Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିପଦରେ ଦେବଭୂମି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିପଦରେ ଦେବଭୂମି

ଯୋଶୀମଠ ଭଳି ୩୦ ଗାଁରେ ଧସୁଛି ମାଟି
ଡେରାଡୁନ୍: ଉତରାଖଣ୍ଡ ଯୋଶୀମଠରେ ଭୂସ୍ଖଳନକୁ ନେଇ ଆତଙ୍କିତ ଅବସ୍ଥାରେ ଲୋକ । ଧିରେ ଧିରେ ଧସିବାରେ ଲାଗିଛି ମାଟି । ଫାଟି ଆଁ କରୁଛି ଭୂ-ପୃଷ୍ଠ । କେବଳ ଯୋଶୀମଠ ନୁହେଁ ଉତରାଖଣ୍ଡର ୪ଟି ଜିଲ୍ଲାରେ ଲୋକଙ୍କୁ ଭୂସ୍ଖଳନ ଭୟ ଘାରିଛି । ୨୫-୩୦ଟି ଗାଁରେ ମାଟି ଧସୁଥିବା ଦେଖିବାକୁ ମିଳିଥିବାବେଳେ ଘର ଓ ବିଲ୍ଡିଂରେ ଫାଟ ସୃଷ୍ଟି ହୋଇଛି । ବିଶେଷ କରି ଟେହରୀ, ଗଢୱାଲ, ଉତରକାଶୀ ଜିଲ୍ଲାରେ ମାଟି ଭୂସ୍ଖଳନ ଦେଖିବାକୁ ମିଳିଛି । ଟେହରୀ ଜିଲ୍ଲା ନରେନ୍ଦ୍ରନଗରର ଅଟାଲି ଗାଁରେ ଋଷିକେଶକର୍ଣ୍ଣପ୍ରୟାଗ ରେଲ୍ୱେ ଷ୍ଟେସନ ନିର୍ମାଣ ଯୋଗୁ ଘରଦ୍ୱାର ଓ ଚାଷ ଜମିରେ ଫାଟ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି । ଅଟାଲି ଗାଁରେ ଗତ ୨ରୁ ୩ଦିନ ମଧ୍ୟରେ ଚାଷ ଜମିରେ ମାଟି ଦେଢ ଫୁଟ୍ ତଳକୁ ଦବିଯାଇଛି ଦେଖିବାକୁ ମିଳିଛି । ରେଳ ବିଭାଗର ଅଧିକାରୀ ଗ୍ରାମବାସୀ ଏନେଇ ଅବଗତ କରାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ । ସେହିପରି ଉତରକାଶୀ ଜିଲ୍ଲାର ୟମୁନେତ୍ରୀ ଜାତୀୟ ରାଜପଥ ଉପରେ ରହିଥିବା ଅବସ୍ଥିତ ଗାଁ ଏବେ ନିଜର ଅସ୍ତିତ୍ୱ ହରାଇବାକୁ ବସିଲାଣି । ଗାଁରେ ମାଟି ଧସୁଥିବା ଦେଖିବାକୁ ମିଳିଛି । ୟୁମୁନେତ୍ରୀ ଧାମକୁ ଯାଇଥିବା ଏକ ମାତ୍ର ଜାତୀୟ ରାଜପଥରେ ଫାଟ ସୃଷ୍ଟି ହୋଇଛି । ଗାଁରେ ରହୁଥିବା ୩୦ରୁ ଅଧିକ ପରିବାର ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି । ପୀଡିତ ପରିବାରକୁ ଗାଁରୁ ଖାଲି କରାଯାଉଛି ।

Leave a Reply