Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦୁବାଇ ଯିବେ ବଣ୍ଡା ଆଇଟିଆଇ ଛାତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦୁବାଇ ଯିବେ ବଣ୍ଡା ଆଇଟିଆଇ ଛାତ୍ରୀ

ଖଇରପୁଟ : ପିଲାଟିଦିନୁ ବାପାମା’ ଛେଉଣ୍ଡ, ୪ ଭଉଣୀ ମିଶି ପଢ଼ାଇଥିଲେ ଇପିକଲ୍ ପକ୍ଷରୁ ମେ ମାସରେ ଦୁବାଇରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବଣ୍ଡା ଛାତ୍ରୀ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏଥିଲାଗି ଓଡ଼ିଶାରୁ ୫ ଛାତ୍ରଛାତ୍ରୀଙ୍କୁ ମନୋନୀତ କରିଛି । ଓଡ଼ିଶାର ଯାଜପୁର, ମୟୂରଭଞ୍ଜ ସରକାରୀ ପଲିଟେକନିକ୍, ରାଉରକେଲା, ବ୍ରହ୍ମପୁର ଆଇଟିଆଇରୁ ଅନ୍ୟ ୪ ଛାତ୍ରଛାତ୍ରୀ ରହିଥିବା ବେଳେ ମାଲକାନଗିରି ସରକାରୀ ଆଇଟିଆଇରୁ ବୁଦ୍ରି କିର୍ସାନୀ ଦୁବାଇ ଯିବାକୁ ମନୋନୀତ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ ବଣ୍ଡାଘାଟିର ଦାନ୍ତିପଡ଼ା ଗ୍ରାମରେ ବୁଦ୍ରିଙ୍କ ଘର । କଦମଗୁଡ଼ା ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିବାପରେ ବୁଦ୍ରି ଏମ୍ଭି-୨୭ ଗ୍ରାମର ସରକାରୀ ଉଚ୍ଚବିଦ୍ୟାଳୟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ । ଏହାପରେ ସେ ମାଲକାନଗିରି ଆଇଟିଆଇରେ ଇଲୋଟ୍ରୋନିକ୍ସ ମେକାନିକାଲ ବିଭାଗରେ ନାମ ଲେଖାଇଥିଲେ । ପିଲାଟି ଦିନରୁ ବାପା, ମାଆ ଛେଉଣ୍ଡ ବୁଦ୍ରି । ବାପା ହାଡି କିର୍ସାନୀ ଓ ମାଆ ଆଦିବାରି କିର୍ସାନୀଙ୍କ ମୃତୁ୍ୟ ପରେ ୫ ଭଉଣୀ ବେସାହାରା ହୋଇପଡ଼ିଥିଲେ । ପରିବାର ଚଳାଇବା କଷ୍ଟକର ହୋଇଥିଲେ ମଧ୍ୟ ବୁଦ୍ରି ଭଲ ପାଠ ପଢ଼ୁଥିବାରୁ ଅନ୍ୟ ଭଉଣୀମାନେ ବୁଦ୍ରିଙ୍କୁ ମଣିଷ କରିବାକୁ ପଣ କରିଥିଲେ । ଚାଷ ସହ ଅନ୍ୟ କାମ କରି ବୁଦ୍ରିଙ୍କୁ ପାଠ ପଢ଼ିବା ପାଇଁ ଅନ୍ୟ ଭଉଣୀମାନେ ଉତ୍ସାହିତ କରି ଚାଲିଥିବା ବେଳେ ଏହାର ସୁଫଳ ଆଜି ମିଳିଛି । ଶିକ୍ଷକ ଓ ଭଉଣୀମାନଙ୍କ ଉଦ୍ୟମ ଯୋଗୁ ଦୁବାଇ ଯାଇ କିଛି ଶିକ୍ଷା ଗ୍ରହଣ କରିପାରିବି ବୋଲି ବୁଦ୍ରି ପ୍ରକାଶ କରିଛନ୍ତି । ଖୁବ୍ଶୀଘ୍ର ତକôାଳ ପାସପୋର୍ଟ ପ୍ରସ୍ତୁତ କରିବାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଯୁଗ୍ମ ସଚିବ ରୋଜିନା ଦାଶ ଆଞ୍ଚଳିକ ପାସପୋର୍ଟ ଅଧିକାରୀଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି । ବୁଦ୍ରିଙ୍କ ସହ ଦୁବାଇ ଯିବାପାଇଁ ମନୋନୀତ ହୋଇଥିବା ଅନ୍ୟ ଛାତ୍ରଛାତ୍ରୀମାନେ ହେଲେ ଯାଜପୁର ସରକାରୀ ପଲିଟେକ୍ନିକ୍ର ବଳରାମ ରାଉତ, ମୟୂରଭଞ୍ଜ ସରକାରୀ ପଲିଟେକ୍ନିକର ଭାଗ୍ୟସ୍ମିତା ପୃଷ୍ଟି, ରାଉରକେଲା ସରକାରୀ ଆଇଟିଆଇର ହିମାଂଶୁ ଶେଖର ସାହୁ, ବ୍ରହ୍ମପୁର ଆଇଟିଆଇର ଅପସା ରାଣୀ ବେହେରା । ଉଲ୍ଲେଖଯୋଗ୍ୟ ଯେ ଶିଳ୍ପ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ଦେଖିବା ସହ ଶିକ୍ଷା ଗ୍ରହଣ କରିବାକୁ ଶିଳ୍ପ ବିଭାଗ ଅଧୀନରେ ଥିବା ଇପିକଲ୍ ଏହି କାର୍ଯ୍ୟକ୍ରମ ଆୟୋଜନ କରିଛି । ମେ ୧୫ରେ ମନୋନୀତ ଛାତ୍ର ଦୁବାଇ ଅଭିମୁଖେ ଯାଇ ୨୨ରେ ସ୍ୱଦେଶ ଫେରିବେ ।

Leave a Reply