Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଉଠିବ ଭିଆଇପି ହଜ୍ କୋଟା : ସ୍ମୃତି ଇରାନି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଉଠିବ ଭିଆଇପି ହଜ୍ କୋଟା : ସ୍ମୃତି ଇରାନି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭିଆଇପି ହଜ୍ କୋଟାକୁ ଉଚ୍ଛେଦ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ବୋଲି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ସ୍ମୃତି ଇରାନି ଘୋଷଣା କରିଛନ୍ତି । ଏହି ଭିଆଇପି କୋଟା ଉଚ୍ଚ ସମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିମାନଙ୍କ ପାଇଁ ସଂରକ୍ଷିତ ହୋଇ ରହିଥାଏ । ମୋଦୀ ସରକାର ଦେଶରୁ ଭିଆଇପି ସଂସ୍କୃତିକୁ ଲୋପ କରିବାକୁ ଆରମ୍ଭରୁ ଉଦ୍ୟମ କରିଆସୁଛନ୍ତି । ଏହି ନିଷ୍ପତ୍ତି ସେ ଦିଗରେ ଏକ ଉଦ୍ୟମ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଏହି ଭିଆଇପି କୋଟା ବ୍ୟବସ୍ଥା ୟୁପିଏ ସରକାରଙ୍କ ଅମଳରେ ଆରମ୍ଭ ହୋଇଥିଲା । ଏହା ଅନୁଯାୟୀ ସଂଖ୍ୟାଲଘୁ ମନ୍ତ୍ରାଳୟ, ହଜ କମିଟି ଓ ଉଚ୍ଚ ସାମ୍ବିଧାନିକ ପଦରେ ଥିବା ବ୍ୟକ୍ତିମାନଙ୍କ ପାଇଁ କିଛି ସ୍ୱତନ୍ତ୍ର କୋଟା ସଂରକ୍ଷିତ ରହିଥାଏ । ସେ କହିଛନ୍ତି ଯେ କେନ୍ଦ୍ର ସରକାର ଏକ ନୂଆ ହଜ୍ ନୀତି ଆଣିବେ । କାରଣ ପୁରୁଣା ହଜନୀତିର ମିଆଦ ୨୦୨୨ରୁ ଶେଷ ହୋଇଯାଇଛି । ଭାରତ ସରକାର ଓ ସାଉଦି ଆରମ୍ଭ ସରକାରଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ସାଉଦି ସରକାର ଭାରତକୁ ହଜ୍ କୋଟା ପ୍ରଦାନ କରନ୍ତି । ଏହାର ୭୦ ପ୍ରତିଶତ ହଜ କମିଟିକୁ ଯାଇଥାଏ ଓ ଅବଶିଷ୍ଟ ଘରୋଇ ଅପରେଟରମାନଙ୍କୁ ଯାଇଥାଏ । ହଜକମିଟିକୁ ଦିଆଯାଉଥିବା କୋଟା ମଧ୍ୟରୁ ୫୦୦ଟି ସିଟ୍ ଏହି ଭିଆଇପି କୋଟା ଭାବେ ସଂରକ୍ଷିତ ରହିଥାଏ

Leave a Reply