ନୂଆଦିଲ୍ଲୀ -ରାଷ୍ଟ୍ରୀୟ ଜିଏମ ନୀତି ସମ୍ବନ୍ଧରେ ଦେଶବ୍ୟାପୀ ଜନସଚେତନତା ଅଭିଯାନର ଏକ ଅଂଶ ଭାବରେ ଭାରତୀୟ କିସାନ ସଂଘ ସମସ୍ତ ଲୋକସଭା ତଥା ରାଜ୍ୟସଭା ସାଂସଦ, ଲୋକସଭା ବାଚସ୍ପତି ତଥା ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ଛଅଶହରୁ ଅଧିକ ଜିଲ୍ଲାରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ଭାରତ କିସାନ ସଂଘର ଅଖିଳ ଭାରତୀୟ ସାଧାରଣ ସମ୍ପାଦକ ମୋହିନୀ ମୋହନ ମିଶ୍ର କହିଛନ୍ତି ଯେ ଜିଏମ ଫସଲ ପ୍ରସଙ୍ଗରେ ସମସ୍ତ ହିତାଧିକାରୀଙ୍କ ସହ କଥାବାର୍ତା ହେବା ପରେ ଏକ ଜାତୀୟ ଜିଏମ ନୀତି ପ୍ରଣୟନ କରିବାକୁ ଜୁଲାଇ ମାସରେ ସର୍ବୋଚ୍ଚ ନ୍ୟାୟାଳୟ ସରକାରଙ୍କୁ ନିର୍ଦ୍ଦେଶ ଦେଇ ଥିଲେ । ଏହି କାମକୁ ଚାରି ମାସରେ ସମାପ୍ତ କରିବାର ଏକ ସୀମା ମଧ୍ୟ ସ୍ଥିର କରାଯାଇଥିଲା । କୃଷକମାନେ ମୁଖ୍ୟ ହିତାଧିକାରୀ ଅଟନ୍ତି, ତେଣୁ ସେମାନଙ୍କର ମତାମତକୁ ଜାତୀୟ ଜିଏମ୍ ନୀତି ନିର୍ଦ୍ଧାରଣରେ ଅନ୍ତର୍ଭୁକ୍ତ କରାଯିବା ଉଚିତ୍ । କିନ୍ତୁ ଏପର୍ଯ୍ୟନ୍ତ କେନ୍ଦ୍ର ସରକାର କିମ୍ବା ଏଥିପାଇଁ ଗଠିତ କମିଟି ସେମାନଙ୍କ ମତାମତ ନେବାକୁ କୃଷକ କିମ୍ବା କୃଷକ ସଂଗଠନ ସହ ଯୋଗାଯୋଗ କରିନାହାଁନ୍ତି, ତେଣୁ କମିଟିର କାର୍ଯ୍ୟକାରିତା ସନ୍ଦେହ ଘେରରେ ରହିଛି ।
ଭାରତୀୟ କିସାନ ସଂଘ ସର୍ବଦା ପାରମ୍ପାରିକ ମଞ୍ଜି, ମୂଲ୍ୟ ଭିତିକ ପାରିଶ୍ରମିକ ମୂଲ୍ୟ, ବିଷମୁକ୍ତ ଏବଂ ସ୍ୱଳ୍ପ ମୂଲ୍ୟରେ ଚାଷ ଏବଂ ପୁଷ୍ଟିକର ଖାଦ୍ୟ ଉତ୍ପାଦନ ଯାହାକି କୃଷକ ଏବଂ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସହିତ ଜଡିତ ରହିଆସିଛି । ସମୟ ସମୟରେ ସେ ଏହି ବିଷୟଗୁଡିକ ଉପରେ ସରକାରଙ୍କ ନିଷ୍ପତିକୁ ମଧ୍ୟ ବିରୋଧ କରିଛନ୍ତି ।
ସଂଘ କହିଛି ଯେ ଭାରତରେ ଜିଏମ୍ ଫସଲର ଆବଶ୍ୟକତା ନାହିଁ । ରାସାୟନିକ ଚାଷ ଏବଂ ବିଷାକ୍ତ ଜିଏମ୍ କୃଷି, କୃଷକ ଏବଂ ପରିବେଶ ପାଇଁ ଅସୁରକ୍ଷିତ ଅଟେ । ଜିଏମ୍ ଫସଲ ବିବିଧତାକୁ ନଷ୍ଟ କରିଥାଏ ଏବଂ ବିଶ୍ୱ ତାପମାତ୍ରା ବୃଦ୍ଧି କରିଥାଏ । ବିଟି କପା ଏହାର ଏକ ଉଦାହରଣ, ଯେଉଁଥିରେ ବିଫଳତା ହେତୁ କୃଷକମାନେ ବହୁ କ୍ଷତି ସହିଥିଲେ ଏବଂ ଏପରିକି ଆତ୍ମହତ୍ୟା କରିବାକୁ ପଡିଲା । ଜିଏମ୍ ଚାଷ ନୁହେଁ, ସ୍ୱଳ୍ପ ଯାନ୍ତ୍ରିକରଣ ଏବଂ ନିଯୁକ୍ତି ସୃଷ୍ଟି ସମ୍ଭାବନା ସହିତ ଭାରତ କୃଷି ଆବଶ୍ୟକ କରେ । ଅନେକ ଦେଶରେ ଏହା ନିଷେଧ । ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଜିଏମ୍ ଫସଲ ସପକ୍ଷରେ କିସାନ ସଂଘ ନାହିଁ ।
