Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମିଛ ଖବର ଦେଖାଉଥିବା ଅଭିଯୋଗରେ ୬ ୟୁଟ୍ୟୁବ ଚ୍ୟାନେଲ୍ ଉପରେ କାର୍ଯ୍ୟାନୁଷ୍ଠାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମିଛ ଖବର ଦେଖାଉଥିବା ଅଭିଯୋଗରେ ୬ ୟୁଟ୍ୟୁବ ଚ୍ୟାନେଲ୍ ଉପରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ:ମିଛ ଖବର ଦେଖାଉଥିବା ଅଭିଯୋଗରେ ୬ ୟୁଟ୍ୟୁବ ଚ୍ୟାନେଲ୍ ଉପରେ କାର୍ଯ୍ୟାନୁଷ୍ଠାନ । ଏହି ୬ଟି ଚ୍ୟାନେଲ୍କୁ ବ୍ୟାନ୍ କଲା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ଏହି ଚ୍ୟାନେଲ୍ଗୁଡ଼ିକ ଉଦେ୍ଦଶ୍ୟପ୍ରଣୋଦିତ ଭାବରେ ମିଛ ଖବର ଦେଖାଉଥିବା ମନ୍ତ୍ରାଳୟ ଅଭିଯୋଗ କରିଛି ।ସରକାରୀ ସୂଚନା ଅନୁସାରେ ଏହି ଚ୍ୟାନେଲଗୁଡ଼ିକରେ ୨୦ ଲକ୍ଷ ସବ୍ସକ୍ରାଇବର ଥିବା ବେଳେ ୫୧ କୋଟି ଥର ଚ୍ୟାନେଲଗୁଡ଼ିକୁ ଦେଖାଯାଇଛି । ଏନେଇ ପିଆଇବି ପକ୍ଷରୁ ସିରିଜ୍ ଟ୍ୱିଟ୍ କରି ୟୁଟ୍ୟୁବ ଚ୍ୟାନେଲ୍ଗୁଡ଼ିକ ବିଷୟରେ ସୂଚନା ଦିଆଯାଇଛି । ଏହି ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ହେଲା- ନ୍ୟାସନ ଟିଭି, ସରୋକାର ଭାରତ, ନେସନ ୨୪, ସମବାଦ ସମାଚାର, ସ୍ୱର୍ଣ୍ଣିମ ଭାରତ ଓ ସମ୍ବାଦଟିଭି । ଏହି ଚ୍ୟାନେଲ୍ଫ୍ୟାକ୍ ନ୍ୟୁଜ୍ ପ୍ରସାରଣ କରି ଆୟ କରୁଥିଲେ । ନାମିଦାମୀ ଟିଭି ଆଙ୍କର ଫଟୋ ଲଗାଇ, ମିଛ କଥାରେ ଆକର୍ଷଣୀୟ ଥମ୍ବନେଲ୍ କରି ଏମାନେ ଉଦେ୍ଦଶ୍ୟପ୍ରଣୋଦିତ ଭାବରେ ଖବର ଦେଖାଉଥିଲେ ବୋଲି ପିଆଇବି ଟ୍ୱିଟ୍ କରି ସୂଚନା ଦେଇଛି ।

Leave a Reply