ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବଜାର ମଝିରାସ୍ତା କଡରେ ଆହତ ହୋଇ ପଡିଥିବା ଗାଈଟିର ଚିକିସôା କରାଇଛନ୍ତି ଆଇଆରବି ଯବାନ ମାନେ । ଗାଈଟି ଗତ କାଲି ରାତିରୁ ଏକ ଚାହା ଦୋକାନ କଡରେ ପଡି ରହିଥିଲା । ଗାଈଟିର ଦେହରୁ ଅତ୍ୟଧିକ ରକ୍ତ ଶ୍ରାବ ସହ ମାଛି ଭଣ ଭଣ ହେଉଥିଲେ । ଏହା ଦେଖି ଚାହା ଦୋକାନି କୈଳାସ ବାଘ କିଛି ଲୋକଙ୍କ ସାହାଯ୍ୟରେ ଏକ ଛାଇ ସ୍ଥାନକୁ ନେଇ ଭେଟେନାରିକୁ ଫୋନ କରି ଡକାଇଥିଲେ । ପରେ ସେହି ସ୍ଥାନ କଡ଼ରେ ଥିବା କ୍ୟାମ୍ପର କିଛି ଯବାନ ମାନେ ଆସି ପହଁଞ୍ଚିଥିଲେ । ପୁର୍ବତନ ସାଂସଦ ପ୍ରତିନିଧି ମଣ୍ଟି ଖରାଙ୍କ ସହ ମିସି େଓøଷଧ ପତ୍ର କିଣିକି ଆଣିଥିଲେ । ଭେଟେନାରି କର୍ମଚାରୀମାନେ ସେହି ସ୍ଥାନରେ ହିଁ ଗାଈଟିର ଚିକିସôା କରିବା ସହ ଯବାନମାନଙ୍କ ସହ ମିଶି ସଫାସୁତୁରା କରି ୩ଟି ସାଲାଇନ୍ ଦେବା ସହ କ୍ଷତ ସ୍ଥାନରେ େଓøଷଧ ଲଗାଇଥିଲେ । ହେଲେ ଏତେ ସମୟ ଧରି ଗାଇ ମାଲିକର ଦେଖା ନଥିଲା । ଦୈନିକ ବଜାର ଉପରେ ମାଳ ମାଳ ଗାଇଗୋରୁ ବୁଲୁଥିବା ବେଳେ ମାଲିକମାନେ କେବଳ କ୍ଷୀର କାଢି ବିକ୍ରି କରିବା ଛଡା ଗାଈର କୌଣସି ଦାଇତ୍ୱ ନେଉ ନଥିବା ଦେଖିବାକୁ ମିଳିଛି । ଗାଈ ଗୋରୁ ଆହତ ହୋଇ ରାସ୍ତା କଡ଼ରେ ପଡି ରହି ମୃତୁ୍ୟବରଣ କରୁଥିଲେ ମଧ୍ୟ ମାଲିକମାନେ ପାଖ ତଡ ମାଡୁ ନାହାନ୍ତି । କିନ୍ତୁ ଆଜି ବଜାରର କିଛି ଦୋକାନି ଓ ଯବାନ ମାନେ ମାନବିକତାର ପରିଚୟ ଦେଖାଇଛନ୍ତି । ଯାହାକୁ ନେଇ ସବୁ ମହଲରେ ପ୍ରଶଂସା କରାଯାଇଛି ।