Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ଗୋ ଧନ ଓ କୃଷି ଅର୍ଥନୀତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋ ଧନ ଓ କୃଷି ଅର୍ଥନୀତି

ଗୋ ଧନ ଓ କୃଷି ଅର୍ଥନୀତି

-କାଳନ୍ଦି ସାମଲ
ଆଜି ନୁହଁ, ବରଂ ଯୁଗ ଯୁଗ ଧରି ମାନବ ଶାରୀରିକ, ଆଧ୍ୟାମିକ, ସାମାଜିକ ଓ ଆର୍ଥିକ ବିକାଶରେ ପ୍ରାଣୀ ସମ୍ବଳ ବିଶେଷ କରି ଗୋ ଧନର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା। ମଣିଷ ଶିଶୁ ନିଜ ଜନ୍ମର ପ୍ରଥମ କେଇ ବର୍ଷ ମାତୃ ସ୍ତନ୍ୟପାନ କରୁଥ‌ିବା ବେଳେ ଜୀବନ ବ୍ୟାପୀ ଗୋ ମାତାର କ୍ଷୀର ପାନ କରି ପୁଷ୍ଟି ଆବଶ୍ୟକତା ପୂରଣ କରିଥାଏ।
ମାନବ ସମାଜ ପ୍ରତି ଗୋ ମାତାର ଅବଦାନ ଓ ଦୁର୍ଦଶା ଦିନେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ବ୍ୟସ୍ତୁତ କରିଥିଲା । କାରାବାସରେ ଥ‌ିବା ବେଳେ ସେ ‘ଗୋ ମାହାତ୍ମ୍ୟ’ କାବ୍ୟରେ ଗୋ ଜାତିର ଉପକାରକୁ ମାର୍ମିକ ଭାବେ ବର୍ଣ୍ଣନା କରିଥିଲେ । ସେଥିରେ ସେ ଲେଖୁଥିଲେ “ଗୋଜାତି ବହେ ପର ଭାର ; ପରେ ବଞ୍ଚାଏ ଦେଇ କ୍ଷୀର | ସାଧଇ ପର ଉପକାର, କ୍ଳେଶରେ ନ ହୁଏ କାତର ।” ଗାଈ କେବଳ ଏକ ଜୀବ ନୁହେଁ, ସେ ଆମର ମା। କ୍ଷୀର ସହିତ ମାନବ ସମାଜକୁ ପଞ୍ଚଗବ୍ୟର ମହୌଷଧ୍ ଦେଇଛି ଗୋମାତା; କିନ୍ତୁ ଗୋ ବଂଶ ପ୍ରତି କ୍ରମଶଃ ନିଷ୍ଠୁର ହେଉଛି ସ୍ବାର୍ଥ କୈନ୍ଦ୍ରିକ ମଣିଷ ସମାଜର ଆଭିମୁଖ୍ୟ । ଗୋମାତାଙ୍କ ପବିତ୍ର ଶରୀର, ଗୁଣ ଓ ଆଚରଣକୁ ନେଇ ଅଜସ୍ର ଗ୍ରନ୍ଥ, ଅଜସ୍ର ସାହିତ୍ୟ ରଚିତ ହୋଇଥିବାବେଳେ ସମତାଳରେ ବଢ଼ିବାରେ ଲାଗିଛି ଗୋ ତସ୍କରୀ ଓ ସୁଟର ହାଉସରେ ସେମାନଙ୍କ ପ୍ରତି ନିର୍ଯାତନାର କାହାଣୀ। କୁହାଯାଏ ସୃଷ୍ଟିର ସବୁଠାରୁ ଉପକାରୀ ପ୍ରାଣୀ ଗୋମାତା। ଗୋମାତାଙ୍କ ଦେହରେ ଦେବତା ବାସ କରୁଥିବା ଧାର୍ମିକ ବିଶ୍ଵାସ ରହିଛି; କିନ୍ତୁ ସମୟ ସହିତ ବଦଳୁଥ‌ିବା ମଣିଷ ସ୍ବାର୍ଥ ପୂରଣରେ ସାମାନ୍ୟ ବାଧା ଆସିଲେ ହଡ଼ା ବଳଦକୁ ହାଣ ମୁହଁକୁ ଛାଡିବାକୁ ସାମାନ୍ୟ ଅନୁଶୋଚନା କରୁନି ।
