Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋହତ୍ୟା ମାମଲାରେ ଜବାବ ଦାଖଲ ନିର୍ଦ୍ଦେଶ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋହତ୍ୟା ମାମଲାରେ ଜବାବ ଦାଖଲ ନିର୍ଦ୍ଦେଶ

କଟକ: ବେଆଇନ ଗୋଚାଲାଣ ଓ ଗୋହତ୍ୟା ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ଆଦେଶ ଦେଇଛନ୍ତି । ବିଶେଷ କରି ଟ୍ୟାକ୍ସ୍ଫୋର୍ସ ଗଠନ ବାବଦରେ ରାଜ୍ୟ ସରକାର କଣ ପଦକ୍ଷେପ ଗ୍ରହଣ କରିଛନ୍ତି ସେ ସମ୍ପର୍କରେ ସତ୍ୟପାଠରେ ଉଲ୍ଲେଖ କରିବାକୁ ହାଇକୋର୍ଟ କହିଛନ୍ତି । ଆବେଦନକାରିଣୀ ଜୟନ୍ତୀ ଦାସଙ୍କ ପକ୍ଷରୁ ରୁଜୁ ମାମଲଶର ଶୁଣାଣି କରି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଉପରୋକ୍ତ ନିଦେ୍ର୍ଦଶ ଦେଇଛନ୍ତି । ପୂର୍ବରୁ ସିଆଇଡି ସିବି ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠରେ ରାଜ୍ୟରେ ବେଆଇନ ଗୋଚାଣ ଘଟଣାରେ ୨୦୧୭ ମସିହାରୁ ୨୦୨୧ ମସିହା ମଧ୍ୟରେ ୩୭୧ଟି ଏଫ୍ଆଇଆର୍ ରୁଜୁ କରାଯାଇଥିବା କୁହାଯାଇଥିବା ଦର୍ଶାଯାଇଥିଲା । ସେହିପରି କଟକ ସହରରେ ଗତ ୨୦୨୧ ମସିହାରେ ବେଆଇନ ଗୋଚାଲାଣ ଘଟଣାରେ ଡିସିପିଙ୍କ ପକ୍ଷରୁ ୧୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ପ୍ରିଭେନ୍ସନ୍ ଟୁ କ୍ରୃଏଲିଟି ଟୁ ଆନିମଲ୍ ଆକ୍ଟ୍ – ୧୯୬୦ ଓ ପ୍ରିଭେନ୍ସନ୍ ଅଫ୍ କାଓ ସ୍ଲଟର୍ ଆକ୍ଟ୍ ୧୯୬୦ରେ ଥିବା ବ୍ୟବସ୍ଥା ଉଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ଗୋଚାଲାଣ ରୋକିବା ପାଇଁ ପର୍ଯ୍ୟାପ୍ତ ଅଟେ । ଅନ୍ୟପକ୍ଷରେ ଉପରୋକ୍ତ ପ୍ରସଙ୍ଗରେ ଏଥିପାଇଁ ବିଜ୍ଞାପତି ପରିଷଦ ଅଞ୍ଚଳ, ମ୍ୟୁନିସ୍ପାଲ୍ଟି ଏବଂ ପଂଚାୟତସ୍ତରରେ କାଇନ୍ ହାଉସ୍ ବ୍ୟବସ୍ଥା ହୋଇଛି । ସେହିପରି ବୃଦ୍ଧ ଗାଇଗୋରୁଙ୍କୁ ମଧ୍ୟ ଗୋଶାଳାରେ ଛଡାଯିବାର ବ୍ୟବସ୍ଥା ହୋଇଥିବା କୁହାଯାଇଥିଲା । ସୂଚନାଥାଉକି ରାଜ୍ୟରେ ବେଆଇନ ଭାବେ ଗୋହତ୍ୟା କରାଯାଉଥିବା ନେଇ ଆବେଦନକାରିଣୀ ଜୟନ୍ତୀ ଦାସଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ଏଥିରେ ଆନ୍ଧ୍ରପ୍ରଦେଶ, ବିହାର, ଗୋଆ ଛତିଶଗଡ ଓ ଅନ୍ୟାନ୍ୟ ରାଜ୍ୟ ଗୁଡିକରେ କାର୍ଯ୍ୟକାରୀ ହେଉଥିବା ଓଡିଶା ପ୍ରିଭେନ୍ସନ୍ ଅଫ୍ କାଓ ସ୍ଲଟର୍ ଆକ୍ଟ୍ର ବିଭିନ୍ନ ନିୟମକୁ କଡାକଡି ଭାବେ ପାଳନ କରିବାକୁ ଆବେଦନ କରାଯାଇଥିଲା ।

Leave a Reply