Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
‘ଭାରତୀୟ ସେନା ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ’ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

‘ଭାରତୀୟ ସେନା ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ’

ନୂଆଦିଲ୍ଲୀ: ପୂର୍ବ ଲଦାଖ ପରେ ଅରୁଣାଚଳ ପ୍ରଦେଶ ଏବଂ ଉତ୍ତର ସିକ୍କିମ ନିକଟରେ ଚୀନ୍ ସେନା (ପିଏଲଏ) ସଂଖ୍ୟା ବୃଦ୍ଧି କରିଛି, କିନ୍ତୁ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ ଭାରତୀୟ ସେନା ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଗୁରୁବାର ସେନା ଦିବସ ପୂର୍ବରୁ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଦିଲ୍ଲୀରେ ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି କହିଛନ୍ତି ଯେ ଉତ୍ତର ସୀମାରେ (ଯଥା ଚୀନ୍ ନିକଟରେ ଥିବା ଏଲ୍ଏସି) ସ୍ଥିତି ସ୍ଥିର, କିନ୍ତୁ କିନ୍ତୁ ଅପ୍ରତ୍ୟାଶିତ । ସେନା ମୁଖ୍ୟଙ୍କ କହିବାନୁସାରେ, ପୂର୍ବ ଲଦାଖ ଏଲ୍ଏସି ନିକଟସ୍ଥ ବିବାଦୀୟ ଅଞ୍ଚଳ ମଧ୍ୟରୁ ୫ଟି ସଂପର୍କରେ ଚୀନ୍ ସହିତ ଏହି ସମସ୍ୟାର ସମାଧାନ ହୋଇଛି, କିନ୍ତୁ ଇଷ୍ଟର୍ନ କମାଣ୍ଡର ଅଧୀନରେ ଥିବା ସୀମାନ୍ତ ଅଞ୍ଚଳରେ ଚୀନର ପିଏଲ୍ଏ ନିକଟରେ ଯୁଦ୍ଧାଭାସ ଆଳରେ ସୈନ୍ୟସଂଖ୍ୟା ବଢ଼ାଇ ଚାଲିଛି । ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଇଷ୍ଟର୍ନ କମାଣ୍ଡ ଅଧୀନରେ ଭାରତର ପର୍ଯ୍ୟାପ୍ତ ରିଜର୍ଭ ଫୋର୍ସ ଅଛି ଏବଂ ଯେକୌଣସି ଚ୍ୟାଲେଞ୍ଜର ମୁକାବିଲା ପାଇଁ ଭାରତୀୟ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ । ସିକ୍କିମ୍, ଡୋକଲାମ ଏବଂ ଅରୁଣାଚଳ ପ୍ରଦେଶକୁ ଲାଗିଥିବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲ୍ଏସି) ସେନାର ଇଷ୍ଟର୍ନ କମାଣ୍ଡ ଅଧୀନରେ ଆସିଥାଏ । ଭାରତୀୟ ସେନା ଅପେକ୍ଷା ଚୀନ୍ର ପିଏଲ୍ଏ ନିକଟରେ ଅଧିକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଅଛି ବୋଲି ପ୍ରଶ୍ନର ଉତ୍ତରରେ ଜେନେରାଲ ପାଣ୍ଡେ ଦାବି କରିଛନ୍ତି ଯେ କୌଣସି ଯୁଦ୍ଧ ସେନାର ସାମର୍ଥ୍ୟ ଉପରେ ନିର୍ଭର କରେ ନାହିଁ, ଏଥିପାଇଁ ସେନାର ତାଲିମ, ସୈନିକମାନଙ୍କର ପ୍ରେରଣା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଯଦି କୌଣସି ଯୁଦ୍ଧ ଭଳି ପରିସ୍ଥିତି ଉପୁଜେ, ତେବେ ଭାରତୀୟ ସେନା ପ୍ରତିଶୋଧ ପରାୟଣ କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଡୋକଲାମ ନିକଟବର୍ତ୍ତୀ ଅଞ୍ଚଳରେ ଚୀନ୍ର କାର୍ଯ୍ୟକଳାପ ଉପରେ ଭାରତୀୟ ସେନା ତୀକ୍ଷ୍ଣ ନଜର ରଖିଛି ।

Leave a Reply