ଦିନେ ପ୍ରକୃତ ଧନ କହିଲେ ଗୋ ଧନକୁ ହିଁ ବୁଝାଯାଉଥିଲା। ଗାଈ ଗୋରୁ ହଜିଗଲେ ମାଲିକ ଭୋକ ଶୋଷ ଭୁଲି ତାକୁ ଖୋଜୁଥିଲା। ଗୁହାଳକୁ ଫେରି ନ ଆସିବା ପର୍ଯ୍ୟନ୍ତ ନେଉନଥିଲା ବିଶ୍ରାମ । ଗାଈ ଥିଲା ଚାଷୀ ପରିବାରର ସ୍ବାସ୍ଥ୍ୟ, ସଭ୍ୟତା ଓ ସଂସ୍କୃତିର ପ୍ରତୀକ । ଗାଈକୁ ଅତୀତର ମଣିଷ କେବେ ବି କ୍ଷୀର ଉତ୍ପାଦନର ମେସିନ ବୋଲି ଭାବୁ ନ ଥିଲା | ଗାଈର କ୍ଷୀର, ମୂତ୍ର, ଗୋବର, ଦହି ଓ ଘିଅରେ ତିଆରି ହେଉଥିଲା ମହୌଷଧ; କିନ୍ତୁ ଆମର ଦୁର୍ଭାଗ୍ୟ ଏହା ଯେ ବର୍ତ୍ତମାନର ପରିବାରଗୁଡ଼ିକ ନିକଟରେ ଆଉ ଗାଈ ଧନ ହୋଇ ରହିନାହିଁ । ଦିନେ ପ୍ରତିଟି ଓଡ଼ିଆ ଘରେ ଥିଲା ଗୁହାଳ ଘର। ଘରର ପୁଣ୍ୟ ପର୍ବରେ ଗାଈମାନଙ୍କୁ ବନ୍ଦାପନା କରାଯିବାର ରହିଥିଲା ବିଧୂ; କିନ୍ତୁ ଏବେ ଗାଁରୁ କମିବାରେ ଲାଗିଛନ୍ତି ଗୋ ସମ୍ପଦ ।
କେରଳର ୯୦ ସେଣ୍ଟିମିଟର ଉଚ୍ଚତା ଓ ୧୩୦ କେଜି ଓଜନ ଯୁକ୍ତ ଭେଚୁର ଗାଈ ଦିନେ ଥିଲା ଆକର୍ଷଣର କେନ୍ଦ୍ର । ଦେଖିବାକୁ ଛୋଟ ହେଲେ ବି ଗରିବ ଚାଷୀଙ୍କ ଅର୍ଥନୀତିରେ ଦେଉଥିଲା ବଡ଼ ଯୋଗଦାନ। ବହୁତ କମ ଲାଳନ ପାଳନ ଖର୍ଚ୍ଚ ସହିତ କଠିନ ପରିଶ୍ରମ ଓ ଉଚ୍ଚ ରୋଗ ପ୍ରତିରୋଧକ ଶକ୍ତି ଭରପୂର ଥିଲା ଏହି ଦେଶୀ ଗାଈ ଦେହରେ। ଲମ୍ବା ସମୟର ଷଡ଼ଯନ୍ତ୍ରରେ ଭେଚୁର ଗାଈ ଆଜି ସୀମିତ । ଏମାନଙ୍କ ସଂଖ୍ୟା ୧୦୦ରୁ କମ ହୋଇଯାଇଥିବାରୁ ଖାଦ୍ୟ ଓ କୃଷି ସଂଗଠନ ଏହାକୁ ବିରଳ ପ୍ରଜାତି ଭାବେ ଘୋଷଣା କରିଛି । ଅନୁରୂପ ଭାବେ ୨୦୧୦ରେ ଜାତୀୟ ମାନ୍ୟତା ପାଇଥିବା ଗଞ୍ଜାମର ଘୁମୁସରୀ ଗାଈ ଏବେ ଆଉ ପୂର୍ବ ସ୍ଥିତିରେ ନାହାନ୍ତି। ଅଧ‌ିକ ପରିଶ୍ରମୀ, କମ ରୋଗରେ ଆକ୍ରାନ୍ତ ଓ ଗୁଣରେ ଭରପୂର କ୍ଷୀର ଦେଉଥ‌ିବା ଏହି ଦେଶୀ ପ୍ରଜାତି ଏବେ ବିରଳ ହେବାକୁ ବସିଛନ୍ତି । ସେହିପରି ଯାଜପୁରର