Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତ ପ୍ରକୃତରେ ବିଶ୍ୱଗୁରୁ: ଏମିନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତ ପ୍ରକୃତରେ ବିଶ୍ୱଗୁରୁ: ଏମିନ


ନୂଆଦିଲ୍ଲୀ : ୟୁକ୍ରେନର ଉପ- ବିଦେଶ ମନ୍ତ୍ରୀ ଏମିନ ଝାପରୋଭା ଭାରତ ଗସ୍ତରେ ଆସି ଏପ୍ରିଲ ୧୦ ତାରିଖ ଦିନ ବିଦେଶ ମନ୍ତ୍ରାଳୟର ପଶ୍ଚିମ (ୱେଷ୍ଟ୍)- ସଚିବ ସଞ୍ଜୟ ବର୍ମାଙ୍କୁ ଭେଟିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ୟୁକ୍ରେନ କେବେ ବି କୌଣସି ଦେଶ ଉପରେ ଆକ୍ରମଣ କରି ନାହିଁ । ଆମେ ଅକାରଣରେ ଯୁଦ୍ଧ ପୀଡିତ । ଯେପରି କି ଆପଣଙ୍କ ପ୍ରଧାନମନ୍ତ୍ରୀ କହିଥିଲେ ଏହା ଯୁଦ୍ଧର ଯୁଗ ନୁହେଁ, ଆମେ ଏହାକୁ ପୂର୍ଣ୍ଣ ସମର୍ଥନ କରୁଛି କିନ୍ତୁ ଦୁର୍ଭାଗ୍ୟରୁ ଆମେ ଗୋଟିଏ ଆକ୍ରାମକ ଦେଶ ଦ୍ୱାରା ଘେରି ହୋଇ ରହିଛୁ । ଆମେ ଅନୁଭବ କରୁଛୁ ଯେ ଭାରତ ନିଜ ସମ୍ବଳକୁ ନେଇ ବିବିଧତା ଆଣିବା ଦରକାର । କେବଳ ଉର୍ଜା କ୍ଷେତ୍ରରେ ନୁହେଁ ବରଂ ନିଜ ସୈନ୍ୟ କ୍ଷେତ୍ରରେ ମଧ୍ୟରେ ଆଣିବା ଦରକାର । ଜଣେ ବୈଶ୍ୱିକ ଖେଳାଳି ରୂପେ ଭାରତ ପ୍ରକୃତରେ ଦୁନିଆର ବିଶ୍ୱଗୁରୁ ଅଟେ ବୋଲି ମୁଁ ଅନୁଭବ କରୁଛି । ମୂଲ୍ୟବୋଧ ଏବଂ ନ୍ୟାୟ ପାଇଁ ଲଢେଇ କରି ଆମେ ୟୁକ୍ରେନରେ ମଧ୍ୟ ଏହା ଅନୁଭବ କରିଛୁନ୍ତି ।

Leave a Reply