Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପଶ୍ଚିମବଙ୍ଗ ହିଂସା: ମମତା ସରକାରଙ୍କୁ ରିପୋର୍ଟ ମାଗିଲା ଗୃହ ମନ୍ତ୍ରାଳୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପଶ୍ଚିମବଙ୍ଗ ହିଂସା: ମମତା ସରକାରଙ୍କୁ ରିପୋର୍ଟ ମାଗିଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ହୋଇଥିବା ହିଂସାକୁ ନେଇ କେନ୍ଦ୍ର ସରକାର କଠୋର ହୋଇଛନ୍ତି । ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ରାମନବମୀରେ ହୋଇଥିବା ଦଙ୍ଗା ଓ ଖରାପ ଆଇନ ବ୍ୟବସ୍ଥାକୁ ନେଇ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପଶ୍ଚିମବଙ୍ଗର ଚିଫ ସେକ୍ରେଟାରୀଙ୍କୁ ୩ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଘଟଣାକୁ ନେଇ ରିପୋର୍ଟ ଦେବାକୁ କହିଛନ୍ତି । ଭାରତୀୟ ଜନତା ପାର୍ଟି(ଭାଜପା) ଅଧ୍ୟକ୍ଷ ସୁକାନ୍ତ ମଜୁମଦାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଥିଲେ । ଯେଉଁଥିରେ ସେ ଲେଖିଥିଲେ କି ହିନ୍ଦୁଙ୍କୁ ପଶ୍ଚିମବଙ୍ଗରେ ଲଗାତାର ଟାର୍ଗେଟ କରାଯାଉଛି । ଏହି ଚିଠି ପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରିପୋର୍ଟ ମାଗିଛି । ଏହାପୂର୍ବରୁ ଗୁରୁବାର ହାୱଡାରେ ରାମନବମୀର ଶୋଭାଯାତ୍ରା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ହିଂସା ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗର ରାଜ୍ୟପାଳ ଓ ରାଜ୍ୟ ଭାଜପା ମୁଖ୍ୟ ସୁକାନ୍ତ ମଜୁମଦାରଙ୍କ ସହ କଥା ହୋଇଥିଲେ ଓ ରାଜ୍ୟର ଆଇନ ବ୍ୟବସ୍ଥାର ସ୍ଥିତିର ଆକଳନ କରିଥିଲେ ।

Leave a Reply