ବିଞ୍ଝାରପୁରୀ, ମାଲକାନଗିରି, ନୂଆପଡା ଓ ଖୋର୍ଦ୍ଧା ଜିଲାରେ ଚିଲିକା ପ୍ରଜାତିର ଗାଈ ଓ ମଇଁଷି ନିଜର ସ୍ଵତନ୍ତ୍ର ଗୁଣ ପାଇଁ ପାଇଛନ୍ତି ଜାତୀୟ ମାନ୍ୟତା ; କିନ୍ତୁ ଏହି ଦେଶୀୟ ଅଭିଜାତି ଗାଈ ଗୁଡିକ ପ୍ରତି କମିଛି ଲୋକଙ୍କ ଆଗ୍ରହ ।
ତେବେ ଗୋବଂଶ ପ୍ରତି ଲୋକଙ୍କ ଅନାଗ୍ରହ କାହିଁକି ? କାହିଁକି ଲୋକେ ଆଉ ଗୁହାଳ କରୁନାହାନ୍ତି ? ଖତ ଗାଡ଼ିଆ ବଦଳରେ ସାର ଦୋକାନ ଉପରେ କାହିଁକି ବଢିଛି ଚାଷୀଙ୍କ ଭିଡ଼ ? ଏସବୁ ବୁଝିବାକୁ ହେଲେ ସରକାରୀ ବ୍ୟବସ୍ଥା, କୃଷକଙ୍କ ଅର୍ଥନୀତି ଓ ଲୋକଙ୍କ ଜୀବିକା ପ୍ରଣାଳୀ ଉପରେ ନଜର ଦେବାକୁ ହେବ | କ୍ଷୀରକୁ ବାଦଦେଲେ ଗୋବର, ଗୋମୂତ୍ରକୁ ବ୍ୟାବସାୟିକ ଉପଯୋଗ କରାଗଲା ନାହିଁ । ଗୋବରରୁ ଏବେ ନାନା ରକମର ରଙ୍ଗ ପ୍ରସ୍ତୁତ ହେଉଛି। ଯଦି ଗୋ ପାଳନକାରୀ ରଙ୍ଗ କାରଖାନାକୁ ଗୋବର, କୀଟନାଶକ ଓ ଜୈବିକ ଖତ ଉତ୍ପାଦନ କେନ୍ଦ୍ରକୁ ଗୋମୂତ୍ର ଦେଇ ଅତିରିକ୍ତ ଆୟ ପାଇପାରନ୍ତା ତେବେ ଜୀବିକା ପାଇଁ ଗୋପାଳନ ଏବେ ମଧ୍ୟ କେନ୍ଦ୍ରରେ ରହିପାରନ୍ତା। ଦ୍ୱିତୀୟ କଥା ହେଉଛି ଗାଁର ଚାରଣ ଭୂଇଁ ଏବେ ଜମି ମାଫିଆଙ୍କ କବଜାରେ। ଗୋରୁ ଚରିବାକୁ ପଡିଆ ନାହିଁ କି ପାରମ୍ପରିକ ଚାରଣକାରୀ ନାହାନ୍ତି । ତେଣୁ ହାତରୁ ଅଧିକ ଖର୍ଚ୍ଚ କରି ଗୁହାଳରେ ବାନ୍ଧି ରଖୁବା ଅପେକ୍ଷା ଗୁହାଳ ଭାଙ୍ଗିଦେବାକୁ ଲୋକେ ପସନ୍ଦ କରୁଛନ୍ତି । ତୃତୀୟତଃ ଚାଷରେ ବ୍ୟାପକ ରାସାୟନିକ ସାର ପ୍ରୟୋଗ ବଢିଛି। ରାସାୟନିକ ସାର ଉପରେ ସରକାରୀ ସବସିଡି ରହିଛି। ସୁବିଧାରେ ମିଳୁଥ‌ିବାରୁ ଓ କୃଷି ଅଧିକାରୀମାନେ ରାସାୟନିକ ସାର ବାବଦରେ ସଚେତନ କରୁଥିବାରୁ ଗୋବର ପ୍ରୟୋଗ ଜମିର ପରିମାଣ ନଗଣ୍ୟ ହୋଇଯାଇଛି । ଲୋକେ ଗୋବର ଏକାଠି କରିବାର ଅଭ୍ୟାସ ଭୁଲି ଯାଇଛନ୍ତି । ଏସବୁ ପ୍ରତିକୂଳ ଦୃଶ୍ୟପଟ ଭିତରେ ରାଜ୍ୟ ଓ କେନ୍ଦ୍ର ସରକାର ସକାରାତ୍ମକ ପରିକଳ୍ପନା କରିଛନ୍ତି । ଗାଁର ଅର୍ଥନୀତି ଓ ଛୋଟ ଚାଷୀଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର କାମଧେନୁ ଯୋଜନାର ପରିକଳ୍ପନା କରିଛନ୍ତି । ଗୋମାତାଙ୍କ ସୁରକ୍ଷା, ସଂରକ୍ଷଣ ଓ ବିସ୍ତାର ପାଇଁ ରଖୁଛନ୍ତି କଡା ଆଭିମୁଖ୍ୟ। ଗୋ ବଂଶ ଉପରେ ଗବେଷଣା
