Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
‘ଯୋଗ’ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି କର୍ଣ୍ଣାଟକୀ ଯୁବକ କ୍ରିଷ୍ଣା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

‘ଯୋଗ’ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି କର୍ଣ୍ଣାଟକୀ ଯୁବକ କ୍ରିଷ୍ଣା

ବାଲେଶ୍ୱର: କର୍ଣ୍ଣାଟକ ରାଜ୍ୟର ମହୀଶୂର ସହରର ଯୁବକ କ୍ରିଷ୍ଣା ନାୟକ ପଦଯାତ୍ରାରେ ବାହାରି ସମଗ୍ର ଦେଶ ପରିକ୍ରମା କରିବା ଅବସରରେ ପାଞ୍ଚ ମାସ ମଧ୍ୟରେ କ୍ରିଷ୍ଣା ବର୍ତ୍ତମାନ ସୁଦ୍ଧା ସାତଟି ରାଜ୍ୟ ଅତିକ୍ରମ କରିଛନ୍ତି । ପାଖାପାଖି ସାଢ଼େ ଚାରି ହଜାର କିଲୋମିଟର ଚାଲି ଚାଲି ପଶ୍ଚିମବଙ୍ଗ ରାଜ୍ୟ ଅତିକ୍ରମ ସହ ଏବେ ବାଲେଶ୍ୱର ସହରରେ ପହଞ୍ଚିଛନ୍ତି । ଯୋଗ ଓ ପ୍ରାଣାୟମର ଉପାଦେୟତା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନା ସୃଷ୍ଟି ଉଦେ୍ଦଶ୍ୟରେ ସେ ଏହି ପଦଯାତ୍ରା ଜାରି ରଖିଥିବା କ୍ରିଷ୍ଣା ସୂଚନା ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କୁ ସେ ଏ ବାବଦରେ ଅବଗତ କରିବା ସହ ଦୈନିକ କିଛି ସମୟ ଯୋଗ ପ୍ରାଣାୟମ କରିବାକୁ ପରାମର୍ଶ ଦେଉଛନ୍ତି । ତାଙ୍କର ଏହି ଅଭିଯାନକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

Leave a Reply