Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଲଣ୍ଡନ ବିଶ୍ୱ ବିଦ୍ୟାଳୟରେ ଚାଲିଛି ଭାରତ ବିରୋଧୀ ଅଭିଯାନ: ଭାରତୀୟ ଛାତ୍ରଙ୍କ ଅଭିଯୋଗ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଲଣ୍ଡନ ବିଶ୍ୱ ବିଦ୍ୟାଳୟରେ ଚାଲିଛି ଭାରତ ବିରୋଧୀ ଅଭିଯାନ: ଭାରତୀୟ ଛାତ୍ରଙ୍କ ଅଭିଯୋଗ

ଲଣ୍ଡନ : ଜଣେ ଭାରତୀୟ ଛାତ୍ର ଦାବି କରିଛନ୍ତି ଯେ ସେ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରେ ଛାତ୍ର ସଂଗଠନ ନିର୍ବାଚନରୁ ଅଯୋଗ୍ୟ ହୋଇଛନ୍ତି । କାରଣ ସେ ଜଣେ ଭାରତୀୟ ଏବଂ ହିନ୍ଦୁ ସମ୍ପ୍ରଦାୟର ଅଟନ୍ତି । ତାଙ୍କୁ ବଦନାମ କରିବା ପାଇଁ ଏକ ଯୋଜନାବଦ୍ଧ ଷଡଯନ୍ତ୍ର କରାଯାଇଥିବା ଭାରତୀୟ ଛାତ୍ର ଦାବି କରିଛନ୍ତି । ହରିୟାଣାର ବାସିନ୍ଦା କରଣ କାଟାରିଆ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରୁ ଆଇନ ମାଷ୍ଟର ଡିଗ୍ରୀ କରୁଛନ୍ତି । କରଣ କହିଛନ୍ତି ଯେ ତାଙ୍କ ସହକର୍ମୀଙ୍କ ନିଦେ୍ର୍ଦଶରେ ସେ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସର ଛାତ୍ର ସଂଗଠନ ନିର୍ବାଚନରେ ସାଧାରଣ ସମ୍ପାଦକ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଗତ ସପ୍ତାହରେ ଆସିଥିବା ଫଳାଫଳରେ ସେ ଅଯୋଗ୍ୟ ହୋଇଥିଲେ । କରଣ କହିଛନ୍ତି ଯେ ଦୁର୍ଭାଗ୍ୟବଶତଃ କିଛି ଲୋକ ସହ୍ୟ କରି ନ ଥିଲେ ଯେ ଜଣେ ଭାରତୀୟ ହିନ୍ଦୁ ଛାତ୍ର ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସର ନେତୃତ୍ୱ ନେବେ । ମୋ ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରାଯାଉଛି । କରଣ କହିଛନ୍ତି ଯେ ଜଣେ ଭାରତୀୟ ଏବଂ ହିନ୍ଦୁ ହୋଇଥିବାରୁ ତାଙ୍କ ବିରୋଧରେ ଷଡଯନ୍ତ୍ର ରଚିଥିବା ଦେଖି ସେ ଯନ୍ତ୍ରଣା ଅନୁଭବ କରିଥିଲେ । ଛାତ୍ର ସଂଗଠନ ନିର୍ବାଚନ ସମୟରେ ପ୍ରତ୍ୟେକ ଦେଶର ଛାତ୍ରମାନେ ତାଙ୍କୁ ସମର୍ଥନ କରିଥିଲେ, କିନ୍ତୁ ସେ ଇସଲାମୋଫୋବିକ ଏବଂ ହିନ୍ଦୁ ଜାତୀୟତାବାଦୀ ହୋଇଥିବାରୁ ତାଙ୍କୁ ଅଯୋଗ୍ୟ କରାଯାଇଥିଲା । ଯେଉଁମାନେ ମୋ ଭାବମୂର୍ତ୍ତିକୁ ଅପମାନିତ କରିବାକୁ ଚେଷ୍ଟା କରିଥିଲେ ସେମାନଙ୍କୁ ଚିହ୍ନଟ କରିବା ଏବଂ ଦଣ୍ଡ ଦେବା ପରିବର୍ତ୍ତେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମୋ ପକ୍ଷ ନ ଶୁଣି ମତେ ଅଯୋଗ୍ୟ ଘୋଷିତ କରିଥିଲେ ।

Leave a Reply