Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବ୍ରହ୍ମଲୀନ ହେଲେ ସ୍ବାମୀ ଅସୀମାନନ୍ଦ ସରସ୍ବତୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବ୍ରହ୍ମଲୀନ ହେଲେ ସ୍ବାମୀ ଅସୀମାନନ୍ଦ ସରସ୍ବତୀ

ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ଅସୀମାନନ୍ଦ ସରସ୍ୱତୀ ମହାରାଜଙ୍କର କଟକ ଚହଟା ସ୍ଥିତ ରାମ ମନ୍ଦିର ପରିସରରେ ମଙ୍ଗଳବାର ଭୋର ସମୟରେ ପରଲୋକ ହୋଇଛି । ମୃତୁ୍୍ୟ ବେଳକୁ ତାଙ୍କୁ ୮୮ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟଜନିତ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ପରଲୋକ ଘଟିଥିବା କୁହାଯାଇଛି । ସ୍ୱାମୀ ଅସୀମାନନ୍ଦ ସରସ୍ୱତୀ ଏକାଧାରରେ ଜଣେ ଆଧ୍ୟାତ୍ମିକ ଗୁରୁ ଓ ସମାଜ ସଂସ୍କାରକ ଥିଲେ । ସେ ସ୍ୱାମୀ ନିଗମାନନ୍ଦ ସରସ୍ୱତୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ଶଙ୍କରାଚାର୍ଯ୍ୟଙ୍କ ଠାରୁ ସନ୍ନ୍ୟାସ ଦୀକ୍ଷା ଗ୍ରହଣ କରିଥିଲେ । ବିଶ୍ୱ ହିନ୍ଦୁ ପରିଷଦର ଜଣେ ମାର୍ଗଦର୍ଶକ ଭାବେ ସେ କାର୍ଯ୍ୟ କରୁଥିଲେ । ତାଙ୍କ ସଂପାଦନାରେ ଏକ ଲୋକପ୍ରିୟ ଧାର୍ମିକ ପତ୍ରିକା ‘ଅସୀମାଲୋକ’ ମଧ୍ୟ ପ୍ରକାଶିତ ହେଉଥିଲା । ଏହାଛଡ଼ା ସେ ବହୁ ଅନୁଷ୍ଠାନ ସହ ମଧ୍ୟ ଜଡ଼ିତ ଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ସ୍ୱାମୀ ଅସୀମାନନ୍ଦ ସରସ୍ୱତୀଙ୍କର ଶେଷ ଦର୍ଶନ ଲାଗି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଚହଟା ସ୍ଥିତ ରାମ ମନ୍ଦିର ପରିସରରେ ପହଞ୍ଚôଥିଲେ ।

Leave a Reply