Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏମ.ଭି ଗଙ୍ଗାବିଳାସ’ ଯାତ୍ରାର ଶୁଭାରମ୍ଭ:ନଦୀ ପରିକ୍ରମା କାର୍ଯ୍ୟ ୫୧ ଦିନ ପର୍ଯ୍ୟନ୍ତ ଚାଲିବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏମ.ଭି ଗଙ୍ଗାବିଳାସ’ ଯାତ୍ରାର ଶୁଭାରମ୍ଭ:ନଦୀ ପରିକ୍ରମା କାର୍ଯ୍ୟ ୫୧ ଦିନ ପର୍ଯ୍ୟନ୍ତ ଚାଲିବ

ବାରଣାସୀ,୧୩ା୧: ଜାନୁଆରୀ ୧୩ ତାରିଖ ଦିନ ଭିଡିଓ କନ୍ଫରେନ୍ସିଙ୍ଗ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣସୀରେ ବିଶ୍ୱର ଦୀର୍ଘତମ ‘ରିଭର୍ କ୍ରୁଜ୍’ ‘ଏମ.ଭି ଗଙ୍ଗାବିଳାସ’ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ବାରାଣସୀରୁ ଯାତ୍ରା ଆରମ୍ଭ କରି ‘ଏମ୍. ଭି.ଗଙ୍ଗା ବିଳାସ’ ବାଂଲାଦେଶ ଦେଇ ୫୧ ଦିନରେ ପ୍ରାୟ ୩,୨୦୦ କିଲୋମିଟର୍ ଅତିକ୍ରମ କରି ମାର୍ଚ୍ଚ ୧ ତାରିଖ ଦିନ ଆସାମର ଦିବ୍ରୁଗଡ଼ରେ ପହଁଚିବ । ଯାତ୍ରା ସମୟରେ ‘ଏମ୍. ଭି. ଗଙ୍ଗାବିଳାସ’ ଦୁଇଟି ଦେଶରେ ଥିବା ୨୭ଟି ନଦୀ ପଥ ଅତିକ୍ରମ କରିବ । ଏହି ଜଳଯାତ୍ରାବେଳେ ‘ଏମ୍.ଭି ଗଙ୍ଗାବିଳାସ’ ୫୦ଟି ପର୍ଯ୍ୟଟନସ୍ଥଳୀ ଗସ୍ତ କରିବ । ତେବେ ଏହା ପର୍ଯ୍ୟଟନ କ୍ଷେତ୍ରରେ ଏକ ବଡ ବିପ୍ଳବ ଆଣିବ ବୋଲି ଆଶା କରାଯାଉଛି । ଯାହାର ଚିତ୍ର ବର୍ତମାନଠାରୁ ଦୃଶ୍ୟମାନ ହେଉଛି । ଗଙ୍ଗାବିଳାସ କ୍ରୁଜକୁ ୟୁରୋପୀୟ ଦେଶର ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ଫଳସ୍ୱରୂପ, ଆଗାମୀ ୫ ବର୍ଷ ପାଇଁ ପ୍ରାୟ ୬୦% ୟୁରୋପୀୟ ଏବଂ ଅନ୍ୟ ବିଦେଶୀ ନାଗରିକ ଏହାକୁ ବୁ କରିଛନ୍ତି । ଯେଉଁ ୬୦ ପ୍ରତିଶତ ବୁକିଂ ହୋଇଛି ସେଥିରେ ୟୁରୋପ, ନରୱେ, ଜର୍ମାନୀ ଦେଶର ଲୋକ ଅଛନ୍ତି । ଏହାକୁ ନେଇ ଗଙ୍ଗାବିଳାସ କ୍ରୁଜର ମ୍ୟାନେଜର ରାଜ ସିଂହ କହିଛନ୍ତି ଯେ ଗଙ୍ଗାବିଳାସର ଇଂଟରିୟର ଡିଜାଇନ ସମସ୍ତଙ୍କୁ ପସନ୍ଦ ଆସୁଛି । ଯେଉଁଥିପାଇଁ ବିଦେଶୀ ପର୍ଯ୍ୟଟକମାନେ ଆଗୁଆ ବୁକିଂ କରିଛନ୍ତି । ସେ କହିଛନ୍ତି ଯେ ଭାରତୀୟ ପର୍ଯ୍ୟଟକମାନେ ମଧ୍ୟ ଏହି କ୍ରୁଜରେ ଯାତ୍ରା କରିପାରିବେ । ସେ କହିଛନ୍ତି ଯେ ୫୧ ଦିନିଆ ଯାତ୍ରା ସହିତ ୪, ୧୦, ୧୨ ଦିନିଆ ଯାତ୍ରା ପାଇଁ ଅନ୍ୟାନ୍ୟ ଛୋଟ ପ୍ୟାକେଜ୍ ମଧ୍ୟ ଅଛି । ଯଦି ଯାତ୍ରୀ ଚାହାଁନ୍ତି, ସେ ସେହି ପ୍ୟାକେଜ୍ ମଧ୍ୟ ନେଇପାରିବେ । ଉଲ୍ଲେଖ ଥାଉ କି ଭାରତର ଶ୍ରେଷ୍ଠତମ ନଦୀ ପର୍ଯ୍ୟଟନ ଓ ପ୍ରାକୃତିକ ସମ୍ବଳକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବାକ୍ରୁ ଗଙ୍ଗାବିଳାସ କ୍ରୁଜ୍ ପ୍ରସ୍ତୁତ ହୋଇଛି । ଏହି କ୍ରୁଜର ନଦୀ ପରିକ୍ରମା କାର୍ଯ୍ୟ ୫୧ ଦିନ ପର୍ଯ୍ୟନ୍ତ ଚାଲିବ । ପର୍ଯ୍ୟଟକମାନଙ୍କୁ ବିଶ୍ୱ ଐତିହ୍ୟ ସ୍ଥଳ, ଜାତୀୟ ଉଦ୍ୟାନ, ନଦୀଘାଟ, ପ୍ରାଚୀନ ସହର ସହ ୫୦ ପର୍ଯ୍ୟଟନସ୍ଥଳ ପରିଦର୍ଶନର ସୁଯୋଗ ମିଳିବ । ବିହାରର ପାଟନା, ଝାଡଖଣ୍ଡର ସାହେବଗଞ୍ଜ, ପଶ୍ଚିମବଙ୍ଗର କୋଲକାତା, ଆସାମର ଗୁଆହାଟି ଓ ବାଂଲାଦେର ଢାକା ଆଦି ବୁଲି ଦେଖିପାରିବେ । ନଦୀ ଚୁକ୍ତି ଅନୁସାରେ ଭାରତୀୟ ଜାହାଜସବୁ ଗଙ୍ଗାରେ ବାଂଲାଦେଶ ଯାଇ ସେଠାରୁ ବ୍ରହ୍ମପୁତ୍ର ଦେଇ ଆସାମ ପର୍ଯ୍ୟନ୍ତ ଯିବ । ଗଙ୍ଗା ବିଳାସ ଜାହାଜର ଲମ୍ବ ୬୨ମିଟର ଓ ପ୍ରସ୍ଥ ୧୨ ମିଟର । ଏହା ୧.୪ ମିଟର ଗଭୀର ଜଳରେ ମଧ୍ୟ ସହଜରେ ଯାତ୍ରା କରିପାରିବ । ଏହାର ତିନିଟି ଡେକ୍ ଏବଂ ୧୮ଟି ସୁଟ୍ ରହିଛି । ଏହି ସୁଟରେ ୩୬ ଲୋକଙ୍କୁ ଆତିଥ୍ୟ ଦେବା ସୁବିଧା ରହିଛି । ଜାହାଜରେ ସବୁ ପ୍ରକାର ବ୍ୟବସ୍ଥା ରହିଛି ।

Leave a Reply