Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଲୁପ୍ତ ହେବାକୁ ଯାଉଛି ପ୍ରାଚୀନ ଐତିହ୍ୟ ବଉଦେଇ ପୀଠ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଲୁପ୍ତ ହେବାକୁ ଯାଉଛି ପ୍ରାଚୀନ ଐତିହ୍ୟ ବଉଦେଇ ପୀଠ


ବାଲିପାଟଣା : ବିଲୁପ୍ତ ହେବାକୁ ଯାଉଛି ପ୍ରାଚୀନ ଐତିହ ବଉଦେଇ ପୀଠ । ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି ଗୌତମ ବୁଦ୍ଧଙ୍କ କୀର୍ତି ବହନ କରୁଥିବା ଏକ ବୌଦ୍ଧ ପୀଠ । ଦିନେ ଯେଉଁଠି ଏକ ସଭ୍ୟତା ର ଅଭ୍ୟୁଦୟ ହୋଇ ବିଲୀନ ହୋଇଯାଇଛି । ଦେବାଦେବୀ କୀର୍ତିକୁ ନେଇ ଅନେକ ରୋଚକ ତଥ୍ୟ ମଧ୍ୟ ଲୁପ୍ତ ହେବାକୁ ଯାଉଛି ତଥା ଗୌତମ ବୁଦ୍ଧଙ୍କ କୀର୍ତି ବହନ କରୁଥିବା ଏକ ବୌଦ୍ଧ ପୀଠ ଆଜି ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲିପାଟଣା ବ୍ଲକ୍ ଅନ୍ତର୍ଗତ ତୁରିନ୍ତିରା ଗ୍ରାମ ପଂଚାୟତରେ । ଏହି ପଂଚାୟତ ଠାରୁ ମାତ୍ର ପାଂଚ ଶହ ମିଟର ଦୂରରେ ଅବସ୍ଥିତ ଏହି ଐତିହାସିକ ପୀଠ ପ୍ରତି ପର୍ଯ୍ୟଟନ ବିଭାଗ ଆଖି ବୁଜିଦେଇଥିବା ପରି ମନେ ହୁଏ । ‘ଯାହାକି ବଉଦେଇ ପୀଠ’ ନାମରେ ପରିଚିତ । ଲୋକ କଥା ଅନୁସାରେ ଏଠାରେ କେବେ ଏକ ସଭ୍ୟତାର ଅଭ୍ୟୁଦୟ ହୋଇଥିଲା । ଯାହାକି କମା ବାହ୍ମୁଣି ସଭ୍ୟତା ନାମରେ ପରିଚିତ । ଯେଉଁଠାରେ କି ଅନେକ ରହସ୍ୟମୟ କୂଅ ଏବେ ମାଟି ତଳେ ପୋତି ହୋଇ ରହିଥିବାର ଶୁଣିବାକୁ ମିଳେ । ଏଥିସହିତ ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଗୌତମ ବୁଦ୍ଧଙ୍କ ଏକ ପ୍ରତିମୂର୍ତି ଥିବା ମନ୍ଦିର ମଧ୍ୟ ଏଠାରେ ଅବସ୍ଥିତ । ଯାହାକି ସମ୍ପୂର୍ଣ ଅବହେଳିତ ଅବସ୍ଥାରେ ରହିଛି । ଏଠାକୁ ଯିବା ପାଇଁ ରାସ୍ତାଟିଏ ମଧ୍ୟ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି । ୨୨ ଏକରରୁ ଊର୍ଦ୍ଧ୍ୱ ପରିମିତ ଅଞ୍ଚଳରେ ବିଭିନ୍ନ ବୃକ୍ଷ ଦ୍ୱାରା ଆଚ୍ଛାଦିତ ଥିବା ଜଙ୍ଗଲରୁ ଅନେକ ସମୟରେ ବୃକ୍ଷ ଗୁଡ଼ିକ ଚୋରି ହେବାରେ ଲାଗିଛି । ଯାହାକି ଦିନେ ଘଞ୍ଚ ଅରଣ୍ୟରେ ପରିପୂର୍ଣ ଥିଲା ତାହା ଆଉ କିଛିଦିନ ପରେ ମରୁଭୂମି ପାଲଟିବାକୁ ଯାଉଛି । ଏହି ପୀଠର ଚତୁଃ ପାର୍ଶ୍ୱରୁ ବିଭିନ୍ନ କାରଣରୁ ଭୂମି ମଧ୍ୟ କ୍ଷୟ ହୋଇ କ୍ରମଶଃ ସଙ୍କୁଚିତ ହେବାରେ ଲାଗିଛି । ବିଶେଷ କିଛି ସୁବିଧା ନ ଥିଲେ ମଧ୍ୟ ପିକନିକ ଋତୁ ରେ ଆଖ ପାଖ ଅଞ୍ଚଳରୁ ପର୍ଯ୍ୟଟକମାନେ ଛୁଟି ଆସିଥାନ୍ତି ଏଠାରେ ବଣ ଭୋଜି କରିବା ପାଇଁ । ଯଦି ଏହି କ୍ଷେତ୍ରକୁ ଉନ୍ନତି କରଣ କରାଯାଇ ପାରନ୍ତା ତେବେ ଏହା ନିଶ୍ଚିନ୍ତ ରୂପେ ଏକ ପର୍ଯ୍ୟଟନ ସ୍ଥଳୀ ରୂପେ ପରିଚିତ ହେବା ସହିତ ସରକାରଙ୍କ ରାଜସ୍ୱ ବୃଦ୍ଧିର ସହାୟକ ହୋଇପାରନ୍ତା ବୋଲି ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି । ନା ଅଛି ବିଜୁଳି ନା ଅଛି ପାଣି ନା ରାସ୍ତା, ତଥାପି ପ୍ରାୟ ସବୁ ସମୟରେ ପର୍ଯ୍ୟଟକମାନେ ଆସୁଥିବାର ଦେଖାଯାଇଥାଏ । ଏତଦ ବ୍ୟତୀତ ଏହି ସ୍ଥାନ ବିଷୟରେ ଗବେଷଣା କରାଗଲେ ଗୋଟିଏ ସଭ୍ୟତା ବିଷୟରେ ଅନେକ ତଥ୍ୟ ନିଶ୍ଚିନ୍ତ ଭାବରେ ଲୋକଲୋଚନକୁ ଆସିପାରିବ ବୋଲି ପାଖ ଗ୍ରାମର ଅଧିବାସୀମାନେ ପ୍ରକାଶ କରିଛନ୍ତ

Leave a Reply