Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ ପଣ୍ଡ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ ପଣ୍ଡ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ପୁ‚ ଜିଲ୍ଲାରେ ରବିବାର ଏଲ୍ଓସି ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷାବଳ ପଣ୍ଡ କରିବା ସହ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଗୁଳି କରି ନିହତ କରିଛି । ୩ଜଣ ସନ୍ଦିଗ୍ଧ ଆତଙ୍କବାଦୀ ଶାହପୁର ସେକ୍ଟର ଦେଇ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଜଣେ ସେନାର ଯବାନ ତୁରନ୍ତ ତାହା ଦେଖି ଗୁଳି ଚଳାଇଥିଲେ । ଜାମ୍ମୁ ସେନାର ଜନସମ୍ପର୍କ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣଲ ଦେବେନ୍ଦ୍ର ଆନନ୍ଦ କହିଛନ୍ତି ଯେ ଭାରତୀୟ ଯବାନମାନେ ପୁ‚ ସେକ୍ଟରସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ କିଛି ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ କରୁଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ଭାରତୀୟ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଥିଲା ଓ ଘଟଣାସ୍ଥଳରେ ଜଣେ ଆତଙ୍କବାଦୀଙ୍କ ଶବ ଉଦ୍ଧାର କରାଯାଇଛି । ଏବେବି ବାକି ଦୁଇଜଣ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଭାରତୀୟ ସେନା ସର୍ଚ୍ଚ ଅପରେସନ୍ ଜାରି ରଖିଛି । ଏପରିକି ଚତୁର୍ଦ୍ଦିଗକୁ ଭାରତୀୟ ସେନା ଘେରାବନ୍ଦୀ କରି ରଖିଛି ।

Leave a Reply