Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବେଲଗୁଣ୍ଠାରେ ପଞ୍ଚୁଦଣ୍ଡ ମହାମିଳନ: ୧୫ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବେଲଗୁଣ୍ଠାରେ ପଞ୍ଚୁଦଣ୍ଡ ମହାମିଳନ: ୧୫ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ

ବେଲଗୁଣ୍ଠା: ବେଲଗୁଣ୍ଠା କଂସାରି ସାହିରେ ଗଞ୍ଜାମର ପ୍ରସିଦ୍ଧି ପଞ୍ଚୁଦଣ୍ଡ ମହାମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । କଂସାରି ସାହିର ମାନସିକଧାରୀ କର୍ତ୍ତା ଚିନଂ.ଲଷ୍ମୀ ନାରାୟଣ ପାତ୍ର, ଚିନଂ.ଶଙ୍କର ନାରାୟଣ ପାତ୍ର, ଚିନଂ.ରବିନାରାୟଣ ପାତ୍ର, ଚିନଂ.ବଦ୍ରୀ ନାରାୟଣ ପାତ୍ରଙ୍କ ପରିବାର ତରଫରୁ ଅନୁଷ୍ଠିତ ଏହି ପଞ୍ଚୁଦଣ୍ଡ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ସକାଳ ୭ଘଣ୍ଟ ସମୟରେ ସାହି ବାସିନ୍ଦା ,ଗ୍ରାମବାସୀ ଓ ବହୁ ମାନ୍ୟଗନ୍ୟ ବ୍ୟକ୍ତିଙ୍କ ସହ କାର୍ତ୍ତାଙ୍କ ପରିବାର ବର୍ଗ ବେଲଗୁଣ୍ଠା ବ୍ଲକ ପଡ଼ିଆ ଓ ବେଲଗୁଣ୍ଠା ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଥିବା ପାଞ୍ଚଟି ଦଣ୍ଡଯାତ୍ରା ଦଳକୁ ବିଧିବିଧାନ ଅନୁଯାୟୀ ବରଣ କରାଯାଇଥିଲା । ବରଣ ହୋଇଥିବା ଦଣ୍ଡଯାତ୍ରା ଦଳ କାର୍ତ୍ତାଙ୍କ ବାସଭବନ ନିକଟରେ ପହଞ୍ଚି ମାଙ୍କ ପୂଜାର୍ଚ୍ଚନା ପରେ ବିଣାକାର ଦଣ୍ଡ ଲୋକ ସଙ୍ଗୀତ ଗାନ କରି କାର୍ତ୍ତାଙ୍କ ପରିବାରର ମଙ୍ଗଳ କାମନା କରି ନିଜ ନିଜ ବିଶ୍ରାମ ସ୍ଥାନରେ ଯାଇ ରହିଥିଲେ । ପରେ ମଧ୍ୟାହ୍ନ ରେ କଂସାରି ସାହିର ବିଭିନ୍ନ ସ୍ଥାନରେ ଧୂଳିଦଣ୍ଡ କରିଥିଲେ । ଧୂଳିଦଣ୍ଡ ସରିବା ପରେ ସ୍ଥାନୀୟ ନେଲିଆ ବନ୍ଧ ପୋଖରୀର ପାଞ୍ଚଟି ଭିନ୍ନ ଭିନ୍ନ ତୋଠରେ ପାଣି ଦଣ୍ଡ ସମ୍ପନ୍ନ କରିଥିଲେ । ସମସ୍ତ ପାଞ୍ଚଟି ଦଣ୍ଡଯାତ୍ରା ଦଳ ପୁଣି କାର୍ତ୍ତାଙ୍କ ଗୃହ ନିକଟରେ ପହଞ୍ଚିବା ପରେ ପଞ୍ଚୁଦଣ୍ଡ ମହାମିଳନ ଅନୁଷ୍ଠିତ ହୋଇଥିଲା । ପଞ୍ଚୁଦଣ୍ଡ ଯାତ୍ରାରେ ଜି.ନୂଆଗାଁ ଦଣ୍ଡଦଳ, ବାଣତୁମ୍ବ ଦଣ୍ଡଦଳ, ନିମପଦର ଦଣ୍ଡଦଳ, ଚଢ଼ିଆପଲ୍ଲୀ(ପଞ୍ଚୁଭୁତି) ଦଣ୍ଡ ଦଳ ଓ ବେଲଗୁଣ୍ଠା(ଖଦାଳ ସାହି)ଦଣ୍ଡଦଳ ଅଂଶ ଗ୍ରହଣ କରିଥିଲେ । ପଞ୍ଚୁଦଣ୍ଡ ମହାମିଳନ ଦେଖିବା ପାଇଁ ଆଖ ପାଖ ଅଞ୍ଚଳର ପ୍ରାୟ ୧୫ହାଜରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କର କଂସାରିରେ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ପଞ୍ଚୁଦଣ୍ଡ ପରିଚାଳନା ପାଇଁ ପାଞ୍ଚଟି ଦଣ୍ଡଦଳ ପାଇଁ ପାଞ୍ଚଟି କମିଟି ସହ ଏକ ମୁଖ୍ୟ କ୍ରିୟାନୁଷ୍ଠାନ କମିଟି ଗଠିତ ହୋଇଥିଲା । କ୍ରିୟାନୁଷ୍ଠାନ କମିଟିର ଉପଦେଷ୍ଟା ପଣ୍ଡିତ ଶ୍ୟାମସୁନ୍ଦର ପଣ୍ଡା, ଦୁଃଖୀଶ୍ୟାମ ନାୟକ, ଟି.ପ୍ରଶାନ୍ତ ସରାବ,ରବୀନ୍ଦ୍ରନାଥ ପତି ଓ କ୍ରିୟାନୁଷ୍ଠାନ କମିଟି ସଭାପତି ରବୀନ୍ଦ୍ରନାଥ ଚୌଧୁରୀ, ମୁଖ୍ୟପରିଚାଳ ଚିନଂ.ଲିଙ୍ଗରାଜ ପାତ୍ର, ସମ୍ପାଦକ ଚିନଂ.ଯତୀନ କୁମାର ପାତ୍ର, କୋଷାଧ୍ୟକ୍ଷ ଚିନଂ.ଶଙ୍କର ନାରାୟଣ ପାତ୍ରଙ୍କ ସହ ସମସ୍ତ ସାହି ବାସିନ୍ଦା ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଘ ପଞ୍ଚୁଦଣ୍ଡ ଯାତ୍ରା ପରିଚାଳନା ରେ ସହଯୋଗ କରିଥିଲେ ।

Leave a Reply