Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନିଶ୍ଚିନ୍ତକୋଇଲିରେ ମନ୍ଦିର ଲୁଟେରା ସକ୍ରିୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନିଶ୍ଚିନ୍ତକୋଇଲିରେ ମନ୍ଦିର ଲୁଟେରା ସକ୍ରିୟ

ନିଶ୍ଚିନ୍ତକୋଇଲିରେ ମନ୍ଦିର ଲୁଟେରା ସକ୍ରିୟ
ନିଶ୍ଚିନ୍ତକୋଇଲି: ଦୀର୍ଘଦିନ ହେଲା ସମଗ୍ର ନିଶ୍ଚିନ୍ତକୋଇଲି ବ୍ଳକ ଅଂଚଳରେ ମନ୍ଦିର ଲୁଟେରାମାନେ ସକ୍ରିୟ ହୋଇପଡିଛନ୍ତି । ଦେବାଦେବୀ ମନ୍ଦିର ଗୁଡିକ ଅସୁରକ୍ଷିତ ହୋଇପଡିଛି । ଗତ ଜାନୁଆରୀ ୮ ତାରିଖ ରାତ୍ରର ବିଳମ୍ବିତ ପ୍ରହରରେ ସାଲେପୁର ଥାନା ତଥା ନିଶ୍ଚିନ୍ତକୋଇଲି ବ୍ଲକ ବ୍ରହ୍ମକ୍ଷେତ୍ର ଜିଗ୍ନିପୁରସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ବଳଦେବ ଜୀୟୁ ମନ୍ଦିରରେ ଲୁଟେରାମାନେ କଳାକନା ବୁଲାଇ ଦେଇଛନ୍ତି । ଲୁଟେରାମାନେ ମନ୍ଦିରର ଷ୍ଟୋର ରୂମରୁ ୨ଲକ୍ଷରୁ ଉର୍ଦ୍ଧ ଟଙ୍କାର ସାମଗ୍ରୀ ଚୋରି କରି ନେଇଯାଇଥିବାର ଅଭିଯୋଗ ହୋଇଛି । ଗତକାଲି ରାତ୍ରର ବିଳମ୍ବିତ ପ୍ରହରରେ ମନ୍ଦିର ଲୁଟେରାମାନେ ଶ୍ରୀ ଶ୍ରୀ ବଳଦେବ ଜୀୟୁ ମନ୍ଦିର ର ଷ୍ଟୋର ରୂମର ତାଲା ଭାଙ୍ଗି ୧୭ ପଟ ପିତଳ ଘଂଟ,ପିତଳ ଥାଳି ୨୨ପଟ,ପିତଳ ତସଲା ୨୦ ପଟ, କଂସାଳ ୩ ହଳ, ଝାଂଞ୍ଜ ୩ ହଳ, ଗୋଟିଏ ଡାକବାଜି ଯନ୍ତ୍ର ମେସିନ,ଗିନି ୧ହଳ ଚୋରି କରି ନେଇ ଯାଇଥିବାର ମନ୍ଦିର ପରିଚାଳନା କମିଟିର ମ୍ୟାନେଜିଂ ଟ୍ରଷ୍ଟି ଧିରେନ୍ଦ୍ର ବେହେରା ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଚୋରି ସାମଗ୍ରୀର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ସାଧାରଣରେ କୁହାଯାଉଛି । ଅଭିଯୋଗ ପରେ ସାଲେପୁର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଏସମ୍ପର୍କରେ ସାଲେପୁର ଥାନାରେ ଏକ ମାମଲା ରୁଜୁ ହୋଇଛି । ଏଠାରେ ସୂଚନା ଯୋଗ୍ୟ ଯେ ମାତ୍ର ଅଳ୍ପ ଦିନ ତଳେ ଏହି ମନ୍ଦିରର ହୁଣ୍ଡି ଭାଙ୍ଗି ଲୁଟେରାମାନେ ପ୍ରାୟ ୫୦ ହଜାର ଟଙ୍କା ଲୁଟି ନେଇଥିବା ଘଟଣା କାହାରିକୁ ଅଛପା ନାହିଁ । ତେବେ ଏହି ମନ୍ଦିରରୁ ରହସ୍ୟ ଜନକ ଭାବେ ବାରମ୍ବାର ଚୋରି ହେଉଥିଲେ ମଧ୍ୟ ଲୁଟେରା କୁ ଧରିବାରେ ପୋଲିସ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଅପର ପକ୍ଷରେ ଏହି ମନ୍ଦିରରୁ ବାରମ୍ବାର ଘନଘନ ଚୋରି ହେଉଥିଲେ ମଧ୍ୟ ମନ୍ଦିର ପରିଚାଳନା କମିଟି ତରଫରୁ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ କଣ ପାଇଁ ଗ୍ରହଣ କରାଯାଉ ନାହିଁ ତାହା ନେଇ ସାଧାରଣରେ ଚାପା ଗୁଞ୍ଜରଣ ପ୍ରକାଶ ପାଇଛି । ଅପରପକ୍ଷରେ ଏହି ଅଂଚଳରେ ଘନ ଘନ ମନ୍ଦିର ଚୋରି ହେଉଥିଲା ବେଳେ ମନ୍ଦିର ଲୁଟେରାମାନେ ପୋଲିସକୁ ଖୋଲା ଖୋଲି ଭାବେ ଗୋଟିକ ପରେ ଗୋଟିଏ ଚ୍ୟାଲେଂଜ ଦେଇ ଚାଲିଛନ୍ତି । ପୋଲିସ ମନ୍ଦିର ଲୁଟେରାଙ୍କୁ ଧରିବା ଦିଗରେ ସେଭଳି କୌଣସି ଆଖିଦୃଶିଆ ଦୃଢ ପଦକ୍ଷେପ ଗ୍ରହଣ କରି ନଥିବାର ଅଭିଯୋଗ ହୋଇଛି । ପ୍ରଶାସନ ତରଫରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ମନ୍ଦିର ଚୋରି ପ୍ରଚ୍ଛଦପଟ୍ଟରେ ଥିବାବହୁ ଲୁକାୟିତ ତଥ୍ୟର ପର୍ଦ୍ଦା ଫାର୍ସ ହୋଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Leave a Reply