Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମୋଦୀଜୀଙ୍କୁ ପ୍ରଶଂସା ପାକ୍ ଖବରକାଗଜରେ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମୋଦୀଜୀଙ୍କୁ ପ୍ରଶଂସା ପାକ୍ ଖବରକାଗଜରେ

ନୂଆଦିଲ୍ଲୀ: ବିଗୁଡ଼ୁଛି ପାକିସ୍ତାନର ଅର୍ଥବ୍ୟବସ୍ଥା । ବଢ଼ିବାରେ ଲାଗିଛି ମୌଳିକ ଜିନିଷର ଦାମ୍ । ଦେଶର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ମଧ୍ୟ ସ୍ୱୀକାର କରିଛନ୍ତି ଯେ, ପାକିସ୍ତାନ ଭିକ ମାଗିବାକୁ ବାଧ୍ୟ ହୋଇଛି । ଆର୍ଥôକ ଅବସ୍ଥା ଭୁଶୁଡିବା ସ୍ଥିତିକୁ ଚାଲିଆସିବା ପରେ ସାରା ପାକିସ୍ତାନର ଲୋକମାନେ ଶହବାଜ ସରିଫ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି । ହେଲେ ଏସବୁ ମଧ୍ୟରେ ପାକିସ୍ତାନବାସୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ଼ ପ୍ରଶଂସକ ପାଲଟିଛନ୍ତି । ପାକିସ୍ତାନୀ ଖବରକାଗଜରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରାଯିବା ସହ କୁହାଯାଇଛି ଯେ, ଭାରତ ବର୍ତ୍ତମାନ ଜଣେ ଭଲ ନେତାଙ୍କ ହାତରେ ଅଛି । ପ୍ରଥମ ଥର ପାଇଁ ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରି ପାକିସ୍ତାନୀ ଖବରକାଗଜରେ ଏହା ଲେଖାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଭାରତକୁ ଏକ ଉଚ୍ଚ ସ୍ଥାନକୁ ନେଇଛନ୍ତି, ଯେଉଁଠାରୁ ଦେଶ ଏହାର ପ୍ରଭାବ ବିସ୍ତାର କରିପାରିବ । ଏହା ଆରମ୍ଭ ହୋଇସାରିଛି । ପାକିସ୍ତାନୀ ଖବରକାଗଜ ‘ଦି ଏକ୍ସପ୍ରେସ ଟ୍ରିବ୍ୟୁନ’ରେ ପ୍ରକାଶିତ ଏକ ପ୍ରବନ୍ଧରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତର ବୈଦେଶିକ ନୀତିରେ ଉନ୍ନତି ଆସିଛି ଏବଂ ଦେଶର ଜିଡିପି ୩ଟ୍ରିଲିୟନ ଡଲାର ଅତିକ୍ରମ କରିଛି । ଏହି ସମୟରେ ସମସ୍ତ ନିବେଶକଙ୍କ ପାଇଁ ଭାରତ ଏକ ପ୍ରିୟ ଗନ୍ତବ୍ୟସ୍ଥଳ ପାଲଟିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ପରିବର୍ତ୍ତନଶୀଳ ସମୟରେ ମଧ୍ୟ ଭାରତ ବିଶ୍ୱ ସ୍ତରରେ ଏହାର ପ୍ରଭାବ ବଢ଼ାଇଛି । ବିଶ୍ୱ ଫୋରମରେ ଭାରତର ଗ୍ରହଣୀୟତା ବୃଦ୍ଧି ପାଇଛି ।

Leave a Reply