Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋ-ମାଂସ ଚାଲାଣ ପଣ୍ଡ: ୩ ଗିରଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋ-ମାଂସ ଚାଲାଣ ପଣ୍ଡ: ୩ ଗିରଫ


ଭଞ୍ଜନଗର : ଗାଲେରୀ ଫାଣ୍ଡି ଅଧୀନ ବିଲୁଆପଡ଼ା ଗାଁ ନିକଟରେ ଏକ ଗାଈକୁ ମାରି ତା’ ମାଂସ ଚାଲାଣ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ ଓ ଫାଣ୍ଡି ଅଧିକାରୀ ଭାଗୀରଥି ନାୟକ କହିଛନ୍ତି । ବିଶ୍ୱହିନ୍ଦୁ ପରିଷଦର ରବିନ୍ଦ୍ର ଶତପଥୀଙ୍କ ଅଭିଯୋଗ ପ୍ରକାରେ ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତମାନକୁ ଗିରଫ କରିଥିଲା । ବିଲୁଆପଡ଼ା ଗାଁ ନିକଟ ଏକ ଚାଷ ଜମିରେ ସଂପୃକ୍ତ ୩ ଅଭିଯୁକ୍ତ ଏକ ଗାଈକୁ ହତ୍ୟା କରି ତାର ମାଂସ କାଟିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ କିଛି ଲୋକ ଏହାର ପ୍ରତିବାଦ କରିଥିଲେ । ଇଂରାଜୀ ନୂଆବର୍ଷ ପାଳନ ପାଇଁ ହେଉଥିବା ଭୋଜି ସକାଶେ ଗୋ-ମାଂସ ଚାଲାଣ କରିବାକୁ ଅଭିଯୁକ୍ତମାନେ ଉଦ୍ୟମ କରୁଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଂଚିମୃତ ଗାଈକୁ ଜବତ କରିବା ସହ ପ୍ରାଣୀଧନ ଚିକିତ୍ସାକଙ୍କ ସହଯୋଗରେ ବ୍ୟବଚ୍ଛେଦ କରାଯାଇଥିଲା । ଗାଈଟି ଗର୍ଭଧାରଣ କରିଥିବାବେଳେ ଏକ ମୃତ ଶାବକ ଉଦ୍ଧାର କରାଯାଇଥିଲା । ସ୍ଥାନୀୟ ଲୋକେ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ପ୍ରତିକ୍ରିୟାଶୀଳ ପରିସ୍ଥିତି ଉପୁଜିବା ଆଶଙ୍କାରେ ସ୍ଥାନୀୟ ପୁଲିସ ସଜାଗ ରହିଥିବା ବେଳେ ଘଟଣାସ୍ଥଳରେ ବିଶ୍ୱହିନ୍ଦୁ ପରିଷଦର ସଦସ୍ୟ ରବି ଶତପଥି, ବଟକୃଷ୍ଣ ପଣ୍ଡା, ମୁରଲୀଧର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply