Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଜନୈତିକ ବିଜ୍ଞାପନରେ ଖର୍ଚ୍ଚ କରିଥିବା ୧୬୪ କୋଟି ଟଙ୍କା ଆଦାୟ ପାଇଁ ‘ଆପ୍’କୁ ନୋଟିସ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଜନୈତିକ ବିଜ୍ଞାପନରେ ଖର୍ଚ୍ଚ କରିଥିବା ୧୬୪ କୋଟି ଟଙ୍କା ଆଦାୟ ପାଇଁ ‘ଆପ୍’କୁ ନୋଟିସ୍

ନୂଆଦିଲ୍ଲୀ: ସରକାରୀ ବିଜ୍ଞାପନ ନାଁରେ ‘ରାଜନୈତିକ ବିଜ୍ଞାପନ’ ବାବଦକୁ ଖର୍ଚ୍ଚ କରିଥିବା ୧୬୩.୬୨ କୋଟି ଟଙ୍କା ଆଦାୟ ନିମନ୍ତେ ଦିଲ୍ଳୀ ସରକାର ‘ଆମ୍ ଆଦ୍ମୀ ପାର୍ଟି’କୁ ନୋଟିସ୍? ଜାରି କରିଛନ୍ତି । ଉପରୋକ୍ତ ଅର୍ଥ ୧୦ ଦିନ ମଧ୍ୟରେ ପୈଠ କରିବା ଲାଗି ‘ଡାଇରେକ୍ଟୋରେଟ୍ ଅଫ୍ ଇନ୍ଫର୍ମେସନ୍ ଆଣ୍ଡ୍ ପବ୍ଲିସିଟି’ (ଡିଆଇପି) ଜାରି କରିଥିବା ଉକ୍ତ ନୋଟିସ୍ରେ ଶାସକ ‘ଆମ୍ ଆଦ୍ମୀ ପାର୍ଟି’କୁ ନିର୍ଦେଶ ଦିଆଯାଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି । ନୋଟିସ୍ରେ ଉଲ୍ଲେଖ ଅଛି, ଉପରୋକ୍ତ କାରଣ ଦୃଷ୍ଟିରୁ ରାଜ୍ୟ କୋଷାଗାରକୁ ତୁରନ୍ତ ୯୯,୩୧,୧୦,୦୫୩ ଟଙ୍କା ୧୦ ଦିନ ମଧ୍ୟରେ ଫେରସ୍ତ ଦେବା ପାଇଁ ଅନୁରୋଧ । ‘ଆପ୍’ ଆବାହକ ଯଦି ଏହି ଆଦେଶ ଅମାନ୍ୟ କରନ୍ତି ତେବେ, ଦଳର ସମ୍ପତ୍ତି ‘ଆଟାଚ୍ମେଣ୍ଟ୍’ ସମେତ ସମସ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ପୂର୍ବରୁ ଦିଲ୍ଲୀ ଉପରାଜ୍ୟପାଳ ଜାରି କରିଥିବା ଆଦେଶନାମାରେ ସମୟ ନିର୍ଦ୍ଧାରଣ କରାଯାଇଛି ବୋଲି ଉକ୍ତ ନୋଟିସ୍ରେ ଉଲ୍ଲେଖ ଅଛି । ଉଲ୍ଲେଖଯୋଗ୍ୟ, ସରକାରୀ ବିଜ୍ଞାପନ ଆଳରେ ଅରବିନ୍ଦ କେଜ୍ରିୱାଲ୍ଙ୍କ ନେତୃତ୍ୱାଧୀନ ‘ଆପ୍’ ରାଜନୈତିକ ବିଜ୍ଞାପନ ପ୍ରକାଶ କରୁଥିବା ଅଭିଯୋଗ ହୋଇଥିଲା । ସେହି ଅଭିଯୋଗକୁ ଭିତ୍ତି କରି ଦିଲ୍ଲୀ ଉପରାଜ୍ୟପାଳ ଭି. କେ. ସାକ୍ସେନା ‘ଆପ୍’ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାର ପ୍ରାୟ ଏକ ମାସ ପରେ ଉପରୋକ୍ତ ନୋଟିସ୍ ଜାରି କରାଯାଇଛି । ୯୭ କୋଟି ଟଙ୍କା ଆଦାୟ ନିମନ୍ତେ ଡିସେମ୍ବର ୨୦ ତାରିଖରେ ଉପରାଜ୍ୟପାଳ ଜାରି କରିଥିବା ଆଦେଶ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ‘ଆପ୍’ କହିଥିଲା ଯେ, ଏଭଳି ଆଦେଶ ଦେବା ପାଇଁ ଉପରାଜ୍ୟପାଳଙ୍କର କ୍ଷମତା ନାହିଁ ।

Leave a Reply