ସର୍ବୋଚ୍ଚ ନ୍ୟାୟାଳୟ
ପ୍ରାୟ କୋଡିଏ ବର୍ଷ ଧରି ଚାଲିଥିବା ଶୁଣାଣି ପରେ ସୁପ୍ରିମକୋର୍ଟ ୨୩ ଜୁଲାଇ ୨୦୨୪ ରେ ଦେଇଥିବା ଆଦେଶରେ କହିଛନ୍ତି ଯେ କୃଷକ, କୃଷି, କୃଷି ବୈଜ୍ଞାନିକ, ରାଜ୍ୟ ସରକାର, କୃଷକ ସଂଗଠନ, ଉପଭୋକ୍ତା ସଂଗଠନ ଭଳି ସମସ୍ତ ହିତାଧିକାରୀଙ୍କ ପରାମର୍ଶ ନେବା ପରେ କେନ୍ଦ୍ର ସରକାର ଏକ ଜାତୀୟ ନୀତି ପ୍ରସ୍ତୁତ କରନ୍ତୁ । ଯେଉଁଥିରେ ଜିଏମ୍ ଫସଲର ପରିବେଶ ଏବଂ ସ୍ୱାସ୍ଥ୍ୟ ଉପରେ ପ୍ରଭାବର ମୂଲ୍ୟାଙ୍କନ, ବାଣିଜ୍ୟିକ ବ୍ୟବହାର ପାଇଁ ନିୟମ ଏବଂ ମାନଦଣ୍ଡ, ଆମଦାନୀ-ରପ୍ତାନି, ଲେବଲ୍, ପ୍ୟାକେଜିଂ ନିୟମ, ସର୍ବଶିକ୍ଷା, ସଚେତନତା ଉପରେ ହିତାଧିକାରୀଙ୍କ ସହ ଆଲୋଚନା କରି ମତାମତ ଅନ୍ତର୍ଭୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ତିନିମାସ ବିତିଯାଇଥିଲେ ମଧ୍ୟ ସରକାର ଗଠନ କରିଥିବା କମିଟି କୌଣସି ହିତାଧିକାରୀଙ୍କଠାରୁ ପରାମର୍ଶ ନେଇନାହାଁନ୍ତି । ଯେଉଁଥିପାଇଁ ହିତାଧିକାରୀମାନେ ଚିନ୍ତିତ ଅଛନ୍ତି ଯେ ଜିଏମ୍ ଫସଲକୁ ଏକ ପଛପଟ ମାର୍ଗ ଦେଇ ଗୁପ୍ତ ଭାବରେ ଅନୁମତି ଦେବା ପାଇଁ ପ୍ରସ୍ତୁତି ଚାଲିଛି । ହିତାଧିକାରୀମାନେ ଅଭିଯୋଗ କରିଛନ୍ତି ଯେ ସରକାର ଭାରତରେ ଜିଏମ୍ ଫସଲକୁ ଖାଦ୍ୟ ଏବଂ ପୁଷ୍ଟିକର ସୁରକ୍ଷା ନାମରେ କୌଣସି ପରାମର୍ଶ ଏବଂ ପ୍ରଭାବ ଅଧ୍ୟୟନ ବିନା ଅନୁମତି ଦେବାକୁ ଚାହୁଁଛନ୍ତି । ଆମ ଦେଶ, ଆମର ଜଳବାୟୁ, ଆମ ଲୋକଙ୍କ ସ୍ୱାସ୍ଥ୍ୟ ଏବଂ ଏହାର ଲାଭ ଏବଂ କ୍ଷତିର ସମାପ୍ତି ବିଷୟରେ ବିସ୍ତୃତ ଅଧ୍ୟୟନ ପରେ ସୁପ୍ରିମକୋର୍ଟ ଆଗକୁ ବଢିବା ସପକ୍ଷରେ ଅଛନ୍ତି ।
ଭାରତ କିସାନ ସଂଘର ଅଲ ଇଣ୍ଡିଆ ପ୍ରଚାର ପ୍ରସାର ମୁଖ୍ୟ ରାଘବେନ୍ଦ୍ର ସିଂ ପଟେଲ କହିଛନ୍ତି ଯେ ଜିଏମ ଟେକ୍ନୋଲୋଜିର ଭଲ ଏବଂ ଖରାପ ବିଷୟରେ ଦେଶରେ ବିସ୍ତୃତ ଆଲୋଚନା ହେବା ଉଚିତ ଏବଂ ଜାତୀୟ ଜିଏମ ନୀତି ପ୍ରସ୍ତୁତ କରିବାରେ ହିତାଧିକାରୀଙ୍କ ମତ ଅନ୍ତର୍ଭୂକ୍ତ କରାଯିବା ଉଚିତ । ଏହି ପ୍ରସଙ୍ଗରେ ଭାରତ କିସାନ ସଂଘର ୬୦୦ ରୁ ଅଧିକ ଜିଲ୍ଲା ୟୁନିଟ୍ ଉଭୟ ଗୃହର ସମସ୍ତ ସାଂସଦ, ଲୋକସଭା ବାଚସ୍ପତି, ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟରେ ସ୍ମାରକପତ୍ର ଦାଖଲ କରିଛନ୍ତି ଏବଂ ଆସନ୍ତା ଶୀତ ଅଧିବେଶନରେ ଲୋକସଭା ଏବଂ ରାଜ୍ୟସଭାରେ ପ୍ରଶ୍ନ ଉଠାଇ ଆଲୋଚନା କରିବାକୁ ଅନୁରୋଧ କରିଛନ୍ତି । ଯାହାଦ୍ୱାରା ଦେଶର ସାମଗ୍ରିକ ଚିନ୍ତାଧାରାକୁ ଜାତୀୟ ଜିଏମ ନୀତି ପ୍ରସ୍ତୁତରେ ଅନ୍ତର୍ଭୁକ୍ତ କରାଯାଇପାରିବ ।