Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପୁଣି ମନେ ପଡିଲାଣି ଟେକାମାଡ କଥା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୁଣି ମନେ ପଡିଲାଣି ଟେକାମାଡ କଥା


ଶ୍ରୀନଗର: ନୂଆବର୍ଷର ପ୍ରଥମ ଦିନ ଅର୍ଥାତ ଜାନୁଆରୀ ୧ ତାରିଖରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୪ଜଣ ହିନ୍ଦୁଙ୍କ ଜୀବନ ଯିବା ପରେ ଜାମ୍ମୁ-କାଶ୍ମୀରରେ ପୁଣିଥରେ ହିନ୍ଦୁ ସମୁଦାୟଙ୍କୁ ଟାର୍ଗେଟ୍ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ମିଡିଆ ରିପୋର୍ଟସ୍ ମୁତାବକ ପୁ‚ ଜିଲ୍ଲାରେ ରବିବାର ବିଳମ୍ବିତ ରାତିରେ କିଛି ଘର ଉପରକୁ ପଥରମାଡ଼ କରାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ସେମାନେ ପୋଲିସ ନିକଟରେ ସୁରକ୍ଷା ଦାବି କରିଛନ୍ତି । ଲୋକଙ୍କୁ ଏହି ଡର ଘାରିଛି ଯେ ରଜୌରୀ ଭଳି ଘଟଣା ହୁଏତ ଏଠାରେ ଘଟିପାରେ । ପଥର କିଏ ମାଡ଼ କରିଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ଏବେ ପୋଲିସ ଘଟଣାସ୍ଥଳରେ ପହଞ୍ଚô ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି ।

Leave a Reply