Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜୁଲାଇ ୧ରୁ ଆରମ୍ଭ ହେବ ଅମରନାଥ ଯାତ୍ରା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜୁଲାଇ ୧ରୁ ଆରମ୍ଭ ହେବ ଅମରନାଥ ଯାତ୍ରା

ନୂଆଦିଲ୍ଳୀ : ଜୁଲାଇ ୧ରୁ ଆରମ୍ଭ ହେଉଛି ଚଳିତ ଅମରନାଥ ଯାତ୍ରା । ଏନେଇ ଶୁକ୍ରବାର ଜାରି ହୋଇଛି କାର୍ଯ୍ୟସୂଚୀୟ ୬୨ ଦିନ ପର୍ଯ୍ୟନ୍ତ ·ଲିବ ଏହି ପବିତ୍ର ଯାତ୍ରା । ତେବେ ଯାତ୍ରା ପାଇଁ ଭକ୍ତମାନେ ୧୭ ଏପ୍ରିଲ ଠାରୁ ଅଫ୍ଲାଇନ୍ ଏବଂ ଅନ୍ଲାଇନ୍ ମୋଡ୍ରେ ପଞ୍ଜିକରଣ ଆରମ୍ଭ ହେବ । ତୀର୍ଥଯାତ୍ରା ୩୧ ଅଗଷ୍ଟରେ ସମାପ୍ତ ହେବ । ସୂଚନାଯୋଗ୍ୟ, ଯାତ୍ରା ପହଲଗାମ ଟ୍ରାକ୍ରରୁ ଏବଂ ଗାନ୍ଦରବଲ ଜିଲ୍ଲାର ବାଲଟାଲରୁ ଏକା ସାଙ୍ଗରେ ଆରମ୍ଭ ହେବୟ ଶ୍ରୀ ଅମରନାଥଜୀ ସ୍ରାଇନ୍ ବୋର୍ଡ ଦୁନିଆର ଭକ୍ତ ପାଇଁ ସକାଳ ଏବଂ ସନ୍ଧ୍ର୍ୟା ଆଳତୀର ସିଧା ପ୍ରସାରଣ କରିବ । ଯାତ୍ରା, ପାଣିପାଗ ଏବଂ ଅନ୍ୟାନ୍ୟ ସେବାକୁ ଅନ୍ଲାଇନ୍ ଲାଭ ଉଠାଇବା ପାଇଁ ଶ୍ରୀ ଅମରନାଥ ଜୀ ଯାତ୍ରାର ଆପ୍ ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ କରାଯାଇଛି । ଉପରାଜ୍ୟପାଳ ମନୋଜ ସିହ୍ନା ପବିତ୍ର ତୀର୍ଥଯାତ୍ରା ଏବଂ ପଞ୍ଜିକରଣର ତାରିଖ ଘୋଷଣା କରିବା ସହ ପ୍ରଶାସନ ଯାତ୍ରା ସୂ·ରୁ ପରି·ଳନା କରିବା ନେଇ କହିଛନ୍ତି । ଏହା ସହ ସବୁ ଶ୍ରଦ୍ଧାଳୁ ଏବଂ ସେବା ପ୍ରଦାନକାରୀଙ୍କୁ ସର୍ବଶ୍ରେଷ୍ଠ ସ୍ୱାସ୍ଥ୍ୟ ସେବା ଏବଂ ଅନ୍ୟ ଆବଶ୍ୟକ ସୁବିଧା ପ୍ରଦାନ କରାଯିବ ବୋଲି କହିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ଜମ୍ମ-କାଶ୍ମୀରକୁ ସୁରକ୍ଷା ସମୀକ୍ଷା କରିଥିଲେ । ଏହି ବୈଠକରେ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା, ଜମ୍ମୁ-କାଶ୍ମୀର ଡିଜିପି ଦିଲବାଗ ସିଂହ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । ଏସଏସବିର ୪୪ ତମ ବୈଠକରେ ସଦସ୍ୟ ଏବଂ ଅଧିକାରୀ ଶ୍ରୀ ଅମରନାଥ ଯାତ୍ରା୨୦୨୩ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଯେଉଁଥିରେ ପଞ୍ଜିକରଣ, ହେଲିକପ୍ଟର ସେବା, ସେବା, ଶିବିର, ଖାଦ୍ୟ ଏବଂ ଯାତ୍ରୀଙ୍କ ବୀମା କଭର ମଧ୍ୟ ସାମିଲ୍ ରହିଛି ।

Leave a Reply