ଭାରତ ବିକାଶ ପରିଷଦ ପକ୍ଷରୁ ଗୁରୁବନ୍ଦନ ଓ ଛାତ୍ର ଅଭିନନ୍ଦନ

ବ୍ରହ୍ମପୁର: ଭାରତ ବିକାଶ ପରିଷଦ ବିବେକାନନ୍ଦ ଶାଖା ଆନୁକୂଲ୍ୟରେ ଗୁରୁବନ୍ଧନ ଓ ଛାତ୍ର ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପ୍ରଫେସର ଡକ୍ଟର ରାଧାଚରଣ ସାହୁ, ମୁଖ୍ୟବକ୍ତା ଭାରତ ବିକାଶ ପରିଷଦ ଓଡ଼ିଶା ପୂର୍ବପ୍ରାନ୍ତର ଅଧ୍ୟକ୍ଷ ସତ୍ୟବାଦୀ ଦାଶ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଶାଖା ସଭାପତି ଇଂ.ବାବୁଲିଚାନ୍ଦ ଗୌଡ ସଭାପତିତ୍ୱ କରିଥିଲେ । ଅଭ୍ୟର୍ଥନା ପାଇବାକୁ ଥିବା ଯୋଗ୍ୟ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କୁ ସ୍ୱାଗତ କରିଥିଲେ ଶାଖାର ସଚିବ ରାଜକିଶୋର ସ୍ୱାଇଁ । ସଭାକୁ ସଞ୍ଚାଳନ କରିଥିଲେ ଆବାହକ ଡକ୍ଟର ଶଙ୍କର ପ୍ରସାଦ ପଣ୍ଡା । ଭାରତୀୟ ସଂସ୍କୃତି, ସଂସ୍କାର ଏବଂ ପରମ୍ପରାରେ ଗୁରୁଶିଷ୍ୟ ସମ୍ପର୍କ ଆନ୍ତର୍ଜାତୀକ ସ୍ତରରେ ଅନନ୍ୟ । ଏହି ପରମ୍ପରା ବୈଦିକ ଯୁଗରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ନିଖୁଣ ଭାବରେ ଭାରତୀୟ ଜନସମାଜରେ ସର୍ବାଦୌ ଗ୍ରହିତ । ଉକ୍ତ ସମ୍ବର୍ଦ୍ଧନା ସଭାରେ ଗୋଷାଣୀନୂଆଗଁଶ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନଆଚାର୍ଯ୍ୟ ନାରାୟଣ ପଣ୍ଡା ଓ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଏସ୍. ଚିଞ୍ଚିଲକ୍ଷ୍ମୀ ପାତ୍ରଙ୍କୁ ଉଚ୍ଚକୋଟୀର ଶିକ୍ଷାଦାନ ପାଇଁ ଉପଢ଼ୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ ସହରର ୧୮ଟି ବିଦ୍ୟାଳୟର ଉପସ୍ଥିତ ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ସହରର ୧୯ଟି ବିଦ୍ୟାଳୟର ବିଗତ ବୋର୍ଡ ପରୀକ୍ଷାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଇଂ. ପି.ରାମା ରାଓ ସୁବୁଦ୍ଧିଙ୍କୁ ଶାଖା ତରଫରୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସଙ୍ଗଠନ ସମ୍ପାଦକ ଇଂ. ବସନ୍ତ କୁମାର ପାଢ଼ୀ, ସେବା ସମ୍ପାଦକ ସଞ୍ଜୟ କୁମାର ସାବତ, କୋଷାଧ୍ୟକ୍ଷ ଇଂ. ଆନନ୍ଦ ଚୌଧୁରୀ, ଇଂ. ଜଗଦୀଶ ପାତ୍ର, ମନୋଜ କୁମାର ସାହୁ, ଇଂ. ଶଶାଙ୍କ ଶେଖର ମିଶ୍ର, ସୁଜତା ଶତପଥୀ, ଶୁଭଦ୍ରା ସାହୁ, ଏସ୍. ମହେଶ୍ୱର ପୃଷ୍ଟି, ଇଂ. ରାଘବ ବେହେରା ଓ ବିଜୟ ଚନ୍ଦ୍ର ବିଷୋୟୀ ।

Leave a Reply

Your email address will not be published. Required fields are marked *