Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କଲମା ପଢ଼ି ମୁସଲମାନ ହେବାକୁ ଚାପ ପକାଯାଉଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କଲମା ପଢ଼ି ମୁସଲମାନ ହେବାକୁ ଚାପ ପକାଯାଉଛି

କରାଚି: ପାକିସ୍ତାନର ଜଣେ ହିନ୍ଦୁ ସାଂସଦ ତାଙ୍କର ଜଣେ ସାଂସଦ ସାଥୀଙ୍କ ସାଥୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଯେ ସେ ତାଙ୍କୁ ହିନ୍ଦୁ ଧର୍ମ ପରିତ୍ୟାଗ କରିମୁସଲମାନ ହେବାକୁ ଚାପ ପକାଉଛନ୍ତି । ହିନ୍ଦୁ ସାଂସଦଜଣକ ଅଭିଯୋଗ କରିଛନ୍ତି ଯେ ସଂସଦର ମୁସଲମାନ ସାଂସଦମାନେ ତାଙ୍କୁ କଲମା ପଢ଼ି ମୁସଲମାନ ହେବାକୁ ଚାପ ପକାଉଛନ୍ତି । ବାଲୁଚିସ୍ତାନର ନେତା ଥିବା ପାକିସ୍ତାନୀ ହିନ୍ଦୁ ସାଂସଦ ଦାନିଶ କୁମାର ସଂସଦରେ ଭାଷଣ ଦେଇ କହିଛନ୍ତି ଯେ ମୁସଲମାନ ହେବା ପାଇଁ ମୋ ଉପରେ ଚାପ ପକାଯାଉଛି । ମୋତେ ଇସଲାମ୍ ବିଷୟରେ ଶିକ୍ଷା ଦେବା ଉଚିତ୍ ନୁହେଁ । ସେ କହିଛନ୍ତି, ‘ପ୍ରଥମେ ଅପରାଧୀ ମୁସଲମାନମାନଙ୍କୁ ଇସଲାମ ଶିକ୍ଷା ଦିଅ, ତାପରେ ମୋତେ ମୋର ଧର୍ମ ପରିବର୍ତ୍ତନ କରିବାକୁ କୁହ । ହିନ୍ଦୁ ସାଂସଦ ଦାନିଶ ପାକିସ୍ତାନରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଏବଂ ଦାରିଦ୍ର୍ୟକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ । ଏହି ସମୟରେ ସେ ଆହୁରି ମଧ୍ୟ କହିଛନ୍ତି ଯେ ପବିତ୍ର ରମଜାନ ମାସରେ ମଧ୍ୟ ଖାଦ୍ୟ ସଂରକ୍ଷଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଏହାପୂର୍ବରୁ ସେ ବାଲୁଚିସ୍ତାନ ବିଧାନସଭା ସଦସ୍ୟ ମଧ୍ୟ ରହିଛନ୍ତି । ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଅଧିକାର ସମ୍ପର୍କରେ ଦାନିଶ ପୂର୍ବରୁ ଅନେକ ଥର ସ୍ୱର ଉତ୍ତୋଳନ କରିଛି । ବାସ୍ତବରେ ପାକିସ୍ତାନର ହିନ୍ଦୁମାନଙ୍କ ଉପରେ ଆକ୍ରମଣର ଅନେକ ମାମଲା ସାମ୍ନାକୁ ଆସିଛି । ମିଳିତ ଜାତିସଂଘ ମଧ୍ୟ ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଛି । ଜାତିସଂଘ ଏହାପୂର୍ବରୁ ଜାନୁଆରୀ ମାସରେ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ବିରୋଧରେ ହୋଇଥିବା ଅପରାଧ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ କରିଥିଲା । ଜାତିସଂଘର ୧୨ ଜଣ ବିଶେଷଜ୍ଞ ଅପହରଣ, ଧାର୍ମିକ ପରିବର୍ତ୍ତନ, ପାକିସ୍ତାନରେ ଅଳ୍ପ ବୟସରେ ଝିଅମାନଙ୍କୁ ବିବାହ କରିବା ଭଳି ମାମଲା ବିଷୟରେ ଚିନ୍ତା ପ୍ରକଟ କରିଥିଲେ । ପାକିସ୍ତାନର ମାନବାଧିକାର କମିଶନଙ୍କ କହିବାନୁସାରେ ଏହି ଝିଅମାନଙ୍କ ମଧ୍ୟରୁ ଅଧିକାଂଶ ସିନ୍ଧ ପ୍ରଦେଶର ଗରିବ ହିନ୍ଦୁ ସମ୍ପ୍ରଦାୟରୁ ଆସିଛନ୍ତି । ନିକଟ ଅତୀତରେ ବାଲୁଚିସ୍ତାନରେ ରହୁଥିବା ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଛି । ହତ୍ୟା ଖବର ପ୍ରତିଦିନ ସାମ୍ନାକୁ ଆସୁଛ

Leave a Reply