Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତ ସବୁ କ୍ଷେତ୍ର ପାଇଁ ପ୍ରସ୍ତୁତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତ ସବୁ କ୍ଷେତ୍ର ପାଇଁ ପ୍ରସ୍ତୁତ


ନୂଆଦିଲ୍ଲୀ: ଚୀନ୍ ୟାର୍ଲୁଙ୍ଗ ସାଙ୍ଗପୋ ନଦୀ ଉପରେ ୬୦,୦୦୦ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ ଲାଗି ଏକ ଡ୍ୟାମ୍ ନିର୍ମାଣ କରୁଛି । ଚୀନ୍ର ଏହି ନିର୍ମାଣାଧୀନ ଡ୍ୟାମ୍ ମେଡଗ୍ ସୀମାରେ ଅବସ୍ଥିତ ଯାହା କି ଅରୁଣାଚଳ ପ୍ରଦେଶର ନିକଟବର୍ତ୍ତୀ ବୋଲି ଶକ୍ତି ମନ୍ତ୍ରାଳୟର ସୂତ୍ରରୁ ପ୍ରକାଶ । ତେବେ, ଚୀନର ଏହି ବନ୍ଧ ନିର୍ମାଣକୁ ନେଇ ଭାରତ ଚିନ୍ତିତ ଅଛି । ସୂତ୍ରରୁ ପ୍ରକାଶ ଯେ, ଡ୍ୟାମ୍ ନିର୍ମାଣ ପରେ ଚୀନ୍ ବ୍ରହ୍ମପୁତ୍ର ନଦୀର ପ୍ରବାହିତ ଜଳଧାରାକୁ ବଦଳାଇଦେଇ ପାରିବ । କେବଳ ଏତିକି ନୁହେଁ, ଏହି ଡ୍ୟାମର ପାଣିକୁ ଅଟକାଇ ବନ୍ୟା ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି କରି ପାରିବ । ଏହା ମଧ୍ୟ ଆକଳନ କରାଯାଉଛି କି ଚୀନ୍ର ଏହି ଡ୍ୟାମ୍ ଅରୁଣାଚଳ ପ୍ରଦେଶ ଏବଂ ଆସାମରେ ଜଳ ସଙ୍କଟ ବି ସୃଷ୍ଟି କରିପାରେ । ଚୀନର ଏହି ନିର୍ମାଣ ଯୋଗୁ ଭାରତର ଏହି ଦୁଇ ରାଜ୍ୟରେ ଉଭୟ ଜଳାଭାବ କିମ୍ବା ବନ୍ୟା ପରି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି । ଚୀନ୍ର ଏହି ନିର୍ମାଣଧୀନ ଡ୍ୟାମ୍ କେବଳ ଭାରତ ନୁହେଁ; ବାଂଲାଦେଶକୁ ମଧ୍ୟ ପ୍ରଭାବିତ କରିପାରେ ବୋଲି ଶକ୍ତି ମନ୍ତ୍ରାଳୟ ସୂତ୍ରରୁ ପ୍ରକାଶ । ଏହି ସୂତ୍ରରୁ ଆହୁରି ମଧ୍ୟ କୁହାଯାଇଛି ଯେ ଭାରତ ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛି ଏବଂ ଭାରତ ମଧ୍ୟ ଅରୁଣାଚଳ ପ୍ରଦେଶରେ ଅନେକ ଡ୍ୟାମେରେ ଜଳ ସଂରକ୍ଷଣ କ୍ଷମତା ବୃଦ୍ଧି କରିବା ସହିତ ନିଜକୁ ପ୍ରସ୍ତୁତ କରୁଛି ।

Leave a Reply