Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ଟିକଟକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ଟିକଟକ

ମେଲବର୍ଣ୍ଣ : ଅଷ୍ଟ୍ରେଲିଆ ମଧ୍ୟ ସରକାରୀ ଉପକରଣରେ ଚୀନ୍ ଭିଡିଓ ଆପ୍ ଟିକଟକ୍ଉ ପଯୋଗ ଉପରେ କଟକଣା ଲଗାଇ ଦେଇଛି । ଏହା ସହିତ ଅଷ୍ଟ୍ରେଲିଆ ମଧ୍ୟ ଆମେରିକା, କାନାଡା, ବ୍ରିଟେନ ଓ ନ୍ୟୁଜିଲ୍ୟାଣ୍ଡର ତଥାକଥିତ ‘ଫାଇଭ ଆଇଜ୍’ ଗୁଇନ୍ଦା ମେଣ୍ଟର ଶେଷ ଦେଶ ପାଲଟିଛି ଯେଉଁମାନେ ସରକାରୀ ଉପକରଣରେ ଟିକଟକ୍ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି । ଆଟର୍ଣ୍ଣି ଜେନେରାଲ ମାର୍କ ଡ୍ରୁଫସ୍ମ ଙ୍ଗଳବାର ଏକ ବୟାନରେ ଏହି ସୂଚନା ଦେଇଛନ୍ତି । ଡ୍ରୁଫସ୍ କହିଛନ୍ତି ଯେ ଗୁଇନ୍ଦା ଓ ସୁରକ୍ଷା ଏଜେନ୍ସୀଙ୍କ ପରାମର୍ଶରେ କଟକଣା ଯେତେ ଶୀଘ୍ର ସମ୍ଭବ ଲାଗୁ କରାଯିବ । ଟିକଟକ୍ ଉପରେ ଚୀନ୍ ପ୍ରଯୁକ୍ତି କମ୍ପାନୀ ବାଇଟ୍ ଡ୍ୟାନସ୍ ର ମାଲିକାନା ହକ୍ ହିଛି । ତେବେ କମ୍ପାନୀ ଚୀନ୍ ସରକାରଙ୍କ ସହ ଡାଟା ସେୟାର କରୁନଥିବାର ଦାବି କରୁଛି । ଏହା ସତ୍ତ୍ୱେ ୟୁରୋପୀୟ ସଂସଦ,ୟୁରୋପୀୟ ଆୟୋଗ ଓ ୟୁରୋପୀୟ ସଂଘ ପରିଷଦ ମଧ୍ୟ ଟିକଟକ୍ ଉପରେ କଟକଣା ଜାରି କରିଛନ୍ତି । ୟୁରୋପୀୟ ସଂସଦର ପ୍ରତିବନ୍ଧକ ଯୋଗୁ ସାଂସଦ ଓ କର୍ମଚାରୀଙ୍କୁ ସେମାନଙ୍କ ବ୍ୟକ୍ତିଗତ ଉପକରଣରୁ ଟିକଟକ୍ ଆପ୍ ହଟାଇବା ପାଇଁ ପରାମର୍ଶ ଦିଆଯାଇଛି । ଭାରତ ପ୍ରାଇଭେସି ଓ ସୁରକ୍ଷା ଚିନ୍ତା ଯୋଗୁ ୨୦୨୦ ମସିହାରେ ଟିକଟକ୍ ଓ ମ୍ୟାସେଜିଂ ଆପ୍ ବିଚାଟ୍ ସମେତ ଅନ୍ୟ ଚୀନ୍ ଆପ୍ ଉପରେ କଟକଣା ଜାରି କରିଥିଲା । ଉଲ୍ଲେଖଯୋଗ୍ୟ ଯେ, ଅଷ୍ଟ୍ରେଲିଆରେ ବ୍ୟାନ ହେବାର ୧୫ ଦିନ ପୂର୍ବରୁ ଟିକଟକ୍ ଟର୍ମସ୍ ଏଣ୍ଡ କଣ୍ଡିସନସ୍ରେ ପରିବର୍ତ୍ତନ କରିଥିଲା ।

Leave a Reply