Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପ୍ରଥମ ଥର ମଙ୍ଗଳ ଗ୍ରହରେ ମିଳିଲା ଜୀବନର ସଙ୍କେତ! - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପ୍ରଥମ ଥର ମଙ୍ଗଳ ଗ୍ରହରେ ମିଳିଲା ଜୀବନର ସଙ୍କେତ!

ନୂଆଦିଲ୍ଲୀ : ନ୍ୟାସନାଲ ଏରୋନେଟିକ୍ସ ଆଣ୍ଡ ସ୍ପେସ ଆଡମିନିଷ୍ଟ୍ରେସନ (ନାସା)କୁ ମିଳିଛି ଏକ ବଡ଼ ସଫଳତା । ପ୍ରଥମ ଥର ମଙ୍ଗଳ ଗ୍ରହରେ ଜୀବନର ସଙ୍କେତ ସନ୍ଧାନ କରାଯାଇଛି । ମଙ୍ଗଳ ଚଟାଣରେ ପ୍ରାଚୀନ ଜୀବଙ୍କ ନମୂନା ଠାବ କରାଯାଇଛି । ଉକ୍ତ ସାମ୍ପୂଲକୁ ନାସା ପୃଥିବୀକୁ ଆଣିବ ବୋଲି ଜଣାପଡ଼ିଛି । ନାସାର ପରସିଭେରେନ୍ସ ରୋଭର ମଙ୍ଗଳ ଗ୍ରହରେ ପ୍ରାଚୀନ ଜୀବଙ୍କ ସମ୍ଭାବିତ ସଙ୍କେତକୁ ଠାବ କରିବାକୁ ସକ୍ଷମ ହୋଇଛି । ଏରୋଡେ ଆକାରର ଚଟାଣରେ ଏହି ସନ୍ଧାନ କରାଯାଇଛି । ବୈଜ୍ଞାନିକମାନେ ଉକ୍ତ ଚଟାଣର ରାସାୟନିକ ସଙ୍କେତ ଓ ଅରବ ବର୍ଷ ତଳର ସୂକ୍ଷ୍ମଜୀବଙ୍କ ବିଷୟରେ କିଛି ଜାଣିପାରିଛନ୍ତି । ନାସାର ରୋଭର ମଙ୍ଗଳ ଗ୍ରହରେ ଜୀବର ସଙ୍କେତ ଥିବା ନେଇ କିଛି ଫଟୋ ଉତ୍ତୋଳନ କରି ତାହାକୁ ପୃଥିବୀକୁ ପଠାଇଛି । ଉକ୍ତ ଫଟୋଗୁଡ଼ିକ ଉପରେ ଅଧିକ ରିସର୍ଚ୍ଚ କରିବା ପରେ ମଙ୍ଗଳରେ ଜୀବନର ସଙ୍କେତ ବାବଦରେ ଅଧିକ ତଥ୍ୟ ଜଣାପଡ଼ିଛି । ମଙ୍ଗଳରେ ପାଣି ବହିବା ଫଳରେ କ୍ରିଷ୍ଟଲୀୟ ଠୋସ ପଦାର୍ଥ ରହିଯାଇଥିଲା ଏବଂ ଏକ ଲାଲ କ୍ଷେତ୍ରରେ ଯୌଗିକ ଓ ଉର୍ଜା ସ୍ରୋତ ରହିଥିଲା, ତାହା ‘ସୂକ୍ଷ୍ମଜୀବ ଜୀବନ’ ପାଇଁ ଉପଯୋଗୀ ହୋଇପାରିଥାନ୍ତା ବୋଲି କୁହାଯାଉଛି । ନାସାର ରୋଭର ମଙ୍ଗଳ ଗ୍ରହରେ ଜୀବର ସଙ୍କେତ ଥିବା ନେଇ କିଛି ଫଟୋ ଉତ୍ତୋଳନ କରି ତାହାକୁ ପୃଥିବୀକୁ ପଠାଇଛି । ଉକ୍ତ ଫଟୋଗୁଡ଼ିକ ଉପରେ ଅଧିକ ରିସର୍ଚ୍ଚ କରିବା ପରେ ମଙ୍ଗଳରେ ଜୀବନର ସଙ୍କେତ ବାବଦରେ ଅଧିକ ତଥ୍ୟ ଜଣାପଡ଼ିଛି । ମଙ୍ଗଳରେ ପାଣି ବହିବା ଫଳରେ କ୍ରିଷ୍ଟଲୀୟ ଠୋସ ପଦାର୍ଥ ରହିଯାଇଥିଲା ଏବଂ ଏକ ଲାଲ କ୍ଷେତ୍ରରେ ଯୌଗିକ ଓ ଉର୍ଜା ସ୍ରୋତ ରହିଥିଲା, ତାହା ‘ସୂକ୍ଷ୍ମଜୀବ ଜୀବନ’ ପାଇଁ ଉପଯୋଗୀ ହୋଇପାରିଥାନ୍ତା ବୋଲି କୁହାଯାଉଛି । ପରସିଭେରେନ୍ସ ରୋଭର ମଙ୍ଗଳ ଗ୍ରହରେ ଏରୋହେଡ ଆକୃତିର ଚଟାଣ ଦେଖିଥିବା ବେଳେ ସେଥିରେ ସୂକ୍ଷ୍ମଜୀବ ଜୀବନ ଦ୍ୱାରା ପ୍ରସ୍ତୁତ ହୋଇଥିବା ରାସାୟନିକ ସଂରଞ୍ଚନା ରହିଥିଲା । ଚାୟାୱା ଫଲ୍ସ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଜଟିଳ ଓ ସମ୍ଭାବିତ ଚଟାଣ ବୋଲି ଯାଞ୍ଚରୁ ଜଣାପଡ଼ିଛି । ତାହା ଜୈବିକ ସାମଗ୍ରୀର ପ୍ରଥମ ଠୋସ ସଙ୍କେତ ହୋଇଥିବା ବେଳେ ସେଥିରେ ରଙ୍ଗ ବେରଙ୍ଗର ରାସାୟନିକ ପ୍ରତିକ୍ରିୟା ଦେଉଥିଲା । ତାହାକୁ ସୂକ୍ଷ୍ମଜୀବ ଉର୍ଜା ସ୍ରୋତ ଭାବେ ଉପଯୋଗ କରିଥିବେ ବୋଲି ଅନୁମାନ କରାଯାଉଛି ।

Leave a Reply