ସହିତ ପଞ୍ଚାୟତରେ କ୍ଷୀର ଧାରା କେନ୍ଦ୍ର ଖୋଲି ଚାଷୀଙ୍କଠାରୁ କ୍ଷୀର ସଂଗ୍ରହକୁ ବ୍ୟାପକ ରୂପ ଦିଆଯିବ ବୋଲି କହିଛନ୍ତି । ରାଜ୍ୟରେ ଏବେ କୋଟିଏରୁ ଅଧ‌ିକ ଗାଈ। ଗୋପାଳନ ପାଇଁ ଋଣ, ପ୍ରୋତ୍ସାହନ ଗର୍ଭଧାରଣ ପାଇଁ ଇଞ୍ଜେକ୍ସନ ବ୍ୟବସ୍ଥା, ଗୋ ଖାଦ୍ୟରେ ରିଆତି, ଗୋଶାଳାଗୁଡ଼ିକୁ ସହାୟତା, ପ୍ରତି ଗାଁରେ ଓଲ୍‌ଡ ଷ୍ଟଲ ଖୋଲି କ୍ଷୀର କିଣିନେବା ବ୍ୟବସ୍ଥା ସହିତ ତୃଣମୂଳ ସ୍ତରରେ ପ୍ରାଣୀଧନ ସହାୟତା କେନ୍ଦ୍ର ଓ କର୍ମଚାରୀଙ୍କ ନିୟୋଜନକୁ କ୍ରିୟାଶୀଳ ଢଙ୍ଗରେ ରୂପାୟଣ କରାଗଲେ ସ୍ଥିତିରେ ପରିବର୍ତ୍ତନ ଆସିବ। ପ୍ରାକୃତିକ କୃଷି ଉପରେ ଅଧ‌ିକ ବ୍ୟୟ ବରାଦ କରାଗଲେ ଗୋବର ଖତର ବ୍ୟବହାର ବହୁଗୁଣିତ ହେବା ସହିତ ଏହାର ପରିଚାଳନା ଆଗ୍ରହ ପୁନଃ ସଂସ୍ଥାପିତ ହୋଇପାରନ୍ତା। ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ, ମତ୍ସ୍ୟ ଓ ପ୍ରାଣୀଙ୍କର ଖାଦ୍ୟ ପରିଚାଳନା, ରୋଗ ନିୟନ୍ତ୍ରଣ, କୃତ୍ରିମ ପ୍ରଜନନରେ ସହାୟତା, ଉତ୍ପାଦନ ବୃଦ୍ଧି, ଅଧିକ ପ୍ରକ୍ରିୟାକରଣ କେନ୍ଦ୍ର ସଂରଚନା, ବିପଣନର ସୁବିଧା ସହିତ ସହଜ ପରିବହନ ବ୍ୟବସ୍ଥା, ପ୍ରାଣୀଧନ ବୀମା, ଗୋପାଳନରେ ମହିଳାଙ୍କ ଭାଗିଦାରୀ ପାଇଁ ପ୍ରୋତ୍ସାହନ ବ୍ୟବସ୍ଥା, ପ୍ରତି ପଞ୍ଚାୟତରେ ଗୋଚର ଜମିର ସଂରକ୍ଷଣ ସହିତ ଗୋଖାଦ୍ୟ ପ୍ରସ୍ତୁତି ୟୁନିଟ ନିର୍ମାଣ ପାଇଁ କ୍ରିୟାଶୀଳ ପଦକ୍ଷେପ ନିଆଗଲେ ପ୍ରାଣୀପାଳକଙ୍କ ଜୀବନ ଜୀବିକାରେ ଉନ୍ନତି ସହିତ ଗୋ ବଂଶର ସୁରକ୍ଷା ଓ ପ୍ରାଣୀ ବିବିଧତାରେ ଆଦୃଶିଆ ପରିବର୍ତ୍ତନ ଦେଖ‌ିବାକୁ ମିଳିପାରନ୍ତା ।
ତାଳଚେର, ଓଡ଼ିଶା

Leave a Reply