Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କେବଳ ନାଁ ବଦଳାଇ ଦେଲେ ଏହି ବାସ୍ତବ ସତ୍ୟ କେବେ ବଦଳିବ ନାହିଁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କେବଳ ନାଁ ବଦଳାଇ ଦେଲେ ଏହି ବାସ୍ତବ ସତ୍ୟ କେବେ ବଦଳିବ ନାହିଁ

ନୂଆଦିଲ୍ଲୀ :ଭାରତର ଅରୁଣାଚଳ ପ୍ରଦେଶକୁ ନିଜର ବୋଲି କହି ଆସୁଥିବା ଚାଇନା ପୁଣି ନୂଆ ଭେଳିକି ଦେଖାଇଛି । ନିଜ ଇଚ୍ଛା ଅନୁସାରେ ଚାଇନା ସରକାର ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାଁ ବଦଳାଇ ଦେଇଛନ୍ତି । ଅରୁଣାଚଳ ପ୍ରଦେଶକୁ ଜାଙ୍ଗନାନ ଭାବେ ବିବେଚନା କରୁଥିବା ଚାଇନା ଏହି ଅଞ୍ଚଳଗୁଡ଼ିକୁ ଦକ୍ଷିଣ ତିବ୍ଦତର ଅଂଶବିଶେଷ ଭାବେ ଗଣନା କରିଛି । ଚାଇନାର ସାମାଜିକ ବ୍ୟାପର ମନ୍ତ୍ରଣାଳୟ ପକ୍ଷରୁ ଜାରି ରିଲିଜ୍ରେ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାଁ ବଦଳାଯିବା ସମ୍ପର୍କରେ ତଥ୍ୟ ରହିଛି । ଚାଇନା କ୍ୟାବିନେଟ ଭୌଗଳିକ ନାଁ ଗୁଡ଼ିକ ଉପରେ ମୋହର ମାରିଥିବା ଏଥିରେ କୁହାଯାଇଛି । ଚାଇନିଜ, ତିବ୍ଦତୀୟ ଓ ପିନୟିନ ଅନୁସାରେ ନାଁ ଗୁଡ଼ିକର ପରିବର୍ତ୍ତନ କରାଯାଇଛି । ତାଲିକା ଅନୁସାରେ ଅରୁଣାଚଳ ପ୍ରଦେଶର ୨ଟି ସ୍ଥାନ, ଦୁଇଟି ଆବାସିକ ଅଞ୍ଚଳ, ୫ଟି ପାହାଡ଼ ଓ ୨ଟି ନଦୀର ନାୱ ବଦଳା ଯାଇଛି । ଏହା ସହ ଜଡ଼ିତ ପ୍ରଶାସନିକ ଜିଲ୍ଲାର ନାଁକୁ ମଧ୍ୟ ଚାଇନା ବଦଳାଇ ଦେଇଛି । ଚାଇନା ସରକାର ତୃତୀୟ ଥର ପାଇଁ ଅରୁଣାଚଳ ପ୍ରଦେଶର ବିଭିନ୍ନ ସ୍ଥାନର ନାଁ ବଦଳାଇଛନ୍ତି । ୨୦୧୭ରେ ଚାଇନା ୬ଟି ଓ ୨୦୨୧ରେ ୧୫ଟି ସ୍ଥାନର ନାଁ ବଦଳାଇଥିଲା । ପୂର୍ବଥର ଗୁଡ଼ିକ ଭଳି ଭାରତ ସରକାରଙ୍କ ଏପରି ମନଇଚ୍ଛା କାମକୁ ନିନ୍ଦା କରିଛନ୍ତି । ଅରୁଣାଚଳ ପ୍ରଦେଶ ସବୁବେଳେ ଭାରତର ଆଭ୍ୟନ୍ତରୀଣ ଅଂଶ ହୋଇ ରହି ଆସିଛି । ଏକତରଫା ଭାବେ ଅରୁଣାଚଳ ପ୍ରଦେଶରେ ଥିବା ବିଭିନ୍ନ ସ୍ଥାନର ନାଁ ବଦଳାଇ ଦେଲେ ତଥ୍ୟ ବଦଳି ଯିବନି ବୋଲି ଭାରତ କହିଛି । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, “ଚାଇନା ପ୍ରଥମଥର ଏପରି ନାଁ ବଦଳାଇବା କାମ କରନି । ପୂର୍ବଥର ଗୁଡ଼ିକ ଭଳି ଏଥର ମଧ୍ୟ ଆମେ ଏପରି ପଦକ୍ଷେପକୁ ଅଗ୍ରାହ୍ୟ ଓ ନିନ୍ଦା କରୁଛୁ । ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଓ ଅବିଚ୍ଛେଦ୍ୟ ଅଙ୍ଗ । କେବଳ ନାଁ ବଦଳାଇ ଦେଲେ ଏହି ବାସ୍ତବ ସତ୍ୟ କେବେ ବଦଳିବ ନାହିଁ ।”

Leave a Reply