଶଦୀପ ମ୍ୟାଚ୍ର ୩୨ ମିନିଟ୍ରେ ଫିଲ୍ଡ ଗୋଲ୍ ଦେଇଥିଲେ । ଭାରତ ପୁଲ୍-ଡି’ରେ ଦ୍ୱିତୀୟ ସ୍ଥାନରେ କ୍ରସ୍ ଓଭର ଖେଳିବ । ପ୍ରଥମ ୨ଟି କ୍ୱାର୍ଟରେ ୱେଲ୍ସ ଭଲ ପ୍ରଦର୍ଶନ କରି ନଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସକ୍ରିୟ ଦେଖାଯାଇଥିଲେ । ୱେଲ୍ସ ତରଫରୁ ୪୨ ମିନିଟ୍ରେ ଫୁରଲଙ୍ଗ୍ ଗ୍ରେଥ୍ ଏକ ପେନାଲ୍ଟି ଗୋଲ୍ ଦେଇଥିଲେ । ସେହିପରି ଦଳର ଡ୍ରାପେର ଜାକୋବ୍ ୪୪ମିନିଟରେ ଅନ୍ୟ ଏକ ଗୋଲ୍ ଦେଇ ନିଜ ଦଳକୁ ଭାରତର ସମକକ୍ଷ କରିଥିଲେ । ଖେଳର ୪୫ ମିନିଟରେ ଆକାଶଦୀପ ନିଜର ଦ୍ୱିତୀୟ ଗୋଲ୍ ଦେଇ ଟିମ୍ ଇଣ୍ଡିଆକୁ ୩-୨ ଗୋଲ୍ରେ ଅଗ୍ରଣୀ କରାଇଥିଲେ । ଭାରତ ପକ୍ଷରୁ ହରମନପ୍ରୀତ ସିଂହ ୫୯ ମିନିଟରେ ଅନ୍ୟ ଏକ ଗୋଲ ଦେଇଥିଲେ । ହକି ବିଶ୍ୱକପ୍ ୫ତମ ସଂସ୍କରଣର ଆୟୋଜକ ଭାରତ ଏହା ପୂର୍ବରୁ ଗତ ୧୩ ତାରିଖରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ସ୍ପେନ୍କୁ ୨-୦ରେ ପରାସ୍ତ କରିଥିଲା । ଗ୍ରୁପ୍-ଡି’ର ଅନ୍ୟ ଏକ ମ୍ୟାଚ୍ରେ ୧୫ ତାରିଖ ଦିନ ଇଂଲଣ୍ଡ ସହିତ ପଏଣ୍ଟ ଭାଗ କରିଥିଲା । ଉଭୟ ଭାରତ ଓ ଇଂଲଣ୍ଡ ମଧ୍ୟରେ ସେହିଦିନ କଡ଼ାମୁକାବିଲା ହୋଇଥିଲା । ଫଳରେ କୌଣସି ଟିମ୍ ଗୋଲ୍ ଦେଇପାରି ନଥିଲେ । ଆଜିର ଅନ୍ୟ ଏକ ମ୍ୟାଚ୍ରେ ଇଂଲଣ୍ଡ ୪-୦ ଗୋଲ୍ରେ ସ୍ପେନ୍କୁ ପରାସ୍ତ କରିଥିଲା । କଳିଙ୍ଗ ଷ୍ଟାଡିୟମରେ ସନ୍ଧ୍ୟା ୫ଟାରେ ଖେଳାଯାଇଥିବା ମ୍ୟାଚ୍ରେ ଇଂଲଣ୍ଡର ଖେଳାଳିମାନେ ସ୍ପେନ ଉପରେ ଭାରୀ ପଡ଼ିଥିଲେ । ଇଂଲଣ୍ଡର ରୋପେର୍ ଫିଲ୍ ୧୦ ମିନିଟରେ ପେନାଲ୍ଟି ଗୋଲ ଦେଇଥିଲେ । ସେହିପରି କୋନଡନ ଡାଭିଡ ୨୧ ମିନିଟ, ବେଣ୍ଡରକ୍ ନିକୋଲାସ ୫୦ ଓ ଆନସେଲ ଲିଆମ୍ ୫୧ ମିନିଟ୍ରେ ଫିଲ୍ଡ ଗୋଲ ଦେଇ ନିଜ ଦଳକୁ ୪-୦ରେ ବିଜୟୀ କରାଇଥିଲେ । ପୂରା ମ୍ୟାଚ୍ରେ ଉଭୟ ଦଳକୁ ୨ ଥର ଲେଖାଏଁ ପେନାଲ୍ଟି ସୁଯୋଗ ମିଳିଥିଲା । କିନ୍ତୁ କୌଣସି ଦଳ ଏଥିରୁ ଲାଭ ଉଠାଇ ପାରି ନଥିଲେ । ଏହା ପୂର୍ବରୁ ନେଦରଲାଣ୍ଡସ୍ ରେକର୍ଡ ବିଜୟ ହାସଲ କରିଥିଲା । ଅପରାହ୍ଣ ୩ଟାରେ ଖେଳାଯାଇଥିବା ମ୍ୟାଚ୍ରେ ନେଦରଲାଣ୍ଡ୍ସର ଖେଳାଳିମାନେ ଗୋଲ୍ ବର୍ଷା କରିଥିଲେ । ଏହି ମ୍ୟାଚ୍ରେ ଚିଲି ବିପକ୍ଷରେ ନେଦରଲାଣ୍ଡସ୍ ବିଶାଳ ବିଜୟ ହାସଲ କରିଥିଲା । ନେଦରଲାଣ୍ଡସର ଖେଳାଳି ୧୪-୦ ଗୋଲ୍ରେ ଚିଲିକୁ ପରାସ୍ତ କରିଥିଲେ ।

Leave a Reply