Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’-ଏହା ଆମ ସଭ୍ୟତାର ଅଂଶବିଶେଷ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’-ଏହା ଆମ ସଭ୍ୟତାର ଅଂଶବିଶେଷ

ନୂଆଦିଲ୍ଲୀ: ଗ୍ଲୋବାଲ ସାଉଥ ୨୦୨୩ ଶିଖର ସମ୍ମଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ବିଭିନ୍ନ ଭାଗରୁ ଆସିଥିବା ନେତାମାନଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ନୂଆବର୍ଷର ଏକ ସକାଳରେ ଆମେ ମିଳିତ ହୋଇଛୁ ଯାହା ନୂତନ ଆଶା ଓ ଶକ୍ତି ଦେଉଛି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଯୁଦ୍ଧ, ଗଣ୍ଡଗୋଳ, ଆତଙ୍କବାଦ, ଭୂରାଜନୈତିକ ଅଶାନ୍ତି, ଖାଦ୍ୟ, ସାର ଓ ଇନ୍ଧନ ଦରଦାମ ବୃଦ୍ଧି, ଜଳବାୟୁ ପରିବର୍ତ୍ତନଜନିତ ପ୍ରାକୃତିକ ବିପର୍ଯ୍ୟୟ ଓ କୋଭିଡ ବୈଶ୍ୱିକ ମହାମାରୀର ଆର୍ଥôକ ପ୍ରଭାବ ଇତ୍ୟାଦି କାରଣ ଯୋଗୁଁ ବିଶ୍ୱ ଏକ ଜଟିଳ ପରିସ୍ଥିତି ଦେଇ ଗତି କରୁଛି । ଏପରି ଅସ୍ଥିରତା କେତେ ଦିନ ପର୍ଯ୍ୟନ୍ତ ଚାଲିବ ତାହା ଅନୁମାନ କରିବା କଷ୍ଟକର । ଆମର ବିକାଶ ଅଂଶୀଦାରିତା ସମସ୍ତ ଭୂଗୋଳ ଓ ବିବିଧ କ୍ଷେତ୍ରରେ ବିସ୍ତାରିତ । ବୈଶ୍ୱିକ ମହାମାରୀ କାଳରେ ଆମେ ଶହେରୁ ଅଧିକ ଦେଶକୁ ଟିକା ଓ ଔଷଧପତ୍ର ପଠାଇଥିଲୁ । ଆମର ସମାନ ଭବିଷ୍ୟତ ନିର୍ଦ୍ଧାରଣ ନିମନ୍ତେ ଭାରତ ସବୁବେଳେ ବିକାଶଶୀଳ ଦେଶମାନଙ୍କ ପାଇଁ ବଡ ଭୂମିକା ଗ୍ରହଣ କରିଛି ବୋଲି ସେ କହିଛନ୍ତି । ଭାରତ ଚଳିତବର୍ଷ ଜି-୨୦ରେ ଅଧ୍ୟକ୍ଷତା କରୁଥିବାବେଳେ ଏହା ସ୍ୱାଭାବିକ ଯେ ଆମର ସ୍ୱର ଦକ୍ଷିଣ ଗୋଲାର୍ଦ୍ଧ ନିମନ୍ତେ ଅଧିକ ହେବ । ଆମର ଜି-୨୦ ଅଧ୍ୟକ୍ଷତା ନିମନ୍ତେ ଆମେ ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ର ବିଷୟବସ୍ତୁ ବାଛିଛୁ । ଏହା ଆମ ସଭ୍ୟତାର ଅଂଶବିଶେଷ । ଏକତ୍ୱର ପଥକୁ ପାଇବାକୁ ହେଲେ ମାନବ କୈନ୍ଦ୍ରିକ ବିକାଶପଥରେ ଯିବାକୁ ପଡିବ ବୋଲି ଆମେ ବିଶ୍ୱାସ କରୁ । ଦକ୍ଷିଣ ଗୋଲାର୍ଦ୍ଧର ଅଧିବାସୀମାନେ ବିକାଶର ସୁବିଧାରୁ ଆଉ ବେଶୀଦିନ ବଂଚିତ ହୋଇ ରହିବେ ନାହିଁ । ମିଳିମିଶି ଆମେ ନିଶ୍ଚିତ ବୈଶ୍ୱିକ ରାଜନୀତିକ ଓ ଆର୍ଥôକ ପ୍ରଶାସନର ପୁନର୍ଗଠନ କରିବା । ଏହା ଅସାମାଞ୍ଜସ୍ୟ ଦୂର କରିପାରିବ । ଅଧିକ ସୁଯୋଗ ସୃଷ୍ଟି କରିପାରି, ଅଭିବୃଦ୍ଧିରେ ସହାୟକ ହେବ ଓ ପ୍ରଗତି ଏବଂ ସମୃଦ୍ଧି ବିସ୍ତାର କରିବ ।

Leave a Reply