Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ପ୍ରୟାସ ଜାରି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ପ୍ରୟାସ ଜାରି

ନୂଆଦିଲ୍ଲୀ: ଭାରତ ସରକାର ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ଆତ୍ମନିର୍ଭର କରିବା ପାଇଁ ଲଗାତାର ପ୍ରୟାସ ଜାରି ରଖିଛନ୍ତି । ସରକାର ଏଥିପାଇଁ ଘରୋଇ ପ୍ରତିରକ୍ଷା ବିନିର୍ମାଣକୁ ପ୍ରୋତ୍ସାହିତ କରିବା ସହ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ଛୋଟ ଛୋଟ ମିତ୍ର ଦେଶଙ୍କୁ ବିକ୍ରି ବି କରୁଛନ୍ତି । ପରନ୍ତୁ ଏବେବି ଆମେ ନିଜର ପ୍ରତିରକ୍ଷା କ୍ଷେତ୍ରରେ ଆବଶ୍ୟକତା ପୂରଣ ପାଇଁ ବଡ଼ ବଡ଼ ଦେଶ ଯଥା ଋଷ, ଆମେରିକା, ଫ୍ରାନ୍ସ ଓ ଇସ୍ରାଏଲ୍ ଉପରେ ନିର୍ଭର କରୁଛୁ । କିନ୍ତୁ ଏବେ ଆମେ ମେକ୍ ଇନ୍ ଇଣ୍ଡିଆ ଦ୍ୱାରା କିଛିମାତ୍ରାରେ ପ୍ରତିରକ୍ଷା ଉପକରଣ ଉତ୍ପାଦନ ଘରୋଇ ସ୍ତରରେ କରୁଛୁ ଓ ଏହାକୁ ରପ୍ତାନୀ ବି ଜାରି ରହିଛି । ଗତ ବର୍ଷ ଆମେ ମୋଟ ୧୫ହଜାର ୯୨୦ କୋଟି ଟଙ୍କାର ପ୍ରତିରକ୍ଷା ଉପକରଣ ରପ୍ତାନୀ କରି ରେକର୍ଡ ହାସଲ କରିଛୁ । ଆମେ ଏବେ ଆନ୍ତର୍ଜାତିକ ଅସ୍ତ୍ରଶସ୍ତ୍ର ବଜାରରେ ଏକ ମହତ୍ତ୍ୱପୂର୍ଣ୍ଣ ଦେଶ ଭାବେ ନିଜକୁ ସ୍ଥାପିତ କରିବା ପାଇଁ ପ୍ରୟାସ ଜାରି ରଖିଛୁ । ଅସ୍ତ୍ରଶସ୍ତ୍ର ବିକି୍ର କ୍ଷେତ୍ରରେ ଭାରତ ଏବେ ୨୪ତମ ସ୍ଥାନରେ ରହିଛି । କାରଣ ପୂର୍ବରୁ ଏ କ୍ଷେତ୍ରରେ ଆମର ଟ୍ରାକ୍ ରେକର୍ଡ ଭଲ ନଥିଲା । କିନ୍ତୁ ଗତ ୮ ବର୍ଷ ମଧ୍ୟରେ ପାଖାପାଖି ୧୬ହଜାର କୋଟି ଟଙ୍କାର ପ୍ରତିରକ୍ଷା ଉତ୍ପାଦନ ଲକ୍ଷ୍ୟ ହାସଲ କରିବା ଆମେ ନିଜର କ୍ଷମତାକୁ ଉତ୍ସାହିତ କରିବା ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ ।

Leave a Reply