Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତ ହେଉଛି ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତ ହେଉଛି ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି

ନୂଆଦିଲ୍ଲୀ: ଭାରତ ହେଉଛି ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି । ଏଠାରେ ଅଟୋ ଇଣ୍ଡଷ୍ଟ୍ରିର ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ବିଶ୍ୱରେ ଏକ ନମ୍ବର କରିବା ପାଇଁ ମୋଦି ସରକାର ଯୋଜନା କରୁଛନ୍ତି । ୨୦୨୪ ଶେଷ ପୂର୍ବରୁ ଆମର ସଡକ ଭିତ୍ତିଭୂମି ଆମେରିକା ଭଳି ହେବ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି । ଜନସାଧାରଣ ପରିବହନକୁ ପ୍ରୋତ୍ସାହିତ କରିବା ବିଷୟରେ ପରିବହନ ମନ୍ତ୍ରୀ କହିଛନ୍ତି, ଆମେ ସାଧାରଣ ପରିବହନକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛୁ । ଭାରତ ଦୁନିଆର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି । ଆସନ୍ତା ୫ ବର୍ଷ ମଧ୍ୟରେ ଭାରତ ଅଟୋ ମୋବାଇଲର ହବ ହେବାକୁ ଯାଉଛି । ବର୍ତ୍ତମାନ ଆମର ଆମଦାନି ଅଧିକ । ସେଥିପାଇଁ ଆମଦାନି ହ୍ରାସ କରିବା ଆବଶ୍ୟକ । ନିଜ ମନ୍ତ୍ରଣାଳୟର କାର୍ଯ୍ୟକୁ ପ୍ରଶଂସା କରି ଗଡକରୀ କହିଛନ୍ତି, ଆମେ ସାରା ଦେଶରେ ରାସ୍ତା ନିର୍ମାଣ କରୁଛୁ, ସେଥିପାଇଁ ଲୋକମାନେ ଗାଡି କିଣୁଛନ୍ତି । ଆମର ଲଜିଷ୍ଟିକ ମୂଲ୍ୟ ବର୍ତ୍ତମାନ ବହୁତ ଅଧିକ, ପାଖାପାଖି ୬୦%, କିନ୍ତୁ ଆମେ ଏହାକୁ ଏକକ ଅଙ୍କକୁ ଆଣିବାକୁ ଚେଷ୍ଟା କରୁଛୁ । ଆମେ ଜାଣୁ ହାଇଡ୍ରୋଜେନର ମୂଲ୍ୟ କିଲୋଗ୍ରାମ ୩୦୦ ଟଙ୍କା, କିନ୍ତୁ ଶୀଘ୍ର ଏହା କେଜି ପିଛା ୧୦୦ ଟଙ୍କା ହେବ ଏବଂ ଆମ ଦେଶ ଶୀଘ୍ର ଶକ୍ତି ରପ୍ତାନିକାରୀ ହେବ । ୫ ଟ୍ରିଲିୟନ ଡଲାରର ଅର୍ଥନୀତିର ସ୍ୱପ୍ନକୁ ସାକାର କରିବା ପାଇଁ ଅଟୋ-ମୋବାଇଲ ଶିଳ୍ପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅଟୋ ଇଣ୍ଡଷ୍ଟ୍ରି ଦେଶରେ ୪୫ ନିୟୁତ ନିଯୁକ୍ତି ଯୋଗାଇଥାଏ । ଏହାର ପରିସର ଏଠାରେ ଆହୁରି ବୃଦ୍ଧି ପାଇବ । ସଡକ ସୁରକ୍ଷା ବିଷୟରେ ଗଡକରୀ କହିଛନ୍ତି, ସଡକ ସୁରକ୍ଷା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଆକଳନ କରାଯାଇଛି,ଦେଶରେ ୫ ଲକ୍ଷ ଦୁର୍ଘଟଣା ଏବଂ ୧.୫ ଲକ୍ଷ ମୃତ୍ୟୁ ଘଟିଛି । ୨୦୨୪ ସୁଦ୍ଧା ଏହି ସଂଖ୍ୟାକୁ ଅଧାକୁ ହ୍ରାସ କରିବାକୁ ଚେଷ୍ଟା କରୁଛୁ । ସୁରକ୍ଷା ଉପରେ ଧ୍ୟାନ ରଖିବାକୁ ସମସ୍ତ କମ୍ପାନୀକୁ ଅନୁରୋଧ କରାଯାଇଛି ।

Leave a Reply