Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆମେରିକା ରାଷ୍ଟ୍ରପତି ଦୌଡରେ ଭାରତୀୟ ବଂଶୋଦ୍ଭବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆମେରିକା ରାଷ୍ଟ୍ରପତି ଦୌଡରେ ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ : ଆମେରିକା ରାଜନୀତିରେ ରୋ ଖାନ୍ନାଙ୍କ ନାଁ ହଠାତ ଚର୍ଚ୍ଚାକୁ ଆସିଛି । ୨୦୨୪ରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ତାଙ୍କ ପ୍ରାର୍ଥୀତ୍ୱର ସମ୍ଭାବନା ଅଧିକ ରହିଛି । ରୋ ଖାନ୍ନା କାର୍ଲିଫର୍ଣ୍ଣିଆରୁ ପ୍ରତିନିଧିତ୍ୱ କରୁଛନ୍ତି । ଯଦି ସେ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ତେବେ ବି୍ରଟେନ ପରେ ଆମେରିକା ଦ୍ୱିତୀୟ ବଡ ଦେଶ ହେବ, ଯାହାର ନେତୃତ୍ୱ କୌଣସି ଭାରତୀୟ ବଂଶେଦ୍ଭବଙ୍କ ହାତରେ ରହିବ । ରୋ ଖାନ୍ନାଙ୍କ ଜନ୍ମ ଫିଲାଡେଫ୍ଲିୟାରେ ଏକ ମଧ୍ୟବିତ୍ତ ପରିବାରରେ ହୋଇଛି । ରୋ ଖାନ୍ନାଙ୍କ ବାପା-ମାଆ ୧୯୭୦ ଦଶନ୍ଧିରେ ଆମେରିକା ଆସିଥିଲେ । ତାଙ୍କ ବାପା ଜଣେ କେମିକାଲ ଇଞ୍ଜିନିୟର ଏବଂ ମାଆ ଜଣେ ସ୍କୁଲ ଶିକ୍ଷୟିତ୍ରୀ ଥିଲେ । ତେବେ ରୋ ଖାନ୍ନାଙ୍କ ଜେଜେ ବାପା ଭାରତର ସ୍ୱାଧୀନତାରେ ସକି୍ରୟ ସଂଗ୍ରାମୀ ଥିଲେ । ସେ ଲାଲା ଲାଜପତ ରାୟଙ୍କ ସହ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ ଏବଂ ଅନେକ ବର୍ଷ ଯାଏ ଜେଲରେ ମଧ୍ୟ ରହିଥିଲେ । ରୋ ଖାନ୍ନା କଂଗ୍ରେସ ପୂର୍ବରୁ ଷ୍ଟେନଫର୍ଡ ୟୁନିଭରସିଟ୍ରେ ଅର୍ଥନୀତି ପଢ଼ାଉଥିଲେ । ଏହାଛଡା ସେ ଓବାମା ପ୍ରଶାସନରେ ଡେପୁଟି ଆସିଷ୍ଟାଣ୍ଟ ସେକେଟି୍ର ଭାବେ କାମ କରିସାରିଛନ୍ତି । ରୋ ଖାନ୍ନା ୟୁନିଭରସିଟ୍ ଅଫ୍ ସିକାଗୋରେ ଇକୋନମିକ୍ସରେ ବିଏ ଏବଂ ୟେଲ ୟୁନିଭରସିଟ୍ରୁ ଆଇନରେ ଡିଗ୍ରୀ ହାସଲ କରିଥିଲେ ।

Leave a Reply